ମଝି ରାତିରେ ଭୂତପ୍ରେତ କରୁଛନ୍ତି ଅଜବ କାରନାମା, ମହାରାଷ୍ଟ୍ରର ଏହି ଘର ଉପରକୁ ହେଉଛି ପଥରମାଡ଼

ମହାରାଷ୍ଟ୍ରର ଗଡ଼ଚିରୌଲୀରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାକାର ସହର ‘ଆରମୋରୀ’ର ଆଜାଦଚୌକ ନିବାସୀଙ୍କ କହିବା ଅନୁସାରେ, ଏହି ସହରରେ ଭୂତପ୍ରେତ ଘୂରି ବୁଲୁଛନ୍ତି। ଏଠାରେ ଥିବା ଘରଗୁଡ଼ିକ ଉପରକୁ କେହି ଘନ ଅନ୍ଧାର ରାତିରେ ପଥର ଫିଙ୍ଗି ଚାଲିଯାଉଛି। ସବୁଠାରୁ ଆଶ୍ଚଯ୍ୟର୍ର କଥା ହେଉଛି, ଆଜି ପଯ୍ୟର୍ନ୍ତ ସ୍ଥାନୀୟ ବାସିନ୍ଦା କାହାକୁ ପଥରମାଡ଼ କରୁଥିବାର ଦେଖିନାହାନ୍ତି। ତେଣୁ ଏହା ଭୂତପ୍ରେତଙ୍କ କାମ ବୋଲି ଅଞ୍ଚଳବାସୀ କୁହନ୍ତି। କିନ୍ତୁ କିଛି ଲୋକ ଏଭଳି ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତି ନାହିଁ।

house2

ଏହାସହ ପଢନ୍ତୁ: ଦୁନିଆର ପ୍ରଥମ ୧୧୫ ଫୁଟ ଉଚ୍ଚ ‘ସ୍କାଏ ପୁଲ’, ଦୁଇ ଅଟ୍ଟାଳିକା ମଝିରେ ପବନରେ ପହଁରିବେ ଲୋକେ

ଏଠାରେ ହେଉଥିବା ଏହି ଘଟଣା ଯୋଗୁ ଲୋକଙ୍କ ଭିଡ଼ ଲାଗିରହିଥାଏ। ଲୋକେ ଏଠାକୁ ଏଭଳି ଅଜବ ପ୍ରକାର ହରକତ୍‌ ଦେଖିବାକୁ ଆସିଥାଆନ୍ତି। ତେବେ ଏଠାରେ ଏକ ଭଗ୍ନ ଘର ରହିଛି। ଏହା ନିକଟରେ ଥିବା ଅନ୍ୟ ଘରଗୁଡ଼ିକ ଉପରକୁ ରାତି ଅଧରେ ପଥରମାଡ଼ ହୋଇଥାଏ। କହି ରଖୁଛୁ କି, ଘଟଣା ବିଷୟରେ ପ୍ରଚାରିତ ହେବା ପରେ ପୋଲିସ ଏବେ ସେଠାରେ ନଜର ରଖିଛି। ଏଭଳି ଅପପ୍ରଚାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛି। ଘଟଣାକୁ ତନତନ କରି ଯାଞ୍ଚ କରାଯାଉଛି ଏବଂ ଖୁବ୍‌ଶୀଘ୍ର ଏହାର ପର୍ଦ୍ଦାଫାଶ ହେବ ବୋଲି ସ୍ଥାନୀୟ ପୋଲିସ କହିଛି।