ଚିକେନ ତରକାରୀ ରାନ୍ଧି ରୋଷେଇର ଜଲଓ୍ଵା ଦେଖାଇଲେ ରାନୁ ମଣ୍ଡଳ, ଖାଇଲେ ଆଉ ଖୁଆଇଲେ

ଇଣ୍ଟରନେଟ ସେନ୍‌ସେଶନ ରାନୁ ମଣ୍ଡଳ ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ତାଙ୍କୁ ରୋଷେଇ ପ୍ରତି ମଧ୍ୟ ବହୁତ ସଉକ ଅଛି? ପଶ୍ଚିମବଙ୍ଗର ଜଣେ ୟୁଟ୍ୟୁବର ରାନୁ ମଣ୍ଡଳଙ୍କ ସହ ଏକ ଭିଡିଓ ଶୁଟ୍‌ କରିଛନ୍ତି, ଯେଉଁଥିରେ ରାନୁ, ୟୁଟ୍ୟୁବରଙ୍କ ସହ ମିଶି ଚିକେନ ତରକାରୀ ପ୍ରସ୍ତୁତ କରୁଥିବା ନଜର ଆସୁଛନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି ଏହି ଭିଡିଓରେ।

Rondhon Porichoy ନାମକ ଚ୍ୟାନେଲର ୟୁଟ୍ୟୁବର ରାନାଘାଟର ବେଗୋପାରାରେ ରାନୁ ମଣ୍ଡଳଙ୍କ ଘରକୁ ଯାଇ ଏହି ଭିଡିଓ ଶୁଟ୍‌ କରିଥିଲେ। ଏହି ଭିଡିଓକୁ ବର୍ଷ ଆରମ୍ଭରେ ପୋଷ୍ଟ କରାଯାଇଥିଲା, ଯାହାକି ଏବେ ପୁଣିଥରେ ଭାଇରାଲ ହେବାରେ ଲାଗିଛି। ୟୁଟ୍ୟୁବର ରାନୁଙ୍କ ସହ ଅନେକ ବିଷୟରେ କଥା ହୋଇଥିଲେ। କଥାବାର୍ତ୍ତା ବେଳେ ରାନୁ ଚିକେନ ରାନ୍ଧିଥିଲେ। ସେ ଏହାକୁ ରାନ୍ଧି ସାରିବା ପରେ ୟୁଟ୍ୟୁବରଙ୍କ ସହ ମିଶିକି ଖାଇଥିଲେ। ଭିଡିଓ ଶେଷରେ ରାନୁ ମଣ୍ଡଳ ‘ଜବ କୋଇ ବାତ୍‌ ବିଗଡ ଜାଏ’ ଗୀତ ମଧ୍ୟ ଗାଉଥିବାର ଆପଣ ଦେଖି ପାରିବେ। ୟୁଟ୍ୟୁବରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ସୋସିଆଲ ମିଡିଆ ୟୁଜରମାନେ ଏହା ଉପରେ ବିଭିନ୍ନ କମେଣ୍ଟ ଦେବାରେ ମଧ୍ୟ ଲାଗିଛନ୍ତି। ସେହିପରି କିଛିଦିନ ତଳେ ରାନୁ ମଣ୍ଡଳଙ୍କର ଏକ ନୂଆ ଭିଡିଓକୁ Rondhon Porichoy ସେୟାର କରିଥିଲା। ଭିଡିଓରେ ରାନୁ ଏକ ଲାଲ ରଙ୍ଗର ଟି-ସାର୍ଟ ପିନ୍ଧି ‘ମନ କେ ମାଗେ ହିତେ’ ଗୀତ ଗାଉଥିଲେ। ଭିଡିଓକୁ ୧.୨ ଲକ୍ଷ ଭ୍ୟୁଜ୍‌ ମିଳିଥିଲା।

ଆପଣଙ୍କୁ କହି ରଖୁଛୁ, ୨୦୧୯ରେ ରାନୁ ମଣ୍ଡଳ ରେଲେଓ୍ଵ ଷ୍ଟେଶନରେ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ରାନୁ ରେଲେଓ୍ଵ ଷ୍ଟେଶନରେ ବସି ଲତା ମଙ୍ଗେଶକରଙ୍କ ଗୀତ ‘ଏକ ପ୍ୟାର୍‌ କା ନଗମା ହୈ’ ଗାଉଥିଲେ। ଏହାପରେ ତାଙ୍କୁ ମୁମ୍ବାଇରେ ଏକ ରିୟାଲିଟି ଶୋ’ରେ ଆମନ୍ତ୍ରିତ କରାଯାଇଥିଲା। ହିମେଶ ରେଶମିୟା, ଯିଏକି ଶୋ’ର ଜଜ୍‌ ଥିଲେ, ସେ ରାନୁଙ୍କ ଗୀତରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ କି ତାଙ୍କ ସହିତ ଗୀତ ମଧ୍ୟ କମ୍ପୋଜ୍‌ କରିଥିଲେ। ହିମେଶ ରେଶମିୟାଙ୍କ ଫିଲ୍ମରେ ‘ତେରି ମେରି କାହାଣୀ’ ଗୀତ ଗାଇବାକୁ ରାନୁଙ୍କୁ ସୁଯୋଗ ମିଳିଥିଲା। ଏହାପରେ ଦେଖୁ ଦେଖୁ ରାନୁ ମଣ୍ଡଳ ଅନେକ ଗୀତ ପାଇଥିଲେ, ଯାହାକି ହିଟ୍‌ ମଧ୍ୟ ହୋଇଥିଲା। ନିକଟରେ ରାନୁ ମଣ୍ଡଳ ଛଠ୍‌ ପୂଜା ଉପରେ ଏକ ଗୀତ ଗାଇଛନ୍ତି। ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

video courtesy: Rondhon Porichoy