Below header

ସ୍କଟଲ୍ୟାଣ୍ଡର ଖୁବ କମ ଦାମରେ ବିକ୍ରି ହେଉଛି ଏହି ଗାଁ, ଜାଣନ୍ତୁ ଏହା ପଛରେ ରହସ୍ୟ

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଅନେକ କଥା ରହସ୍ୟ ଘେରରେ ରହିଛି । ଯାହାକୁ ବୁଝିବା ବହୁତ କଷ୍ଟ । କିଛି କଥା ଶୁଣିଲେ ସେହି ସ୍ଥାନ ଅତ୍ୟନ୍ତ ଭୟାନକ ହୋଇଥିବା ଜଣାପଡେ । ଏମିତି ଏକ ରହସ୍ୟ ମଧ୍ୟରେ ଘେରି ରହିଛି ସ୍କଟଲ୍ୟାଣ୍ଡର ସ୍କଟିଂଶ ଗାଁ ।

ଭୂତପ୍ରେତ ଥିବା କହୁଥିବା ଏହି ଗାଁ ଏବେ କୋଟିଏ ଟଙ୍କାରେ ବିକ୍ରି ହେବାକୁ ଯାଉଛି । ଏହାକୁ କିଣିବା ବ୍ୟକ୍ତିଙ୍କ ପାଇଁ ଅନେକ ସୁବିଧା ମଧ୍ୟ ରଖାଯାଇଛି । ଏହି ପ୍ରାଚୀନ ଗାଁ ୧୭୩୦୦୦ ଆମେରିକା ଡଲାରରେ ବା ପାଖାପାଖି ୧ କୋଟି ୨୮ ଲକ୍ଷରେ ବିକ୍ରି ହେବ । ସ୍କଟଲ୍ୟାଣ୍ଡର ଅନେକ ସହରରେ ଫ୍ଲାଟର ଦାମଠୁ ଗାଁର ବିକ୍ରି ହେବାର ଦାମ କମ ରହିଛି ।

32534636
pc: LADbible

ଓଲ୍ଡ ଭିଲେଜ ଅଫ ଲର୍ନ୍ସ ପର୍ଥଶାୟରରେ ଲୋଚତାଇ ନିକଟରେ ଥିବା ଏହି ଗାଁ ୩.୩୧ ଏକର ପର୍ଯ୍ୟନ୍ତ ବ୍ୟାପିଛି । ଏହାସହ ପ୍ରାଇଭେଟ ବିଚ ମଧ୍ୟ ମିଳିବ । କିନ୍ତୁ ସୂଚନା ଅନୁଯାୟୀ ସେଠାରେ ଭୂତଙ୍କ ଉପସ୍ଥିତି ମଧ୍ୟ ରହିଛି । ଯିଏ ଏହି ଗାଁକୁ କିଣିବ ସେ ଏସବୁ ସହ ରହିବାକୁ ପଡିବ । ଏଠାରେ ହାଉସ ଅଫ ଲର୍ନ୍ସ ପାଖରେ ଜଣଙ୍କ ଘର ଥିଲା । ମନାଯାଏ ଯେ, ଏବେ ଲେଡି ଅଫ ଲର୍ନ୍ସଙ୍କ ଆତ୍ମା ସେଠାରେ ବୁଲୁଛି । ରିପୋର୍ଟ ଅନୁସାରେ ୧୮୪୧ରେ ଏହି ସ୍ଥାନରେ କେବଳ ୧୭ ଜଣ ଲୋକ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.