ମାଛ ମାରିବାକୁ ଯାଇ ଆନ୍ଧ୍ର ମତ୍ସ୍ୟଜୀବୀଙ୍କ କବଜାରେ ୫ ଓଡ଼ିଆ ମତ୍ସ୍ୟଜୀବୀ, ଉଦ୍ଧାର କରିବା ପାଇଁ ପରିବାର ଲୋକଙ୍କ ନିବେଦନ

ଆନ୍ଧ୍ର ମତ୍ସ୍ୟଜୀବୀ ମାନେ ନୋ ଫିସି ଜୋନ ବେଆଇନ ଭାବେ ମାଛ ଧରୁଥିବାରୁ ଆର୍ଯ୍ୟପଲ୍ଲୀ  ଅଞ୍ଚଳର ମତ୍ସ୍ୟଜୀବୀ ଏହାକୁ ବିରୋଧ କରିଥିଲେ l ଏହା ସହ ଆନ୍ଧ୍ର ମତ୍ସ୍ୟଜୀବୀ ଏବଂ ଆର୍ଯ୍ୟପଲ୍ଲୀ  ଅଞ୍ଚଳର ମତ୍ସ୍ୟଜୀବୀ ମାନଙ୍କ ମଧ୍ୟ ଏହାକୁ ନେଇ ସମୁଦ୍ର ମଝିରେ ବଚସା ହୋଇଥିଲା l

ଛତ୍ରପୁର(କେନ୍ୟୁଜ୍): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ଆଜି ସକାଳେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ୫ ଜଣ ମତ୍ସ୍ୟଜୀବୀ ଅଟକ ଥିବା ସୂଚନା ମିଳିଛି l ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଏନ.କାମେୟା ଓ ଵି. ମୋହନ ଦୁଇଟି ଡ଼ଙ୍ଗାରେ ୧୯ ଜଣ ମତ୍ସ୍ୟଜୀବୀ ଶୁକ୍ରବାର ସକାଳେ ସମୁଦ୍ରକୁ ମାଛ ଧରିବା ନିମନ୍ତେ ଯାଇଥିବା ବେଳେ ସମୁଦ୍ର ଭିତରେ ଆନ୍ଧ୍ର ମତ୍ସ୍ୟଜୀବୀ ମାନେ ନୋ ଫିସି ଜୋନ ବେଆଇନ ଭାବେ ମାଛ ଧରୁଥିବାରୁ ଆର୍ଯ୍ୟପଲ୍ଲୀ  ଅଞ୍ଚଳର ମତ୍ସ୍ୟଜୀବୀ ଏହାକୁ ବିରୋଧ କରିଥିଲେ l ଏହା ସହ ଆନ୍ଧ୍ର ମତ୍ସ୍ୟଜୀବୀ ଏବଂ ଆର୍ଯ୍ୟପଲ୍ଲୀ  ଅଞ୍ଚଳର ମତ୍ସ୍ୟଜୀବୀ ମାନଙ୍କ ମଧ୍ୟ ଏହାକୁ ନେଇ ସମୁଦ୍ର ମଝିରେ ବଚସା ହୋଇଥିଲା l ପରେ ଆନ୍ଧ୍ରର ମତ୍ସ୍ୟଜୀବୀ ମାନେ ସାନ ଆର୍ଯ୍ୟପଲ୍ଲୀରେ ୫ଜଣ ମତ୍ସ୍ୟଜୀବୀଙ୍କୁ ଜୋର ଜବଦସ୍ତ ଟ୍ରଲରରେ ଅପହରଣ କରି ନେଇଥିବା ସେମାନଙ୍କ ପରିବାର ବର୍ଗ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି l

ଅପହରଣ ହୋଇଥିବା ୫ ଜଣ ମତ୍ସ୍ୟଜୀବୀ ହେଲେ କେ. ବାବାଜୀ, ଏନ.କାମେୟା,ବି.ମୋହନ,ଜି.ଏରେୟା ଓ ଜି. ଜାଙ୍ଗାଲି ବୋଲି ଜଣାପଡିଛି l ମୋଟ ୧୯ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପ୍ରଥମେ ୯ ଜଣ ମତ୍ସ୍ୟଜୀବୀ ଫେରି ଆସିଥିବା ବେଳେ ଅପହରଣ ହୋଇଥିବା ମତ୍ସ୍ୟଜୀବୀ ମାନଙ୍କୁ ଖୋଜି ଖୋଜି ଶେଷରେ ଆଉ ଗୋଟେ ଡଙ୍ଗାରେ ଆଉ ୫ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଅବସ୍ଥାରେ ଫେରିଛନ୍ତି l ଅନ୍ୟପଟେ ଅଟକ ରହିଥିବା ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ନିମନ୍ତେ ସେମାନଙ୍କ ପରିବାର ବର୍ଗ ଦାବି କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.