Below header

ନଦୀ ନୁହେଁ ଏ ନିଆଁର ସମୁଦ୍ର , ପାଦ ରଖିଦେଲେ ମୃତ୍ୟୁ ନିଶ୍ଚିତ

ଲୀମା : ଆପଣ କେବେ ଏମିତି ନଦୀ ଦେଖିଛନ୍ତି ଯାହାର ପାଣି ସର୍ବଦା ଗରମରେ ଫୁଟୁଥାଏ । ଭାରତରେ ଏମିତି କିଛି ନଦୀ ଅଛି ଯାହାର ପାଣି ଗରମ ରହିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ରହସ୍ୟମୟୀ ନଦୀ ବିଷୟରେ କହିବୁ ଯାହାର ପାଣି ସର୍ବଦା ଗରମରେ ଫୁଟୁଥାଏ । ଏହି ନଦୀ ‘ଦି ବଏଲିଂ ରିଭର’ (The boiling River) ନାମରେ ପ୍ରସିଦ୍ଧ । ଏହି ରହସ୍ୟମୟୀ ନଦୀ ନିଜ ଭିତରେ ବହୁ ତଥ୍ୟ ଲୁଚାଇ କରି ରଖିଛି । ଯାହା ଜାଣିରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ରହସ୍ୟକୁ ବୈଜ୍ଞାନିକମାନେ ଏଯାଏ ଭେଦ କରିପାରି ନାହାଁନ୍ତି ।

ଦୁନିଆର ସବୁଠୁ ବଡ଼ ଥର୍ମାଲ ନଦୀ

ଏହି ନଦୀ ଦକ୍ଷିଣ ଆମେରିକାର ପେରୁ ଠାରେ ଅବସ୍ଥିତ । ଏହି ନଦୀ ୨୪ ଘଣ୍ଟା ଗରମରେ ଫୁଟୁଥାଏ । ଏହି ନଦୀର ଲମ୍ବ ୭ କିଲୋମିଟର ଥିବା ବେଳେ ଚଉଡା ପ୍ରାୟ ୮୦ ଫୁଟ ଓ ଗଭୀରତା ୧୬ ଫୁଟ । ଏହି ନଦୀର ଆଖପାଖରେ ମଧ୍ୟ କୌଣସି ଜ୍ୱାଳାମୁଖୀ ନାହିଁ । ତେବେ ଏହି ନଦୀ ପ୍ରାକୃତିକ ରୂପେ ଗରମ ଥିବାରୁ ଏହାର ରହସ୍ୟ ବୈଜ୍ଞାନିକଙ୍କ ପାଇଁ ରହସ୍ୟ ହୋଇ ରହିଛି । ଏହି ନଦୀ ୨୦୧୧ ରେ ପ୍ରଥମେ ଲୋକଲୋଚନକୁ ଆସିଥିଲା ।

ପାଣିରେ ପାଦ ରଖିଲେ ଚାଲିଯାଏ ଜୀବନ

ଟେଲିଗ୍ରାଫର ଏକ ରିପୋର୍ଟ ଅନୁଯାୟୀ, ଅମେଜନର ଜଙ୍ଗଲ ଭିତରେ ସଲ୍ଟ ରିଭର ଓ ହଟ ରିଭର ନାମରେ ଦୁଇଟି ନଦୀ ମିଳିଥାଏ । ଏହି ହଟ ରିଭର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡ ଉପରେ ରହିଥାଏ । ସବୁଠାରୁ ବଡ଼ କଥା ହେଉଛି ଏହି ପାଣିରେ ପାଦ ଥୋଇଲେ ମୃତ୍ୟୁ ନିଶ୍ଚିତ । ଏହି ପାଣିରେ ବହୁ ପଶୁ-ପକ୍ଷୀ ପଡ଼ିକରି ମୃତ୍ୟୁ ହୋଇଥିବା ଦେଖାଯାଏ ।

ପାଣିରେ ଘା’ ଭଲ ହୋଇଥାଏ

ଏହି ନଦୀର ଆଖପାଖରେ ଥିବା ଜନଜାତି ଏହି ନଦୀକୁ ପବିତ୍ର ବୋଲି ମାନନ୍ତି । ସେମାନଙ୍କ ମତରେ ଏହି ପାଣିରେ ଘା’ ଭଲ କରିବାର ଶକ୍ତି ଥାଏ । ଏହି ନଦୀର ପାଣିକୁ ଉକ୍ତ ଜନଜାତି ବିଭିନ୍ନ ରୋଗ ଉପଚାରରେ ଲଗାଇଥାନ୍ତି । ନଦୀ ଯେତେ ଆଗକୁ ଯାଇଛି ଏହାର ପାଣି ଧିରେ ଥଣ୍ଡା ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.