ଫିଲ୍ମରେ ଇଣ୍ଟିମେଟ୍‌ ସିନ୍‌ ଦେବା ସମୟରେ ନିୟନ୍ତ୍ରଣ ହରାଇ ବସିଥିଲେ ଏହି ୭ଟି ଯୋଡ଼ି, କାହାକୁ ଶୁଣାଯାଇ ନ ଥିଲା ନିର୍ଦ୍ଦେଶକଙ୍କ କଟ୍‌

ଦିନ ଥିଲା, ବଲିଉଡ୍‌ ଫିଲ୍ମଗୁଡ଼ିକୁ ପରିବାର ସହିତ ବସି ଦେଖି ହେଉଥିଲା। ସେଥିରେ ବହୁତ କମ୍‌ ରୋମାନ୍ସ ଦେଖିବାକୁ ମିଳୁଥିଲା ଏବଂ ଦର୍ଶକଙ୍କୁ ଅଧିକ ମନୋରଞ୍ଜନ କରାଯାଉଥିଲା। ଏବେ ଫିଲ୍ମଗୁଡ଼ିକରେ ହାଲ୍‌କା ରୋମାନ୍ସ ଜାଗାରେ ଇଣ୍ଟିମେଟ୍‌ ସିନ୍‌ ନିଆଯାଉଛି। ଅଧିକରୁ ଅଧିକ ଫିଲ୍ମ ବିନା ଅଙ୍ଗ ପ୍ରଦର୍ଶନରେ ଫିଲ୍ମ ରୂପେ ଗଣାଯାଉନି। ତେବେ ଆପଣ ଜାଣିଛନ୍ତି କି, ଫିଲ୍ମରେ ଇଣ୍ଟିମେଟ୍‌ ସିନ୍‌ କରିବା ପାଇଁ ଷ୍ଟାର୍‌ମାନଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥାଏ? ଏହି ସିନ୍‌କୁ କ୍ୟାମେରା ଏବଂ ପୂରା ଟିମ୍‌ ଆଗରେ ଶୁଟ୍‌ କରିବା ଷ୍ଟାର୍‌ମାନଙ୍କ ପାଇଁ ବହୁତ ମୁସ୍କିଲ ହୋଇଥାଏ।

ସେହି ସମୟରେ ବେଳେବେଳେ ଏମିତି ଅବସ୍ଥା ହୋଇଯାଏ, ଷ୍ଟାର୍‌ମାନେ ଖୋଦ୍‌ ନିଜକୁ ହିଁ କାବୁ କରି ରଖିପାରନ୍ତି ନାହିଁ। ସେମାନେ ଏମିତି ହରକତ ସବୁ କରିଦିଅନ୍ତି, ଯେଉଁଥିପାଇଁ ଅଭିନେତ୍ରୀମାନଙ୍କୁ ଲଜ୍ଜାବୋଧ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କେତେଜଣ ଷ୍ଟାର୍‌ଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଅଭିନେତ୍ରୀଙ୍କ ସହ ଇଣ୍ଟିମେଟ୍‌ ସିନ୍‌ କରିବା ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ।

b1

୧. ବିନୋଦ ଖାନ୍ନା ଓ ଡିମ୍ପଲ୍‌ କାପାଡିଆ

ଫିଲ୍ମ ‘ପ୍ରେମ ଧର୍ମ’ ଶୁଟିଂ ସମୟରେ ବିନୋଦ ଖାନ୍ନାଙ୍କୁ ଏକ ଇଣ୍ଟିମେଟ୍‌ ସିନ୍‌ରେ ଡିମ୍ପଲ୍‌ କାପାଡିଆଙ୍କୁ କିସ୍‌ କରିବାର ଥିଲା। ହେଲେ ବିନୋଦ ଡାଇରେକ୍ଟରଙ୍କ କଟ୍‌ ପରେ ବି ନିଜକୁ ନିୟନ୍ତ୍ରଣରେ ରଖିପାରି ନ ଥିଲେ ଏବଂ ଖୁବ୍‌ ଲମ୍ବା ସମୟ ଧରି ଡିମ୍ପଲ୍‌ଙ୍କୁ କିସ୍‌ କରିବାରେ ଲାଗିଥିଲେ। ଡିମ୍ପଲ୍‌ ଏହା ଦେଖି ଚମକି ପଡ଼ିଥିଲେ। ପରେ ମହେଶ ଏହି ଘଟଣା ପାଇଁ କ୍ଷମା ମାଗିଥିଲେ।

b2

୨. ରଣବୀର କପୁର ଓ ଏବ୍‌ଲିନ ଶର୍ମା

‘ୟେ ଯବାନୀ ହୈ ଦିଓ୍ଵାନୀ’ରେ ଏକ ଇଣ୍ଟିମେଟ୍‌ ସିନ୍‌ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ବସିଥିଲେ ରଣବୀର କପୁର। ନିର୍ଦ୍ଦେଶକ କଟ୍‌ କରିବା ପରେ ବି ସେ ଏବ୍‌ଲିନଙ୍କ ଜଙ୍ଘରେ ବାରମ୍ବାର ହାତ ରଖୁଥିଲେ।

b3

୩. ସିଦ୍ଧାର୍ଥ ମାଲହୋତ୍ରା ଓ ଜାକ୍‌ଲିନ୍‌ ଫର୍ନାଡିଜ୍‌

ସିଦ୍ଧାର୍ଥ ମାଲହୋତ୍ରା ଓ ଜାକ୍‌ଲିନ୍‌ ଫର୍ନାଡିଜ୍‌ଙ୍କୁ ‘ଏ ଜେଣ୍ଟଲମ୍ୟାନ୍‌’ ପାଇଁ ଏକ ଇଣ୍ଟିମେଟ୍‌ ସିନ୍‌ କରିବାର ଥିଲା। ରିପୋର୍ଟ ମୁତାବକ, ଦୁଇଜଣ ଅଭିନେତା ଓ ଅଭିନେତ୍ରୀ ନିର୍ଦ୍ଦେଶକଙ୍କ କଟ୍‌ ପରେ ବି ଲିପ୍‌ ଲକ୍‌ ଜାରି ରଖିଥିଲେ।

b4

୪. ବିନୋଦ ଖାନ୍ନା ଓ ମାଧୁରୀ ଦୀକ୍ଷିତ

ଫିଲ୍ମ ‘ଦୟାବାନ୍‌’ର ଶୁଟିଂ ସମୟରେ ବିନୋଦ ଖାନ୍ନାଙ୍କୁ ମାଧୁରୀ ଦୀକ୍ଷିତଙ୍କୁ ଚୁମା ଦେବାର ଥିଲା। ଏହି ସିନ୍‌ କରିବା ସମୟରେ ବିନୋଦ ନିଜକୁ କାବୁ କରିପାରି ନ ଥିଲେ ଏବଂ ମାଧୁରୀଙ୍କ ଓଠକୁ କାମୁଡ଼ିବାରେ ଲାଗିଥିଲେ।

b5

୫. ରଞ୍ଜିତ ଓ ମାଧୁରୀ ଦୀକ୍ଷିତ

ଫିଲ୍ମ ‘ପ୍ରେମ ପ୍ରତିଜ୍ଞା’ରେ ରଞ୍ଜିତ ପ୍ରକୃତରେ ମାଧୁରୀଙ୍କ ସହ ଜବରଦସ୍ତି କରିବା ଆରମ୍ଭ କରିଦେଇଥିଲେ। ଏହି ଘଟଣାକୁ ନେଇ ମାଧୁରୀ ପୂରାପୂରି ଡରିଯାଇଥିଲେ। ଆଉ ଏହାପରେ ସେ ରଞ୍ଜିତ୍‌ଙ୍କୁ ସବୁଦିନ ପାଇଁ ତାଙ୍କଠାରୁ ଦୂରେଇ ରହିବାକୁ କହିଥିଲେ।

b6

୬. ଦିଲୀପ ତାହିଲ ଓ ଜୟା ପ୍ରଦା

ଅଭିନେତା ଦିଲୀପ ତାହିଲ ଓ ଜୟା ପ୍ରଦାଙ୍କୁ ଏକ ଫିଲ୍ମରେ ଇଣ୍ଟିମେଟ ସିନ୍‌ ଦେବାର ଥିଲା। ଯେତେବେଳେ ଶୁଟିଂ ଆରମ୍ଭ ହେଲା, ଦିଲୀପ ନିଜକୁ କାବୁ କରିପାରି ନ ଥିଲେ ଏବଂ ଜୟା ପ୍ରଦାଙ୍କୁ ଭିଡିକି ଧରିପକାଇଥିଲେ। ଜୟାଙ୍କୁ କଷ୍ଟ ହେବାରୁ ସେ ଦିଲୀପଙ୍କୁ ଜୋର୍‌ରେ ଚାପୁଡ଼ା ମାରିଥିଲେ। ଏହାପରେ ସେ ତାଙ୍କୁ କହିଥିଲେ, ଏହା ରିଲ୍‌ ଲାଇଫ୍‌, ରିୟଲ୍‌ ଲାଇଫ୍‌ ନୁହେଁ।

b7

୭. ରୁସଲାନ୍‌ ମୁମତାଜ୍‌ ଓ ଚେତନା

ଫିଲ୍ମ ‘ଆଇ ଡୋଣ୍ଟ୍‌ ଲଭ୍‌ ୟୁ’ର ଇଣ୍ଟିମେଟ୍‌ ସିନ୍‌ରେ ରୁସଲାନ୍‌ ନିୟନ୍ତ୍ରଣ ହରାଇ ବସିଥିଲେ। ଏହି ସିନ୍‌ ସମୟରେ ସେ ଅଭିନେତ୍ରୀ ଚେତନା ପାଣ୍ଡେଙ୍କ ଡ୍ରେସ୍‌ର ଚେନ୍‌ ଟାଣିଦେଇଥିଲେ। ଏଥିରେ ଚେତନାଙ୍କ ଡ୍ରେସ୍‌ ଖୋଲିଯାଇଥିଲା। ଏହି ଘଟଣା ପରେ ଅଭିନେତା ଜଣକ କ୍ଷମା ପ୍ରାର୍ଥନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.