ଆଶ୍ଚର୍ଯ୍ୟ, ସାରାଦିନ ଇଟା, ପଥର ଓ ବାଲି ଖାଇ ହଜମ କରିଦିଅନ୍ତି ଏହି ୧୦୦ ବର୍ଷୀୟ ବୃଦ୍ଧ ହୁଏନାହିଁ କୌଣସି ସମସ୍ୟା

ସାଧାରଣତଃ ଆମ ସମସ୍ତଙ୍କର କିଛି ନା କିଛି ପସନ୍ଦର ଖାଦ୍ୟ ରହିଥାଏ ଯାହାକୁ ଖାଇବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ହୋଇ ରହିଥାଉ । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ବୃଦ୍ଧଙ୍କ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ସାଧାରଣତଃ ଜଣେ ବୃଦ୍ଧ କେଉଁ କେଉଁ ପ୍ରକାର ଖାଦ୍ୟ ଖାଇ ନିଜର ପେଟ ଭରନ୍ତି ତାହା ତ ଆପଣ ଜାଣିଥିବେ କିନ୍ତୁ ଏଠାରେ ଜଣେ ୧୦୦ ବର୍ଷର ବୃଦ୍ଧ ମାଟି ପଥର ଓ ଇଟା ଖାଇ ନିଜ ଜୀବନ ଧାରଣ କରନ୍ତି । କେବଳ ଖାଆନ୍ତି ନାହିଁ ସେ ଏସବୁକୁ ହଜମ ମଧ୍ୟ କରିଦିଅନ୍ତି । ବୃଦ୍ଧଙ୍କ କହିବା ଅନୁଯାୟୀ ତାଙ୍କୁ ଇଟା ପଥର ଇତ୍ୟାଦି ଖାଇବା ଓ ବାଲି ଗୋଳାଇ ପିଇବା ସହିତ ବାଲି ଚାଟି ଚାଟି ଖାଇବା ମଧ୍ୟ ବହୁତ ପସନ୍ଦ । ଏପରିକି ସେ ଗୋଟେ ଦିନରେ କିଲୋ କିଲୋ ପଥର ଖାଇଯାଆନ୍ତି ।

 

ସୂଚନା ଅନୁଯାୟୀ ଏହି ବୃଦ୍ଧ ଜଣକ ଅମେଠି ଜିଲ୍ଲାର ଗୌରାପ୍ରଣୀ ଗ୍ରାମର ଅଟନ୍ତି । ୧୦୦ ବର୍ଷୀୟ ସତୀ ପ୍ରସାଦଙ୍କ କହିବା ଅନୁଯାୟୀ କିଶୋରାବସ୍ଥାରେ ତାଙ୍କୁ ପଥର ଖାଇବା ଓ ବାଲି ଗୋଳେଇ ପିଇବାକୁ ବହୁତ ଭଲ ଲାଗୁଥିଲା କିନ୍ତୁ ଏହା କେବେ ତାଙ୍କର ଏକ ଆଦତ ହୋଇଗଲା ତାହା ସେ ଜାଣିପାରିଲେ ନାହିଁ । ଗ୍ରାମବାସୀ କୁହନ୍ତି ଯେ ଅନେକ କହିଲା ପରେ ମଧ୍ୟ ସତୀ ପ୍ରସାଦ ଈଟା, ପଥରକୁ ଚୋବାଇ ଖାଇଥାନ୍ତି ଓ ବାଲି ଗୋଳାଇ ପିଇଥାନ୍ତି । ଏହି ସନ୍ଥ ଜଣକ ଭାରତ ସମେତ ଅନେକଦେଶ ମଧ୍ୟ ପଦଯାତ୍ରା କରିସାରିଛନ୍ତି ।

 

ପ୍ରାୟ ୨୦ ବର୍ଷ ବୟସରୁ ସେ ଇଟା ପଥର ଖାଇବା ଆରମ୍ଭ କରିଥିଲେ ଏବଂ ଆଜି ୧୦୦ ବର୍ଷ ବୟସରେ ମଧ୍ୟ ଏହାକୁ ଜାରି ରଖିଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ ଏତେ ମାତ୍ରାରେ ବାଲି ପଥର ଓ ଇଟା ଖାଇବା ପରେ ମଧ୍ୟ ଏହି ବୃଦ୍ଧଙ୍କ ଶରୀରରେ ଆଜି ପର୍ଯ୍ୟନ୍ତ ପେଟ ଯନ୍ତ୍ରଣା କିମ୍ବା କୌଣସି ସମସ୍ୟା ଦେଖାଦେଇ ନାହିଁ । ବହୁତ ଆଦରରେ ଇଟା, ପଥର ଓ ବାଲି ଖାଉଥିବା ଏହି ବୃଦ୍ଧଙ୍କର ଏବେ ଗୋଟିଏ ବି ଦାନ୍ତ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.