Below header

ସ୍କୁଲରୁ ଫେରୁଥିବା ବେଳେ ଚଢ଼ିଗଲା ବୋଲେରୋ, ଘଟଣାସ୍ଥଳରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ମୃତ୍ୟୁ କେତେବେଳେ କାହାକୁ ଅପେକ୍ଷା କରିଥାଏ,କହିବା ମୁସ୍କିଲ । ସ୍କୁଲରୁ ପିଲାଙ୍କ ବାଟ ଚାହିଁ ବସିଥିବା ମା’ ଠୁ ଛଡାଇ ନେଲା ଯମ । ସ୍କୁଲରୁ ଫେରୁଥିବା ବେଳେ ଚାଲିଗଲା ୩ ଜଣ ଛାତ୍ରଙ୍କ ଜୀବନ । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଦେଲେ ୩ ଛାତ୍ର ।

ମୃତ୍ୟୁ କେତେବେଳେ କାହାକୁ ଅପେକ୍ଷା କରିଥାଏ,କହିବା ମୁସ୍କିଲ । ସ୍କୁଲରୁ ପିଲାଙ୍କ ବାଟ ଚାହିଁ ବସିଥିବା ମା’ ଠୁ ଛଡାଇ ନେଲା ଯମ । ସ୍କୁଲରୁ ଫେରୁଥିବା ବେଳେ ଚାଲିଗଲା ୩ ଜଣ ଛାତ୍ରଙ୍କ ଜୀବନ । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଦେଲେ ୩ ଛାତ୍ର । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ବିହାର ବିତିୟା ଜିଲ୍ଲାରେ । ପିଲାଙ୍କ ମୃତ୍ୟୁ ଖବର ପାଇ ନିର୍ବାକ ହୋଇଯାଇଛି ମା’ । ନା ଆଖିରୁ ଲୁହ ଝରୁଛି ନା କଣ୍ଠରୁ କୋହ । ସ୍ଥାଣୁ ପାଲଟି ଯାଇଛନ୍ତି ୩ ଶିଶୁଙ୍କର ମା’ ବାପା ।

ସୂଚନାନୁଯାୟୀ, ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ନିୟନ୍ତ୍ରଣ ହରାଇ ପିଲାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ୩ ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଅନ୍ୟ ୩ ଜଣ ଛାତ୍ର ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ବେତିୟା-ମୋତିହାରୀ ମୁଖ୍ୟ ସଡ଼କ ଉପରେ ହୋଇଛି ।

ଛାତ୍ରମାନେ ବେଲଦାରୀ ରାଜକୀୟ ମଧ୍ୟ ବିଦ୍ୟାଳୟର ବୋଲି ଜଣାଯାଇଛି । ଛାତ୍ରମାନେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ରାସ୍ତା ପାର ସମୟରେ ଦୁର୍ଘଟଣା ଘଟିଥିଲା । ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଛାତ୍ରମାନଙ୍କ ଉପରେ ଚଢ଼ି ଚାଲିଯାଇଥିଲା । ହସପିଟାଲରେ ଚିକିତ୍ସିତ ଛାତ୍ରମାନଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ଏପରି ଘଟଣା ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.