Below header

ମାତ୍ର ୩୦ ମିନିଟ୍‌ରେ ଖାଇଦିଅନ୍ତୁ ‘ଦାରା ସିଂ’ ଥାଳି, ଆଉ ଆପଣଙ୍କୁ ଦେବାକୁ ପଡିବନି ରେଷ୍ଟୁରାଣ୍ଟ ବିଲ୍‌

ପ୍ରାୟତଃ ସମସ୍ତେ ନନ୍‌ଭେଜ ଖାଦ୍ୟ ଖାଇବାକୁ ଭଲପାଆନ୍ତି। ଏଥିପାଇଁ ସନ୍ଧ୍ୟା ସମୟରେ ପ୍ରତ୍ୟେକ ଫାଷ୍ଟଫୁଡ ଦୋକାନରେ ଭିଡ ଜମିଥାଏ। ଆପଣ ଯଦି ଅଧିକ ନନ୍‌ଭେଜ ଖାଇବାକୁ ଭଲପାଆନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ମୁମ୍ବାଇରେ ଏପରି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି ଗୋଟେ ଥାଳୀରେ ବହୁତ ସାରା ଆମିଷ ଖାଦ୍ୟ ଖାଇବାକୁ ମିଳୁଛି। ମୁମ୍ବାଇର ପବଇରେ ଥିବା ମିନି ପଞ୍ଜାବର ଲେକସାଇଡରୁ ପ୍ରସିଦ୍ଧ ରେଷ୍ଟୁରାଣ୍ଟରେ ମସଲାଦାର ଏବଂ ଟେଷ୍ଟି ନନଭେଜ ଥାଳି ମିଳୁଛି। ଯାହାକୁ ଆପଣ ଯଦି ଖାଇ ୩୦ ମିନିଟରେ ଶେଷ କରିଦିଅନ୍ତି, ତେବେ ଆପଣଙ୍କୁ ଏହି ଥାଳି ଫ୍ରିରେ ମିଳିବ।

thali

 

ଏହି ନନ୍‌ଭେଜ ଥାଳିର ନାମ ଭାରତୀୟ ଯୋଦ୍ଧା ଦାରା ସିଂ ନାମକୁ ନେଇ ରଖାଯାଇଛି। ଏହି ଥାଳିରେ ୪୪ ପ୍ରକାର ବ୍ୟଞ୍ଜନ ସାମିଲ ରହିଛି। ଏଥିରେ କବାବ, ମକ୍କେ ଦି ରୋଟୀ, ମଟନ, ବଟର ଚିକେନ, ପାପଡ, ସାଲାଡା, ମଟନ ମସାଲା, ଚିକେନ ବିରିୟାନୀ, ଟଙ୍ଗଡୀ କବାବ ଇତ୍ୟାଦି ଖାଦ୍ୟ ରହିଛି। ଏହାଛଡା ଏହି ଥାଳିରେ ପଞ୍ଜାବର ଲସି, ସିକଞ୍ଜି, ଛାଛ ରହିଥିବା ବେଳେ ମିଠା ବ୍ୟଞ୍ଜନ ମଧ୍ୟରେ ରସଗୋଲା, ଜିଲାପୀ, ରବଡୀ, ମୁଗ ଡାଲି ହାଲୁଆ, ବର୍ଫି, ମାଲପୁଆ, ଆଇସକ୍ରିମ ଇତ୍ୟାଦି ରହିଛି। ଯଦି ଆପଣ ଏହି ଥାଳିର ସମସ୍ତ ଖାଦ୍ୟ ମାତ୍ର ୩୦ ମିନିଟରେ ଶେଷ କରିଦିଅନ୍ତି ତେବେ ଆପଣଙ୍କୁ ଫ୍ରି ରେ ମିଳିବ।

ଆଜିପର୍ଯ୍ୟନ୍ତ ଏହି ଥାଳିକୁ ମାତ୍ର ୧୨ ଜଣ ଖାଇ ଶେଷ କରିପାରିଛନ୍ତି। କିନ୍ତୁ ସବୁଠାରୁ ଫାଷ୍ଟ ଜଣେ ବିଦେଶୀ ନାଗରିକ ମାତ୍ର ୩୦ ସେକେଣ୍ଡ ୨୯ ମିନିଟ୍‌ରେ ଏହି ଥାଳିକୁ ଖାଇ ଶେଷ କରିପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.