କରୋନାର ତୃତୀୟ ଲହରରୁ କେମିତି ବଞ୍ଚିବ? ଉପାୟ କହିଲେ ସରକାର

ଲୋକମାନେ ସାବଧାନ ହେଲେ ହିଁ କରୋନା ଭାଇରସର ତୃତୀୟ ଲହରୀକୁ ରୋକିହେବ। ଏଭଳି ବୟାନ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ୍। ସେ କହିଛନ୍ତି, ଯଦି ସମସ୍ତେ ସାବଧାନ ରହିବେ ଓ ଗାଇଡଲାଇନ୍ ପାଳନ କରିବେ ତେବେ କରୋନାର ତୃତୀୟ ଲହରୀ କିଛି ସ୍ଥାନକୁ ଆସିବ କିମ୍ବା ଆଦୌ ଆସିବ ନାହିଁ। ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ରାଘବନ୍ କହିଥିଲେ କରୋନାର ତୃତୀୟ ଲହରୀ ନିଶ୍ଚୟ ଆସିବ।

ବିଜୟ ରାଘବନ୍ କହିଛନ୍ତି, ଲୋକମାନେ ଏବେ ବି ସଚେତନ ହେଉନାହାନ୍ତି। ଏବେ କି ବହୁ ଅମାନିଆ ଅଛନ୍ତି। ଏଣୁ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ, ଲୋକାଲ ସ୍ତରରେ, ରାଜ୍ୟ ସ୍ତରରେ ଓ ସବୁ ସ୍ଥାନରେ ସାବଧାନ ରହିବା ଉଚିତ ଓ ଗାଇଡଲାଇନ ପାଳନ କରିବା ଆବଶ୍ୟକ। ଏହା ଶୁଣିବାକୁ ଓ କହିବାକୁ କଠିନ ଲାଗୁଥିଲେ ବି କରିବା କିନ୍ତୁ ଖୁବ୍ ସହଜ।

ସେ କହିଛନ୍ତି, ଯେଉଁମାନେ ଟିକା ନେଇଛନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ ଓ ସମସ୍ତ ସାବଧାନତା ଆପଣାନ୍ତୁ। କାରଣ ଏବେ କରୋନା କେତେବେଳେ କାହାକୁ ନିଜ କବ୍ଜାକୁ ନେବ ତାହା କେହି ଜାଣିନାହାନ୍ତି। ତେଣୁ ସମସ୍ତେ ଗାଇଡଲାଇନ୍ ପାଳନ କରନ୍ତୁ ବୋଲି କହିଛନ୍ତି ରାଘବନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.