Below header

ଧୋନିଙ୍କ ଭବିଷ୍ୟତ ଉପରେ ସୌରଭ ଗାଙ୍ଗୁଲି ଦେଲେ ଏପରି ବୟାନ

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଧୋନିଙ୍କ ଭବିଷ୍ୟତ ଯୋଜନା ନେଇ ଶନିବାର ବୟାନ ଦେଇଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସୌରଭ କହିଛନ୍ତି କି ମେହେନ୍ଦ୍ର ସିଂ ଧୋନି ନିଜ ଭବିଷ୍ୟତ ଯୋଜନା ନେଇ କ୍ୟାପଟେନ କୋହଲି ଓ ଚୟନକର୍ତ୍ତାଙ୍କ ସହ ନିଶ୍ଚିତ ରୂପେ କଥା ହୋଇଥିବେ । ଏହା ସହ ଗାଙ୍ଗୁଲି ପୂର୍ବ କ୍ୟାପଟେନ ଧୋନିଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ଗାଙ୍ଗୁଲିଙ୍କ ଅନୁଯାୟୀ ଧୋନିଙ୍କ ପରି ଖେଳାଳି ଭାରତୀୟ ଦଳକୁ ପୁଣି ମିଳିବା ଖୁବ କଷ୍ଟକର ହୋଇଥିବା ବେଳେ ସେ ପୁଣିଥରେ ଦଳକୁ ଫେରିବେ କି ନାହିଁ ଏହା ତାଙ୍କର ସମ୍ପୂର୍ଣ ବ୍ୟକ୍ତିଗତ ନିଷ୍ପତି । ଭାରତୀୟ କ୍ରିକେଟ ଜଗତରେ ଧୋନି ଚିର ଦିନ ପାଇଁ ଚ୍ୟାମ୍ପିୟନ ହୋଇ ରହିବେ । ସାକ୍ଷାତ୍କାର ସମୟରେ ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି କି ଆପଣ ହୁଏତ ଏମଏସ ଧୋନିଙ୍କୁ ଶୀଘ୍ର ପଡିଆରେ ଦେଖି ପାରିବେ ନାହିଁ ।

dhoni

କିନ୍ତୁ ସେ ଭବିଷ୍ୟତରେ ଆଉ ଖେଳିବାକୁ ଚାହିଁବେ ନା ନାହିଁ ଏବାବଦରେ ସେ ହିଁ ନିଷ୍ପତି ନେବେ । ଧୋନି ଏଯାବତ ନିଜ ଭବିଷ୍ୟତ ଯୋଜନା ନେଇ କୌଣସି ପ୍ରକାର ଆଲୋଚନା କରିନାହାନ୍ତି । ନିକଟରେ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଏବାବଦରେ ଯେବେ ଧୋନିଙ୍କୁ ପ୍ରଶ୍ନ ପଚରା ଯାଇଥିଲା ଜବାବରେ ଧୋନି କହିଥିଲେ କି ଏଧରଣର ପ୍ରଶ୍ନ ତାଙ୍କୁ ୨୦୨୦ ମସିହା ଜାନୁଆରୀ ମାସ ପରେ ପଚାରିଲେ ହିଁ ଉଚିତ ହେବ । ସୂଚନା ଦେବା ଯୋଗ୍ୟ କି ଚଳିତ ବର୍ଷ ଚାଲିଥିବା ବିଶ୍ୱକପର ସେମିଫାଇନାଲ ରାଉଣ୍ଡରୁ ଭାରତ ବାହାରିବା ପରେ ଧୋନି ଆଉ କ୍ରିକେଟ ଜଗତରେ ସକ୍ରିୟ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.