ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି ଜିନିଷର ଦାନ, ପଡିପାରେ ବଡ ଅର୍ଥ ସଙ୍କଟ

ଶାସ୍ତ୍ରରେ କୁହାଯାଇଛି ଦାନ ଦେବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୋଇଥାଏ | ହେଲେ ସୂର୍ଯ୍ୟାସ୍ତ ପରେ କିଛି ଜିନିଷ ଦାନ କରିବା ଆପଣଙ୍କ ପକେଟ ଉପରେ ଭାରି ପଡିପାରେ | ଭୁଲ ସମୟରେ ଦାନ ଦେବା ବ୍ୟକ୍ତିର ଭଲ ବଦଳରେ ବର୍ବାଦୀର କାରଣ ହୋଇପାରେ |

ଶାସ୍ତ୍ରରେ କୁହାଯାଇଥିବା କିଛି ଦ୍ରବ୍ୟ ଭୁଲରେ ବି ସୂର୍ଯ୍ୟାସ୍ତ ପରେ ଦାନ କରନ୍ତୁ ନାହିଁ | ସୂର୍ଯ୍ୟାସ୍ତ ପରେ ଏହି ଜିନିଷର ଦାନ ଶୁଭ ହୋଇନଥାଏ | ଆସନ୍ତୁ ଜାଣିବା ସେହି ସବୁ ଦ୍ରବ୍ୟ ବିଷୟରେ ଯାହାକୁ ସୂର୍ଯ୍ୟାସ୍ତ ପରେ ଦାନ କଲେ ବହୁତ କ୍ଷତି ହୋଇଥାଏ |

ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି ଜିନିଷର ଦାନ –

ଉଧାର ଦେବା ଓ ନେବା :

ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ କାହାକୁ ଉଦ୍ଧାର ଦେବା ଓ ନେବା ଭୁଲରେ ବି କରନ୍ତୁ ନାହିଁ | କୁହାଯାଏ ସନ୍ଧ୍ୟାରେ କାହା ଠାରୁ ନିଆଯାଇଥିବା ଟଙ୍କାରେ କରାଯାଇଥିବା କାମ ସଫଳ ହୋଇନଥାଏ | ସନ୍ଧ୍ୟାରେ କାହା ଠାରୁ ଆଣିଥିବା ଟଙ୍କାରେ ଅନ୍ୟର ନେଗେଟିଭ ଶକ୍ତି ଆପଣଙ୍କ ନିକଟକୁ ଆସିଥାଏ |

ଦୁଧ-ଦହି ଦାନ :

ମାନ୍ୟତା ରହିଛି ସୂର୍ଯ୍ୟାସ୍ତ ପରେ କାହାକୁ ବି ଦୁଧ-ଦହି ଦାନ କରନ୍ତୁ ନାହିଁ | ଦୁଧର ସମ୍ବନ୍ଧ ଚନ୍ଦ୍ର ଓ ସୂର୍ଯ୍ୟ ଗ୍ରହ ସହ ଥିବାବେଳେ ଦହିର ସମ୍ବନ୍ଧ ଶୁକ୍ର ଗ୍ରହ ସହ ରହିଛି | କୁହାଯାଏ ସୂର୍ଯ୍ୟାସ୍ତ ପରେ ଦୁଧ-ଦହିର ଦାନ ଯୋଗୁ ଘରର ସୁଖ ଚାଲିଯାଇଥାଏ | ଜୀବନରେ ସୁଖ ଓ ସମ୍ପଦ କମ ହେବାକୁ ଲାଗିଥାଏ |

ରସୁଣ ଓ ପିଆଜ ଦାନ :

କୁହାଯାଏ ସୂର୍ଯ୍ୟାସ୍ତ ପରେ ଯଦି ଆପଣଙ୍କ ପଡୋଶୀ ରସୁଣ ଓ ପିଆଜ ମାଗି ଆସନ୍ତି, ତେବେ ଭୁଲରେ ବି ଦିଅନ୍ତୁ ନାହିଁ | ଜ୍ୟୋତିଷ ଅନୁସାରେ ରସୁଣ ଓ ପିଆଜର ସମ୍ବନ୍ଧ କେତୁ ଗ୍ରହ ସହ ରହିଥାଏ | କେତୁଙ୍କୁ ଉପର ଶକ୍ତିର ସ୍ୱାମୀ କୁହାଯାଇଥାଏ | ସୂର୍ଯ୍ୟାସ୍ତ ପରେ ଏହି ଜିନିଷ ଦେବା ନେବା କରିବା ଅଶୁଭ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.