ଏହି ବଦଭ୍ୟାସ ଯୋଗୁ ଅସନ୍ତୁଷ୍ଟ ହୁଅନ୍ତି ଲକ୍ଷ୍ମୀ, ଘରେ ସବୁବେଳେ ଦେଖାଦିଏ ଆର୍ଥିକ ସମସ୍ୟା

ଭୌତିକ ଆବଶ୍ୟକତା ପୂରଣ କରିବା ପାଇଁ ଆବଶ୍ୟକ ହୋଇଥାଏ ଧନ। ସନାତନ ପୂଜାର୍ଚ୍ଚନାରେ ମା’ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ। ଉଭୟଙ୍କ ସମ୍ପର୍କ ଧନ ସହ ରହିଛି। ସମସ୍ତେ ଏହି ଧନ ଦେବତାଙ୍କ ଆଶୀର୍ବାଦ ଚାହିଁଥାନ୍ତି। କିନ୍ତୁ କେତେକ ଭୁଲ ଅଭ୍ୟାସ ଯୋଗୁ ମା’ଲକ୍ଷ୍ମୀ ରାଗିଯାଆନ୍ତି ଓ ଜୀବନରେ ବିଭିନ୍ନ ଆର୍ଥିକ ସମସ୍ୟା ବୃଦ୍ଧି ପାଏ। ଆସନ୍ତୁ ଜାଣିବା କେଉଁ ଭୁଲ୍‌ ଯୋଗୁ ରୁଷ୍ଟ ହୁଅନ୍ତି ମା’ଲକ୍ଷ୍ମୀ…

ସକାଳେ ଡେରି ଯାଏଁ ଶୋଇବା:

ସୂର୍ଯ୍ୟୋଦୟ ପରେ ମଧ୍ୟ ଶୋଉଥିବା ବ୍ୟକ୍ତିଙ୍କ ଘରେ ସବୁବେଳେ ଧନ ଅଭାବ ଦେଖିବାକୁ ମିଳେ। ଏଭଳି ବ୍ୟକ୍ତିଙ୍କ ଘରେ ଲକ୍ଷ୍ମୀ ଆଦୌ ବାସ କରିନଥାନ୍ତି। ଏଣୁ ସକାଳୁ ଉଠି ଠାକୁରଙ୍କୁ ସ୍ମରଣ କରିବାକୁ କୁହାଯାଏ।

ଘରେ ଦୀପ ନ ଜଳାଇବା:

ଯେଉଁ ବ୍ୟକ୍ତି ସକାଳେ ଓ ସନ୍ଧ୍ୟାରେ ଘରେ ଦୀପ ଜଳାନ୍ତି ନାହିଁ, ସେମାନଙ୍କ ଘରେ ଲକ୍ଷ୍ମୀ ଅଧିକ ଦିନ ପର୍ଯ୍ୟନ୍ତ ରହିନଥାନ୍ତି। ଘରେ ଦୀପ ଜଳାଇବା ଦ୍ୱାରା ନକାରାତ୍ମକ ଉର୍ଜା ଶେଷ ହୋଇଯାଏ।

ଅପଶବ୍ଦ ବ୍ୟବହାର କରିବା:

ପ୍ରତିକଥାରେ ରାଗିବା ଓ ଅପଶବ୍ଦ ବ୍ୟବହାର କରିବାକୁ ମଧ୍ୟ ଲକ୍ଷ୍ମୀ ପସନ୍ଦ କରନ୍ତିନାହିଁ। ଏଭଳି ଅଭ୍ୟାସ ଥିବା ବ୍ୟକ୍ତିଙ୍କର ସର୍ବଦା ଧନ ଅଭାବ ଦେଖାଦିଏ। ଏଥିସହ ସମାଜ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଏ।

ସନ୍ଥ, ଗରିବ ଓ ଶାସ୍ତ୍ରର ଅନାଦର କରିବା:

ଯେଉଁ ଘରେ ସନ୍ଥ, ଗରିବ ଓ ଶାସ୍ତ୍ରକୁ ସବୁବେଳେ ଅନାଦର କରାଯାଏ ସେଠାରେ ଲକ୍ଷ୍ମୀ ରୁହନ୍ତି ନାହିଁ। ଲକ୍ଷ୍ମୀ ଏଭଳି ଲୋକଙ୍କ ଉପରେ ସବୁବେଳେ ଅସନ୍ତୁଷ୍ଟ ହୋଇଥାନ୍ତି।

ଘର ସଫାସଫି ନ କରିବା:

ପରିଷ୍କାର ଘରେ ଲକ୍ଷ୍ମୀ ବାସ କରିଥାନ୍ତି। ଯେଉଁ ବ୍ୟକ୍ତି ଘରକୁ ସଫା କରି ନଥାଏ ଓ ଚିରାଫଟା ପୋଷାକ ପିନ୍ଧିଥାଏ, ଲକ୍ଷ୍ମୀ ସେ ସ୍ଥାନ ଛାଡ଼ି ଚାଲିଯାଇଥାନ୍ତି। ଫଳରେ ବ୍ୟକ୍ତି ଦରିଦ୍ର ହୋଇଯାଏ।

ବ୍ରାହ୍ମ ମୁହୂର୍ତ୍ତ ଓ ସନ୍ଧ୍ୟା ସମୟରେ ସମ୍ଭୋଗ କରିବା:

ଯେଉଁମାନେ ସକାଳେ ଓ ସନ୍ଧ୍ୟାରେ ସମ୍ଭୋଗରେ ଲିପ୍ତ ରହିଥାନ୍ତି, ସେମାନେ ନର୍କଗାମୀ ହୋଇଥାନ୍ତି। ଲକ୍ଷ୍ମୀ ଏଭଳି ଲୋକଙ୍କୁ ଛାଡ଼ି ଚାଲିଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.