Below header

ଓଡ଼ିଶା ବନାମ ସର୍ଭିସେସ୍‌ ରଣଜୀ ମ୍ୟାଚ୍‌ : ଦ୍ୱିତୀୟ ଦିନ ଲଞ୍ଚ ସୁଦ୍ଧା ଓଡ଼ିଶା ୬୪/୧

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକ ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଛି ଓଡ଼ିଶା ଏବଂ ସର୍ଭିସେସ୍‌ ମଧ୍ୟରେ ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ’ସି’ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ସର୍ଭିସେସ୍‌କୁ ଭତକାଲି ୨୭୧ ରନ୍‌ରେ ଅଲ୍‌ଆଉଟ୍‌ କରି ଓଡ଼ିଶା ଦଳ ବିନା ଓ୍ଵିକେଟ୍‌ରେ ୪୩ ରନ୍‌ କରିଥିଲା । ଆଜି ଲଞ୍ଚ ସୁଦ୍ଧା ଘରୋଇ ଦଳ ଗୋଟିଏ ଓ୍ଵିକେଟ୍‌ ହରାଇ ୬୪ ରନ୍‌ କରିଛି । ଫଳରେ ସର୍ଭିସେସ୍‌ ଠାରୁ ପ୍ରଥମ ଇନିଂସ୍‌ରେ ୨୦୭ ରନ୍‌ ପଛରେ ରହିଛି ।
ଓଡ଼ିଶା ଓପ୍ନର ଅନୁରାଗ ଷଡ଼ଙ୍ଗୀ ୩୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଶାନ୍ତନୁ ମିଶ୍ର ୨୩ ଓ ବିପ୍ଳବ ସାମନ୍ତରାୟ ୪ ରନ୍‌ କରି ଖେଳୁଛନ୍ତି । ଗତକାଲି ସର୍ଭିସେସ୍‌ ପ୍ରଥମ ପାଳିରେ ଓଡ଼ିଶାର ପ୍ରମୁଖ ପେସ୍‌ ବୋଲର୍‌ ବସନ୍ତ ମହାନ୍ତି ୬୯ ରନ୍‌ ଦେଇ ୬ଟି ଓ୍ଵିକେଟ୍‌ ନେଇଥଇବା ବେଳେ ଯୁବ ପେସ୍‌ ବୋଲର୍‌ ରାଜେଶ ମହାନ୍ତିଙ୍କୁ ୨ଟି ସଫଳତା ମିଳିଥିଲା । ଭ୍ରମଣକାରୀ ଦଳ ପକ୍ଷରୁ ଓପ୍ନର ନକୁଲ ହରପାଲ ବର୍ମା ୫୩, ରଜତ ପାଲିଓ୍ଵାଲ ୫୮ ଏବଂ ଜି.ଆର୍‌. ସିଂହ ୫୫ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.