କମ୍‌ କରି ହେବ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା : ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଗୁଆ ସୂଚନା ପାଇଁ ଗବେଷଣା

ଏବେ ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ବଜ୍ରପାତ ଜନିତ ଆଗୁଆ ସୂଚନା ପାଇଁ ଗବେଷଣା ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହା ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ କରିବ।

ବାଲେଶ୍ୱର : ଦୁର୍ବିପାକ ସମୟରେ ଆମେ ଅସାବଧାନତା ବଶତଃ ନିଜର ମୂଲ୍ୟବାନ ଜୀବନକୁ ହରାଇ ଥାଉ। ମାତ୍ର ଅକାଳରେ ଝଡି ପଡୁଥିବା ଏହି ଜୀବନ ରକ୍ଷା ହୋଇ ପାରିବ ଟିକିଏ ସଚେତନତାରେ। ବାଲେଶ୍ଵର ସମେତ ସାରା ରାଜ୍ୟରେ ମୌସୁମୀ କିମ୍ବା କାଳବୈଶାଖୀ ସମୟରେ ବଜ୍ରପାତ ହୋଇଥାଏ। ପ୍ରଭାବରେ କ୍ଷେତରେ କାମ କରୁଥିବା ଚାଷୀ ଅକାରଣରେ ପ୍ରାଣ ହରେଇଥାନ୍ତି। ତାର କାରଣ ହେଲା ସଚେତନତାର ଅଭାବ କିମ୍ବା ଲୋକଙ୍କ ପାଖରେ ଆଗୁଆ ସୂଚନା ନପଂହଚିବା। ଏବେ ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ବଜ୍ରପାତ ଜନିତ ଆଗୁଆ ସୂଚନା ପାଇଁ ଗବେଷଣା ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହା ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ କରିବ।

ନିଅଣ୍ଟିଆ ବର୍ଷା ପାଇଁ ଯେତେବେଳେ ଚାଷ କାର୍ଯ୍ୟ ଆଗେଇ ପାରେନି ସେତେବେଳେ ମୌସୁମୀର ପହିଲି ବର୍ଷାରେ ପୁଲକିତ ହୁଏ ଚଷା ପୁଅର ମନ । ବର୍ଷା ହେଲେ ବର୍ଷଯାକର ଖାଦ୍ୟପାଇଁ ଆରମ୍ଭ ହୋଇଯାଏ ରୁଆ ବେଉଷଣ । ଆଉ ଆଗେଇଥାଏ ଚାଷ କାର୍ଯ୍ୟ । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ। ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ଚାଷ କାମ ଉପରେ ନିର୍ଭରଶୀଳ। ମାତ୍ର ଚାଷ କାର୍ଯ୍ୟ ଭିତରେ ଦୈବୀ ଦୁର୍ବିପାକ ଓ ଦୁର୍ଘଟଣା ଭଳି ବଡ଼ ବଡ ବିପଦ ଚାଷୀଙ୍କ ଜୀବନକୁ ମରଣ ମୁଁହକୁ ଠେଲି ଦିଏ। ଯାହାର ଏକ ପ୍ରମୁଖ କାରଣ ହେଇଛି ବଜ୍ରପାତ ଜନିତ ସମସ୍ୟା ।

ସାଧାରଣତଃ ପ୍ରତିଦିନ ଗଭୀର ଜଳରେ ବୁଡି ମରିବା, ସର୍ପାଘାତ ଓ ବଜ୍ରପାତ ଜନିତ କାରଣରୁ ଅନେକ ଲୋକ ମୃତ୍ୟୁ ମୁଖରେ ପଡିଥାନ୍ତି। ଏବେ ବଜ୍ରପାତ ଜନିତ ମୃତ୍ୟୁ ଅଧିକ ଦେଖିବାକୁ ମିଳୁଛି । ଆକାଶରେ ଏବେ ୮୫ ପ୍ରତିଶତ ବଜ୍ରପାତ ହେଉଥିବା ଆକଳନ କରାଯାଇଛି। ୧୫ ପ୍ରତିଶତ ଭୂପୃଷ୍ଠ ଆଡ଼କୁ ଆସେ । ଯାହାକି ମାନବ ସମାଜ ପାଇଁ ବିପଦ। ସର୍ବେକ୍ଷଣରୁ ଜଣାଯାଇଛି ଯେ, ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁରେ ଅଧିକାଂଶ ଲୋକଙ୍କ ଚାଷ କାର୍ଯ୍ୟ ବେଳେ ମୃତ୍ୟୁ ହେଉଛି। ସାଧାରଣ ଲୋକଙ୍କ ନିକଟରେ ଯେଉଁ ଭଳି ପାଣିପାଗ ଓ ଜଳବାୟୁ ବିଜ୍ଞାନ ବିଭାଗର ତଥ୍ୟ ଓ ପୂର୍ବାନୁମାନ ସୂଚନା ପହଞ୍ଚିବା କଥା ତାହା ପହଞ୍ଚୁନି।

ବଜ୍ରପାତ କଣ? ଏହା ଅଧିକାଂଶ ଲୋକଙ୍କ ଜ୍ଞାନ ବାହାରେ । ବଜ୍ରପାତ ସମ୍ପର୍କିତ ପୂର୍ବାନୁମାନ ସୂଚନାକୁ ଅଳ୍ପ ବହୁତ ଲୋକ ଗଣମାଧ୍ୟମ କିମ୍ବା ବିଭିନ୍ନ ମଡେଲରୁ ପାଉଛନ୍ତି। ଆମ ସମାଜରେ ଅଧିକାଂଶ ଲୋକଙ୍କ ପାଖରେ ଆଜିଯାଏଁ ଏହି ଖବର ଉପଲବ୍ଧ ହୋଇପାରିନି। ନିରକ୍ଷରତା ଓ ସଚେତନତା ଅଭାବରୁ ମୃତ୍ୟୁକୁ ନିଜ ଅଜାଣତରେ ଆଦରି ନେଉଛନ୍ତି ଲୋକେ। କିଏ କୁହେ ମୃତ୍ୟୁ ଭଗବାନଙ୍କ ହାତରେ ତ ଆଉ କିଏ କହେ ଯାହା ଭାଗ୍ୟରେ ଯାହା ଥିବ ଘଟିବ।

ଚାଷ ଜମିରେ ହେଉ ଅବା ଖୋଲା ପଡ଼ିଆରେ ବୁଲୁଥିବା ସମୟରେ। ମୌସୁମୀ ସମୟରେ କିଭଳି ସଚେତନ ହେବା ଏବଂ କେଉ ସମୟରେ ବଜ୍ରପାତର ଶିକାର ହେବାକୁ ପଡ଼େ ତାହା କିଭଳି ଜାଣିବା? ଏସବୁ ଖବର ଲୋକଙ୍କ ଧାରଣା ବାହାରେ। ଏହାକୁ ଆହୁରି ସରଳ ଓ ଲୋକଙ୍କ ନିକଟତର କରାଇବା ପାଇଁ ପ୍ରୟାସ କରୁଛି ଫକୀର ମୋହନ ବିଶ୍ବବିଦ୍ୟାଳୟ। ବଜ୍ରପାତର ପୂର୍ବାନୁମାନ ପାଇଁ ଏବେ ଫକୀର ମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଗବେଷଣା ଆରମ୍ଭ ହୋଇଛି । ପ୍ରଫେସର ଡ଼ଃ ମନୋରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଏହି କାର୍ଯ୍ୟରେ ଲାଗିଛନ୍ତି ।

ଫକୀର ମୋହନ ବିଶ୍ବବିଦ୍ୟାଳୟରେ ପୂର୍ବରୁ ବଜ୍ରପାତ ଜନିତ ପୂର୍ବାନୁମାନ ଓ ସଚେତନତାକୁ ନେଇ ଏକ ଜାତୀୟ ସ୍ତରର ୱାର୍କସପ୍ ହୋଇଥିଲା । ବର୍ତ୍ତମାନ ବିଭିନ୍ନ ମଡେଲ ସହାୟତାରେ ତଥ୍ୟ ସଂଗ୍ରହ କରାଯାଇ ବଜ୍ରପାତର ପୂର୍ବାନୁମାନ କରାଯାଉଛି। ଜଳବାୟୁ ଓ ପାଣିପାଗ ସମ୍ପର୍କିତ ଦୈନିକ ଖବର ସମ୍ବାଦ ମାଧ୍ୟମରେ ବିଭିନ୍ନ ମୋବାଇଲ ଗ୍ରୁପରେ ଲୋକଙ୍କ ନିକଟକୁ ପଠାଯାଉଛି। ଫଳରେ ବାଲେଶ୍ଵର ଜିଲ୍ଲାରେ ପାଣିପାଗ ଓ ଜଳବାୟୁର ସ୍ଥିତି ସମ୍ପର୍କରେ ଲୋକେ ଜାଣିପାରିବେ। ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଗବେଷଣାକୁ ଆହୁରି ଆଗକୁ ବଢାଯିବ। ଲୋକଙ୍କ ନିକଟରେ ପୂର୍ବାନୁମାନ ସୂଚନା କିଭଳି ଠିକ ସମୟରେ ପହଞ୍ଚିବ ସେନେଇ ପ୍ରଚେଷ୍ଟା ଜାରି ରହିଛି ।

ସାଧାରଣତଃ ମୌସୁମୀ ସମୟରେ ଆକାଶରେ କଳା ବାଦଲ ସଂଗଠିତ ହୁଏ। ପରବର୍ତ୍ତୀ ସମୟରେ ବଜ୍ରପାତର ସମ୍ଭାବନା ସୃଷ୍ଟି କରେ । ଜଳବାୟୁ ଓ ପାଣିପାଗ ବିଜ୍ଞାନ ବିଭାଗର ଆକଳନ ଅନୁସାରେ ଦିନ ୧୨ଟାରୁ ରାତି ୮ଟା ଭିତରେ ଅଧିକ ବଜ୍ରପାତର ସମ୍ଭାବନା ରହିଛି । ପ୍ରାକ୍ ମୌସୁମୀ ସମୟରେ ବଜ୍ରପାତ ଆକଳନ କରିବା ସଠିକ ହୋଇନଥାଏ। ପ୍ରାକ ମୌସୁମୀରେ ଦିନ ୨ଟାରୁ ରାତି ୮ ଭିତରେ ବଜ୍ରପାତର ସମ୍ଭାବନା ରହିଥାଏ। ସେହିଭଳି ମୌସୁମୀ ପରେ ଦିନ ୧୨ଟାରୁ ରାତି ୮ଟା ମଧ୍ୟରେ ଅଧିକ ବଜ୍ରପାତର ପ୍ରଭାବ ଦେଖିବାକୁ ମିଳିଥାଏ। ୮୫ ପ୍ରତିଶତ ଲୋକେ ପ୍ରାକ ମୌସୁମୀ ସମୟରେ ଗଛତଳେ ମୃତ୍ୟୁବରଣ କରିଥାନ୍ତି।

ବଜ୍ରପାତ ବେଳେ ବାଦଲ ଭୂପୃଷ୍ଠ ଆଡ଼କୁ ନେଗେଟିଭ ଚାର୍ଜ ନେଇ ଆସିଥାଏ। ସେହି ସମୟରେ ବଜ୍ରପାତ ଦେଇ ୩୦୦ ଲକ୍ଷ ଭୋଲ୍ଟର କରେଣ୍ଟ ପ୍ରବାହିତ ହୁଏ। ଯାହା ୩୦ ହଜାର ଡିଗ୍ରୀ ତାପମାତ୍ରା ସହ ସମାନ। ଦ୍ଵିତୀୟ କାରଣ ହେଲା ମୌସୁମୀ ସମୟରେ ଭୂପୃଷ୍ଠରୁ କମ ଉଚ୍ଚତାରେ ବାୟୁମଣ୍ଡଳରେ କଳା ବାଦଲ ସଂଗଠିତ ହୁଏ। ସେତେବେଳେ ବାୟୁମଣ୍ଡଳରେ ଆଦ୍ରତା ୮୫ରୁ ୯୦ ପ୍ରତିଶତ ମଧ୍ୟରେ ରହିଥାଏ। ଫଳରେ ବାଦଲକୁ ଭୂପୃଷ୍ଠ ସହ ଶୀଘ୍ର ସଂଯୋଗ ମିଳିଯିବାରୁ ବର୍ଷା ସମୟରେ ଖୋଲା ପଡ଼ିଆରେ କାମ କରୁଥିବା ଲୋକେ ବଜ୍ରପାତର ଶିକାର ହୋଇଥାନ୍ତି। ତୃତୀୟ କାରଣ ହେଲା ମୌସୁମୀ ପରେ ବର୍ଷା ସମୟରେ ନଦୀ, ହ୍ରଦ, ନାଳ ଓ ସମୁଦ୍ରରେ, ଚାଷ ଜମିରେ ପାଣିରେ କମ କରିବା କିମ୍ବା ସମୁଦ୍ର କୂଳରେ ବୁଲିବା ବେଳେ ବଜ୍ରପାତର ଆଶଙ୍କା ରହିଥାଏ ।

ଚତୁର୍ଥ କାରଣ ହେଲା ମାଟି ଘରେ ଶୋଇଥିବା ବେଳେ କିମ୍ବା ମାଟି ଘର ଆଗରେ ଗଛ ରହିଲେ ବଜ୍ରପାତର ସମ୍ଭାବନା ରହିଥାଏ। ପଞ୍ଚମ କାରଣ ହେଲା ବର୍ଷା ସମୟରେ ଧାତୁ ଜନିତ ତାରରୁ ଲୁଗା ତୋଳିବା, ବିଦ୍ୟୁତ ସରବରାହ ହେଉଥିବା ସ୍ଥାନରେ ରହିବା, ଲୌହ କିମ୍ବା କୌଣସି ଧାତୁ ଜନିତ ଗେଟ ଖୋଲିବା, ବାସନ ମାଜିବା। ଏହି ସମୟରେ ବଜ୍ରପାତର ଆଶଙ୍କା ଅଧିକ ରହିଥାଏ ବୋଲି କହିଛନ୍ତି ଫକୀର ମୋହନ ବିଶ୍ବବିଦ୍ୟାଳୟ ଭୂତତ୍ତ୍ୱ ବିଜ୍ଞାନ ପ୍ରଫେସର ଡଃ ମନୋରଞ୍ଜନ ମିଶ୍ର।

ଓଡିଶାରେ ସର୍ବାଧିକ ବଜ୍ରପାତ ଜନିତ ମୃତ୍ୟୁ ୨୦୦୦ରୁ ୨୦୨୦ ମଧ୍ୟରେ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୫୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟରେ ଗଞ୍ଜାମ ଜିଲ୍ଲା ରହିଥିଲା । ଏଠାରେ ୩୫୯ ଜଣ ପ୍ରାଣ ହରାଇଥିଲେ । ଏହା ପଛକୁ ଢେଙ୍କାନାଳରେ ୩୪୮, ଅନୁଗୁଳରେ ୨୪୧, ନବରଙ୍ଗପୁରରେ ୨୨୪, କେନ୍ଦୁଝରରେ ୩୨୭, ସୁନ୍ଦରଗଡ଼ରେ ୩୪୬, କେନ୍ଦ୍ରାପଡ଼ାରେ ୨୩୯, ବଲାଙ୍ଗୀରରେ ୨୫୨, ଭଦ୍ରକରେ ୨୦୨, କଟକରେ ୩୪୦, ଯାଜପୁରରେ ୨୩୬, ବାଲେଶ୍ବରରେ ୨୧୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟ ସମସ୍ତ ଜିଲ୍ଲା ଗୁଡ଼ିକରେ କେଉଁଠି ୧୦୦ରୁ କମ ତ କେଉଁଠି ମୃତ୍ୟୁ ସଂଖ୍ୟା ୧୦୦ ଉପରେ ରହିଛି। ବୌଦ୍ଧରେ ସର୍ବନିମ୍ନ ୪୩ ଜଣଙ୍କର ମୃତ୍ୟୁ ହୋଇଛି। ଜଳବାୟୁ ଓ ପାଣିପାଗ ବିଭାଗ ସମ୍ପର୍କୀୟ ଆକଳନ କ୍ଷେତ୍ରରେ ଆମେରିକା ଓ ଭାରତୀୟ ଜ୍ଞାନ କୌଶଳ ପ୍ରାୟ ସମାନ। ଭାରତୀୟ ଜଳବାୟୁ ଓ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ମଧ୍ୟ ବଜ୍ରପାତ ଅବା ବାତ୍ୟା ଆଦିର ଆକଳନ କରାଯାଉଛି। ପଡୋଶୀ ଝାଡଖଣ୍ଡ ଓ ଆମ ରାଜ୍ୟର ଖଣି ଅଞ୍ଚଳରେ ବଜ୍ରପାତର ପ୍ରଭାବ ଅଧିକ ଦେଖିବାକୁ ମିଳେ । ୨୦୦୦ରୁ ୨୦୨୦ ମଧ୍ୟରେ ଓଡ଼ିଶାରେ ୨୩ ଲକ୍ଷ ବଜ୍ରପାତ ହୋଇଥିବା ତଥ୍ୟ ରହିଛି। ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଏହାର ପ୍ରଭାବ ଅଧିକ।

ତେବେ ପୂର୍ବାନୁମାନ ସୂଚନା ତଳ ସ୍ତରର ଲୋକଙ୍କ ନିକଟକୁ ପହଞ୍ଚିବାର ବିଭିନ୍ନ ମାଧ୍ୟମ ରହିଛି। ଅନ୍ୟପଟେ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଏସବୁ ସଚେତନତାର ସେଭଳି ପ୍ରଚାର ପ୍ରସାର ହୋଇପାରୁନି। ଫଳରେ ଯୋଜନା ଓ ଏହାର କାର୍ଯ୍ୟକାରୀତା ମଧ୍ୟରେ ତାଳମେଳ ରହୁନାହିଁ ।

ଆସନ୍ତୁ ନଜର ପକାଇବା ୨୦୦୧ରୁ ୨୦୧୪ ମଧ୍ୟରେ ଓଡ଼ିଶାରେ ବଜ୍ରପାତରେ କେତେ ଜଣଙ୍କ ମୃତ୍ୟୁ ଘଟିଛି। ୨୦୦୧ରେ ୨୨୬ ଜଣଙ୍କର, ୨୦୦୨ରେ ୨୦୭, ୨୦୦୩ରେ ୨୨୮, ୨୦୦୪ରେ ୨୬୦, ୨୦୦୫ରେ ୨୪୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୦୬ରେ ୨୫୪, ୨୦୦୭ରେ ୩୬୨, ୨୦୦୮ରେ ୩୬୯, ୨୦୦୯ରେ ୨୪୪ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିଲା । ୨୦୧୦ରେ ୩୧୮, ୨୦୧୧ରେ ୩୨୯, ୨୦୧୨ରେ ୨୫୦, ୨୦୧୩ରେ ୨୭୦ ଓ ୨୦୧୪ରେ ୨୮୯ ଜଣ ପ୍ରାଣ ହରାଇଥିଲେ ।

ସାଧାରଣତଃ ମୌସୁମୀ ସମୟରେ ଆକାଶରେ କଳା ବାଦଲ ସଂଗଠିତ ହୁଏ। ପରବର୍ତ୍ତୀ ସମୟରେ ବଜ୍ରପାତର ସମ୍ଭାବନା ସୃଷ୍ଟି କରେ । ଜଳବାୟୁ ଓ ପାଣିପାଗ ବିଜ୍ଞାନ ବିଭାଗର ଆକଳନ ଅନୁସାରେ ଦିନ ୧୨ଟାରୁ ରାତି ୮ଟା ଭିତରେ ଅଧିକ ବଜ୍ରପାତର ସମ୍ଭାବନା ରହିଛି । ପ୍ରାକ୍ ମୌସୁମୀ ସମୟରେ ବଜ୍ରପାତ ଆକଳନ କରିବା ସଠିକ ହୋଇନଥାଏ। ପ୍ରାକ ମୌସୁମୀରେ ଦିନ ୨ଟାରୁ ରାତି ୮ ଭିତରେ ବଜ୍ରପାତର ସମ୍ଭାବନା ରହିଥାଏ। ସେହିଭଳି ମୌସୁମୀ ପରେ ଦିନ ୧୨ଟାରୁ ରାତି ୮ଟା ମଧ୍ୟରେ ଅଧିକ ବଜ୍ରପାତର ପ୍ରଭାବ ଦେଖିବାକୁ ମିଳିଥାଏ। ୮୫ ପ୍ରତିଶତ ଲୋକଙ୍କର ପ୍ରାକ ମୌସୁମୀ ସମୟରେ ଗଛତଳେ ମୃତ୍ୟୁ ହୋଇଥାଏ। ବଜ୍ରପାତ ବେଳେ ବାଦଲ ଭୂପୃଷ୍ଠ ଆଡ଼କୁ ନେଗେଟିଭ ଚାର୍ଜ ନେଇ ଆସିଥାଏ।

ସେହି ସମୟରେ ବଜ୍ରପାତ ଦେଇ ୩୦୦ ଲକ୍ଷ ଭୋଲ୍ଟର କରେଣ୍ଟ ପ୍ରବାହିତ ହୁଏ। ଯାହା ୩୦ ହଜାର ଡିଗ୍ରୀ ତାପମାତ୍ରା ସହ ସମାନ। ଦ୍ଵିତୀୟ କାରଣ ହେଲା ମୌସୁମୀ ସମୟରେ ଭୂପୃଷ୍ଠରୁ କମ ଉଚ୍ଚତାରେ ବାୟୁମଣ୍ଡଳରେ କଳାବାଦଲ ସଂଗଠିତ ହୁଏ। ସେତେବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ୮୫ରୁ ୯୦ ପ୍ରତିଶତ ମଧ୍ୟରେ ଥାଏ। ଫଳରେ ବାଦଲକୁ ଭୂପୃଷ୍ଠ ସହ ଶୀଘ୍ର ସଂଯୋଗ ମିଳିଯିବାରୁ ବର୍ଷା ସମୟରେ ଖୋଲା ପଡ଼ିଆରେ କାମ କରୁଥିବା ଲୋକେ ବଜ୍ରପାତର ଶିକାର ହୋଇଥାନ୍ତି। ତୃତୀୟ କାରଣ ହେଲା ମୌସୁମୀ ପରେ ବର୍ଷା ସମୟରେ ନଦୀ, ହ୍ରଦ, ନାଳ ଓ ସମୁଦରେ, ଚାଷ ଜମିରେ, ପାଣିରେ କାମକରିବା କିମ୍ବା ସମୁଦ୍ର କୂଳରେ ବୁଲିବା ବେଳେ ବଜ୍ରପାତର ଆଶଙ୍କା ରହିଥାଏ ।

ଚତୁର୍ଥ କାରଣ ହେଲା ମାଟି ଘରେ ଶୋଇଥିବା ବେଳେ କିମ୍ବା ମାଟି ଘର ଆଗରେ ଗଛ ରହିଲେ ବଜ୍ରପାତର ସମ୍ଭାବନା ରହିଥାଏ। ପଞ୍ଚମ କାରଣ ହେଲା ବର୍ଷା ସମୟରେ ଧାତୁରୁ ପ୍ରସ୍ତୁତ ତାରରୁ ଲୁଗା ତୋଳିବା, ବିଦ୍ୟୁତ ସରବରାହ ହେଉଥିବା ସ୍ଥାନରେ ରହିବା, ଲୌହ କିମ୍ବା କୌଣସି ଧାତୁ ଜନିତ ଗେଟ ଖୋଲିବା, ବାସନ ମାଜିବା। ଏହି ସମୟରେ ବଜ୍ରପାତର ଆଶଙ୍କା ଅଧିକ ରହିଥାଏ ବୋଲି କହିଛନ୍ତି ଫକୀର ମୋହନ ବିଶ୍ବବିଦ୍ୟାଳୟ ଭୂତତ୍ୱ ବିଜ୍ଞାନର ପ୍ରଫେସର ଡଃ ମନୋରଞ୍ଜନ ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.