ଜଷ୍ଟିନ ବିବରଙ୍କୁ ମାତ୍‌ ଦେବେ ଏହି କୃଷକ, ଗାଇଲେ ‘Baby’ ଗୀତ: ଭିଡିଓ ଭାଇରାଲ

ହଲିଉଡ ଗାୟକ ଜଷ୍ଟିନ ବିବରଙ୍କ ଗୀତ ‘baby’ ଗୀତ ଆପଣ ନିଶ୍ଚିତ ଶୁଣିଥିବେ। ଯାହା ସମଗ୍ର ଦୁନିଆରେ ବେଶ୍‌ ଚର୍ଚ୍ଚିତ। ଏହି ଗୀତଟି ରିଲିଜ ହେବା ଏତେ ବର୍ଷ ପରେ ମଧ୍ୟ ଲୋକ ଏହାକୁ ଗାଇବାକୁ ଚେଷ୍ଟା କଲେ ମଧ୍ୟ ସଠିକ୍‌ ଭାବେ କରିପାରନ୍ତି ନାହିଁ। କିନ୍ତୁ କର୍ନାଟକର ଚିତ୍ରକୂଟ ଜିଲ୍ଲା ଜଣେ କୃଷକ କ୍ଷେତରେ ଚାଷ କରିବା ସମୟରେ ଏହି ଗୀତ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି, ଯାହାର ଭିଡିଓକୁ ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି।

ସଂଗୀତ ଏବଂ ଗୀତରେ ରୁଚି ରଖୁଥିବା ପ୍ରଦୀପ ଛୋଟ ବେଳରୁ ଗୀତ ଗୁଣୁଗୁଣାନ୍ତି। ନିଜର ଡ୍ୟାନ୍ସ ଏବଂ ଗୀତରେ ଗାଁ ଲୋକଙ୍କ ମନୋରଂଜନ କରନ୍ତି ପ୍ରଦୀପ। ଇଂଲିଶ ଗୀତ ହୋଇଥିବା ଯୋଗୁଁ ଲୋକେ ବୁଝିପାରୁନଥିଲେ ସୁଦ୍ଧା ତାଙ୍କ ମୁହଁର ଭାବଭଙ୍ଗୀ ଦେଖି ବହୁତ ପସନ୍ଦ କରନ୍ତି। ପ୍ରଦୀପ ନିଜ ଗ୍ରାଜୁଏସନ ସମୟରେ ଇଂଲିଶରେ କମ୍‌ ମାର୍କ ଯୋଗୁଁ ଫେଲ ହୋଇଯାଇଥିଲେ। କିନ୍ତୁ ପ୍ରଦୀପଙ୍କୁ କିଛି କିଛି ଇଂଲିଶ କହିବା ଆସୁଛି। ପ୍ରଦୀପଙ୍କୁ ଇଂଲିଶରେ କଥା ହେବା ଏବଂ ଗୀତ ଶୁଣିବା ବହୁତ ପସନ୍ଦ। କେବଳ ଇଂଲିଶ ଗୀତ ନୁହେଁ, ଚୀନ ଏବଂ ଜାପାନୀ ଗୀତ ମଧ୍ୟ ପ୍ରଦୀପ ଗାଇପାରନ୍ତି। ବିଲରେ କାମ କରିବା ସମୟରେ ପ୍ରଦୀପ କାନରେ ଇଅରଫୋନ ଲାଗି ଗୀତ ଶୁଣି କାମ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.