Below header

ଫ୍ରାନ୍ସର ଏହି ଗୁମ୍ଫାରେ ଅଛି ୨୦ ହଜାର ବର୍ଷ ତଳର ଚିତ୍ର, ଜାଣନ୍ତୁ ପୃଥିବୀର ଆହୁରି କେତେକ ରହସ୍ୟମୟ ସ୍ଥାନ ସମ୍ପର୍କରେ

ବିଶ୍ୱରେ ଏମିତି ବି କିଛି ସ୍ଥାନ ଅଛି ଯେଉଁ ଗୁଡିକ ଖାସ କାରଣ ପାଇଁ ପ୍ରତିଷ୍ଠା ଲାଭ କରିଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ସ୍ଥାନ ଗୁଡିକୁ ସମସ୍ତଙ୍କୁ ଯିବାକୁ ଅନୁମତି ମିଳିନଥାଏ । ଯେଉଁ ମାନେ ଏହି ସ୍ଥାନ ଗୁଡିକ ଉପରେ ଗବେଷଣା କରିଥାନ୍ତି ବା ଏଠାକାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥାନ୍ତି ସେହି ମାନଙ୍କୁ ହିଁ କେବଳ ଏହି ସ୍ଥାନ ଗୁଡିକୁ ଯିବା ପାଇଁ ଅନୁମତି ମିଳିଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କେତେକ ଜାଗା ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ସେହି ଜାଗା ଉପରେ କିଛି ତଥ୍ୟ :

france

 

ଜାପାନ ସ୍ଥିତ ସିଣ୍ଟୋ ନାମକ ସ୍ଥାନରେ ପ୍ରତିଷ୍ଠିତ ହୋଇଥିବା ‘ଦ ଗ୍ରାଣ୍ଡ ସ୍ରାଇନ ଅଫ ଆଇଜ’ ମନ୍ଦିରରେ ପୂଜାରୀଙ୍କ ବ୍ୟତୀତ ରାଜପରିବାର ସଦସ୍ୟ ମାନଙ୍କୁ ହିଁ ସେଠାକୁ ଯିବାକୁ ଅନୁମତି ମିଳିଥାଏ । ଏହି ମନ୍ଦିର ଟିର ଆଉ ଏକ ବିଶେଷତା ହେଉଛି କି ଏହି ମନ୍ଦିର ଟିକୁ ପ୍ରତି ୨୦ ବର୍ଷରେ ଥରେ ସମ୍ପୂର୍ଣ୍ଣ ରୂପେ ଭଙ୍ଗାଯାଇ ପୁଣି ଥରେ ଗଢା ଯାଇଥାଏ ।

ପ୍ରକୃତରେ ଏହି ମନ୍ଦିର ଟିକୁ ପାହାଡ ତଳର ୪୩୦ ଫୁଟ ତଳକୁ ଖୋଲାଯାଇ ପ୍ରସ୍ତୁତ କରାଯାଇଛି । ଏଠାରେ ପୃଥିବୀର ଭିନ୍ନ ଭିନ୍ନ ପ୍ରଜାତିର ପାଖାପାଖି ୧୦ ଲକ୍ଷ ମଞ୍ଜି  ସଂରକ୍ଷଣ କରି ରଖାଯାଇଛି । ଭବିଷ୍ୟତର କୌଣସି ଜରୁରୀ ପରିସ୍ଥିତିକୁ ଲକ୍ଷ କରି ହିଁ ଏହି ମଞ୍ଜିକୁ ରଖାଯାଇଛି । ଏହି ସ୍ଥାନକୁ ବି ସାଧାରଣତଃ କାହାକୁ ଯିବାକୁ ଅନୁମତି ମିଳି ନଥାଏ । ଏହି ଠିକୁ କେବଳ ସେହିମାନେ ହିଁ ଯାଇଥାନ୍ତି ଯେଉଁମାନେ ଏହିଠାରେ କାମ କରନ୍ତି ।

shinto

 

ଆଉ ଏକ ରହସ୍ୟମୟ ସ୍ଥାନ ହେଉଛି ଫ୍ରାନ୍ସ ସ୍ଥିତ ଲସକସ ଗୁମ୍ଫା । ଏହି ଗୁମ୍ଫା ଟିକୁ ୧୯୪୦ ମସିହାରେ ଆବିଷ୍କାର କରାଯାଇଥିଲା । ୨୦ ହଜାର ବର୍ଷ ପୁରୁଣା ଏହି ଗୁମ୍ଫାରେ ଆଦିମାନବ ଯୁଗର ହଜାର ହଜାର ଚିତ୍ର ଗୁଡିକୁ ସରଂକ୍ଷିତ କରି ରଖାଯାଇଛି । ଫ୍ରାନ୍ସର ଏହି ସ୍ଥାନକୁ ବି ସାଧାରଣ ଲୋକଙ୍କ ଯିବାରେ ନିଷେଧ ଜାରି କରାଯାଇଛି | ନିଷେଧ ଜାରି ହେବାର ଆଉ ଏକ କାରଣ ହେଉଛି କି ଏଠାରେ ବହୁ ମାରତ୍ମକ କୀଟ ବାସ କରୁଛନ୍ତି । ବହୁ ବର୍ଷ ପୁରୁଣା ଗୁମ୍ଫା ହେଇଥିବାରୁ ଯେକୌଣସି ସମୟରେ ବି ଗୁମ୍ଫାଟି ଭାଙ୍ଗି ଯିବାର ମଧ୍ୟ ସମ୍ଭାବନା ରହିଛି ।

ଅଷ୍ଟ୍ରେଲିଆର ହାର୍ଡ ଆଇଲ୍ୟାଣ୍ଡରେ ଏକ ଜ୍ୱାଳାମୁଖି ଦ୍ବୀପ ରହିଛି । ହିନ୍ଦ ମହାସାଗରରୁ ବାହାରିଥିବା ଏହି ଦ୍ଵିପରେ ଆଜି ବି ଏକ ଭୟଙ୍କର ଜ୍ୱାଳାମୁଖି ରହିଛି । ଯେଉଁ କାରଣରୁ ହିଁ ଏଠିକି ପର୍ଯ୍ୟଟକ ମାନଙ୍କୁ ଯିବାକୁ ବାରଣ କରାଯାଇଛି । ଏଠାକୁ କେବଳ ପୋପ ଓ କିଛି ଖାସ ଲୋକଙ୍କୁ ହିଁ ଯିବାକୁ ଅନୁମତି ମିଳିଥାଏ । ଏହାବାଦ ଏଠାକାର ଏକ ପୁସ୍ତକାଗାରରେ ବର୍ଷ ବର୍ଷ ପୁରୁଣା ବହି ଗୁଡିକୁ ସାଇତି ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.