ହଜିଯାଇଛି କି ଆପଣଙ୍କର ଭୋଟର ପରିଚୟ ପତ୍ର , ତେବେ ଏପରି ଦିଅନ୍ତୁ ନିଜର ଭୋଟ

କେନ୍ୟୁଜ୍ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର । ଏହା ଭିତରେ ଭୋଟ ଦେବା ପାଇଁ ଆମ ମାନଙ୍କରରେ ବିଭିନ୍ନ ସମସ୍ୟା ମଧ୍ୟ ଆସିବ । ଯେପରି କି ଭୁଲ୍ ହୋଇଯାଇଥିବା ଭୋଟର କାର୍ଡ, ଭୋଟର କାର୍ଡ ହଜିଯିବା, ପୁଲିଙ୍ଗ ବୁଥ୍ ଚେକ୍ କରିବା ଆଦି ସମସ୍ୟା । ତଥାପି ଏସବୁ ଭିତରେ ପ୍ରତି ଲୋକ ନିଜର ମନପସନ୍ଦ ନେତା ଓ ଦଳକୁ ଭୋଟ ଦେବା ପାଇଁ ପ୍ରସ୍ତୁତ ରହିବା ଦରକାର । କାରଣ ସମସ୍ତଙ୍କ ଭୋଟ ଦେଶ ଗଢିବା ପାଇଁ ନିହାତି ଜରୁରୀ ।
ତେବେ ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ନିଜର ଭୋଟର କାର୍ଡ ହଜାଇ ଦେଇଛନ୍ତି ଏବଂ ଏହାକୁ ଖୋଜିବା ପରେ ମଧ୍ୟ ପାଉନାହାନ୍ତି ଏବଂ ଭୋଟ କେମିତି ଦେବେ ବୋଲି ଚିନ୍ତା କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଇସିଆଇ ପକ୍ଷରୁ କୁହାଯାଇଛି କି ଆପଣ ବିନା ଭୋଟର କାର୍ଡରେ ମଧ୍ୟ ମତଦାନ କରିପାରିବେ ।
କେମିତି କରିବେ ମତଦାନ:
-ସୁନିଶ୍ଚିନ୍ତ କରନ୍ତୁ କି ଆପଣଙ୍କ ନାଁ ମତଦାତାଙ୍କ ସୂଚୀ ଭିତରେ ରହିଛି । ଯଦି ଆପଣଙ୍କୁ ଆପଣଙ୍କ ଇପିଆଇସି ନମ୍ବର ମନେ ଅଛି,ତେବେ ଏହା ବହୁତ ଭଲ କଥା । କିନ୍ତୁ ଯଦି ଆପଣଙ୍କର ମନେନାହିଁ ତେବେ ବାସ୍ ଏହି ଗାଇଡରେ ଯାଞ୍ଚ କରି ଜାଣନ୍ତୁ କି ମତଦାତାଙ୍କ ସୂଚୀରେ ଆପଣଙ୍କ ସ୍ଥାନର ପୁଷ୍ଟି କେମିତି କରିପାରିବେ ଏବଂ ଆପଣଙ୍କ ମତଦାନର କେନ୍ଦ୍ର କେଉଁଟା।
ଯଦି ଆପଣଙ୍କ ପାଖରେ ମତଦାତା କାର୍ଡ ନାହିଁ, କିନ୍ତୁ ଆପଣଙ୍କୁ ଆପଣଙ୍କ ଭୋଟ ଦେବାର ଅଛି । ଏଠାରେ ସେହି ଆଇଡି ସୂଚୀ ଦିଆଯାଇଛି ଯାହାର ଉପଯୋଗ ଆପଣ ନିଜର ଭୋଟ ଦେବା ପାଇଁ କରିପାରିବେ ।
ଭୋଟ ଦେବା ପାଇଁ ବୈଧ ଦସ୍ତାବିଜ/ପରିଚୟ ପତ୍ର
-ପ୍ୟାନ୍ କାର୍ଡ
-ଆଧାର କାର୍ଡ
-ଡ୍ରାଇଭିଙ୍ଗ୍ ଲାଇସେନ୍ସ
-ପାସପୋର୍ଟ
-ବ୍ୟାଙ୍କ କମ୍ବା ପୋଷ୍ଟାଲ ପାସବୁକ୍
-ସେବା ନିବ୍ରୁତ କର୍ମୀମାନଙ୍କର ପେନସନ୍ ଦସ୍ତାବିଜ
-ରାଜ୍ୟ/କେନ୍ଦ୍ର ସରକାର କିମ୍ବା ସରକାର=ବା ସାର୍ବଜାନିନ ଉପକ୍ରମ ଦ୍ବାରା ଜାରି କରାଯାଇଥିବା ସେବାର ପରିଚୟ ପତ୍ର
-ମନରେଗା ଜବ୍ କାର୍ଡ
-ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଦ୍ବାରା ଜାରି ସ୍ବାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ