Below header

ମଦ ନଶାରେ କଲୋନୀରେ ଉତ୍ପାତ କଲା କରୋନା ସଂକ୍ରମିତ ବ୍ୟକ୍ତି, ଟେକି ନେଇଗଲେ ଲୋକେ

ଜୟପୁର (ରାଜସ୍ଥାନ) : ଏ କରୋନା କାଳରେ କେତେ ମେତେ ଆଚମ୍ବିତ ଘଟଣା ସାମନାକୁ ଆସୁଛି । ଅନେକ ଘଟଣା ଦୁଃଖ ଦେଉଥିବା ବେଳେ କିଛି ଘଟଣା ଦେଖିଲେ ହସ ଲାଗୁଛି । ଏମିତି ଏକ ମଜାଦାର ଘଟଣା ଘଟିଛି ଦୌସା ସହର ଇନ୍ଦିରା କଲୋନୀରେ । କୋଭିଡ୍‌ ସଂକ୍ରମିତ ହୋଇ ହୋମ୍‌ ଆଇସୋଲେସନ୍‌ରେ ଥିବା ଜଣେ ବ୍ୟକ୍ତି ମଦ ନିଶାରେ ଅଭାବନୀୟ କାଣ୍ଡ ଘଟାଇଲେ । ଶେଷରେ ତାଙ୍କୁ ଆମ୍ବୁଲାସ ଡକାଇ ହସପିଟାଲ ନେବାକୁ ପଡ଼ିଲା । ଏହି କାରନାମାର ଭିଡିଓ ଏବେ ଭାଇରଲ୍‌ ହୋଇଛି ।

ସୂଚନା ଅନୁସାରେ ଗତ ଏପ୍ରିଲ ୨୪ ତାରିଖ ଦିନ ବ୍ୟକ୍ତି ଜଣକ ଘରେ ସଂଗରୋଧରେ ଥିବା ବେଳେ ମଦ ପିଇଦେଲେ । ଆଉ ଯେତେବେଳେ ନିଶା ଚଢ଼ିଗଲା ବାହାରକୁ ଆସି କଲୋନୀରେ ସମସ୍ତଙ୍କ ଘରେ ପଶିଲେ । ଲୋକମାନେ ତାଙ୍କ ବରଣ କରିବାରୁ ଉତ୍ପାତ ଆରମ୍ଭ କରିଦେଲେ । ଫଳରେ କଲୋନୀ ବାସିନ୍ଦା ପୁରୁଷ ଓ ମହିଳାମାନେ କରୋନା କଂଟ୍ରୋଲ ରୁମ୍‌କୁ ଫୋନ୍‌ କରି ଆମ୍ବୁଲାନ୍ସ ଡକାଇଲେ ଏବଂ ତାଙ୍କୁ ମାଡ଼ି ବସି ଟେକି ନେଇ ଆମ୍ବୁଲାନ୍ସରେ ଭର୍ତ୍ତି କରିଦେଲେ ଅବଶ୍ୟ ତାଙ୍କ କାବୁ କରିବା ବେଳେ ସମସ୍ତେ ମାସ୍କ ଏବଂ ଗ୍ଲୋଭ୍‌ସ ପିନ୍ଧିଥିଲେ ।

ତଥାପି ବ୍ୟକ୍ତି ଜଣକ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯିବା ପାଇଁ ମନା କଲେ । ଜିଦ୍‌ ଧରି ବସିଲେ । ଫଳରେ ତାଙ୍କ ପତ୍ନୀ ଆସି ଜବରଦସ୍ତି ତାଙ୍କୁ ଧରି ଆମ୍ବୁଲାନ୍ସରେ ପଠାଇ ଦେଲେ । ହେଲେ ଏତିକିରେ ନାଟକ ସରିଲା ନାହିଁ । ସେପଟେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଲୋକେ ଏହି ମଦୁଆକୁ ବିରୋଧ କଲେ । ତେଣୁ ପୁଣି ଆମ୍ବୁଲାନ୍‌ସ ଆଣି ତାଙ୍କୁ କଲୋନୀରେ ଛାଡ଼ି ଦେଇଗଲା । ଏବେ ସେ ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.