ଆଜିଠାରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ

ଆଜିଠାରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ। ଦୁଇଟି ପର୍ଯ୍ୟାୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ବିଭାଗ ବିଷୟର ମାନୁଆଲ୍ ମୂଲ୍ୟାୟନ ହେବ।ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ଖାତା ଦେଖା ହେବ। ଏହା ମଧ୍ୟରେ ଉତ୍ତର ଖାତାଗୁଡ଼ିକର ସ୍କାନିଂ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ୫୮ଟି ମାନୁଆଲ୍ ଓ ୩୬ ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ମେ’ ପ୍ରଥମ ସପ୍ତାହ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ଜୁନ୍ ପ୍ରଥମ ସପ୍ତାହ ଭିତରେ ସମସ୍ତ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.