ଅଖଞ୍ଜ ଜୀବର ଯନ୍ତ୍ରଣା ବୁଝିବ କିଏ ? ଏକଥା ପଚାରୁଛି ମୁକ ଜୀବଟି…

କୁକୁର ଯାଉଥାଏ ରାସ୍ତାରେ ମାଙ୍କଡ଼ଟି ଡରିଲା ନାହିଁ ସେହି ଛୋଟା ଗୋଡ଼ରେ ଚାଲିଲା ଆଗକୁ l ବରଂ ଗୋଟିଏ ନୁଆ କଥା ଦେଖିବାକୁ ମିଳିଥିଲା l ଆଗରୁ ଆପଣ ମାନେ ଦେଖିଥିବେ ମାଙ୍କଡ଼କୁ କୁକୁର ଗୋଡାଉ ଥାଏ l ଏଠି କିନ୍ତୁ ତାରଓଲଟା ଦେଖିବାକୁ ମିଳିଥିଲା l

ଅପରାହ୍ନ ସମୟ ଗଡ଼ି ସଞ୍ଜ ଛୁଇଁବାକୁ ବସିଲାଣି । ଛୋଟ ମାଙ୍କଡ଼ ଟିଏ ରାସ୍ତାରେ ନଯାଇ ଲୋକ ମାନେ ବସିଥିବା ପାଖରେ ଯାଇ ବସିଥିଲା l ଠିକ୍‌ ସେହି ସମୟରେ କେଉଁଆଡୁ ଯାତ୍ରୀ ଜଣଙ୍କ ଆସି ସେହି ମାଙ୍କଡ଼ ପାଖରେ ପହଞ୍ଚିଥିଲେ । ଆଉ ଗୋଟିଏ ହାତରେ ଖଣ୍ଡେ ଗାମୁଛା ଧରି ମାଙ୍କଡ଼ଟିକୁ ଗୋଡେଇବାକୁ ଚେଷ୍ଟା କରିବା ସମୟରେ ମାଙ୍କଡ଼ଟି ଦାନ୍ତ ଦେଖାଇ ଗୋଡେଇ ଆସିଲା l ଲୋକଟି ଭୟ ନକରି ସେଇଠି ରହିଲେ ଗାମୁଛା ଧରି l କିଛି ସମୟ ପରେ ମାଙ୍କଡ଼ଟି ତା ବାଟ ଧରି ଚାଲିଲା ଆଗକୁ l କିନ୍ତୁ ଟିକେ ନଜର କରନ୍ତୁ ମାଙ୍କଡ଼ଟିର ଆଗ ଗୋଡ଼ ଗୋଟିକରେ ଛୋଟେଇ ଛୋଟେଇ ଚାଲୁ ଥାଏ l ଆମେ ଚାଲିଲୁ ମାଙ୍କଡ଼ଟି ପଛରେ l କିଛି ସମୟ ଯାଇଛି କି ନାହିଁ କୁକୁର ଯାଉଥାଏ ରାସ୍ତାରେ ମାଙ୍କଡ଼ଟି ଡରିଲା ନାହିଁ ସେହି ଛୋଟା ଗୋଡ଼ରେ ଚାଲିଲା ଆଗକୁ l ବରଂ ଗୋଟିଏ ନୁଆ କଥା ଦେଖିବାକୁ ମିଳିଥିଲା l ଆଗରୁ ଆପଣ ମାନେ ଦେଖିଥିବେ ମାଙ୍କଡ଼କୁ କୁକୁର ଗୋଡାଉ ଥାଏ l ଏଠି କିନ୍ତୁ ତାରଓଲଟା ଦେଖିବାକୁ ମିଳିଥିଲା l

ମାଙ୍କଡ଼ଟି ପ୍ରଥମେ କୁକୁରଟିକୁ ଦେଖି ରାଗିଗଲା ଡେଇଁଲା ଭଳି କରି କୁକୁରକୁ ଧରି ବାଡେଇଲା l କୁକୁର ମାନେ ତାକୁ ଦେଖି ଭୟରେ ପଳାଇ ଗଲେ l ତାପରେ ଜଣେ ଭଦ୍ର ବ୍ୟକ୍ତି ବାଜରା ନେଇ ଖାଇବାକୁ ଦେଲେ l ମାଙ୍କଡ଼ଟି ଗୋଟିଏ ଜାଗାରେ ବସି ଖାଇଲା l ପାଖରେ ଆଉ ଜଣେ ଯୁବକ ନିଜ ଖାଇବାରୁ ଖଣ୍ଡେ ରୁଟି ଆଣି ଖାଇବାକୁ ଦେଲେ l ମାଙ୍କଡ ଟିକିଏ ଖାଇଲା ଏଣେ ତେଣେ ଚାହିଁଲା l ସେଠାରେ ବସ୍ ଯାତ୍ରୀ ମାନେ ବସିଥାନ୍ତି ମାଙ୍କଡ଼ଟି ସେହି ବସ୍ ରହଣି ସ୍ଥାନରେ ଟିକିଏ ବିଶ୍ରାମ ନେଲା l ନା କାହାକୁ କାମୁଡିବାକୁ ଯାଉନଥାଏ କି କାହାକୁ ଭୟ କରୁନଥାଏ l

ତେବେ ଗୋଟିଏ ଦୃଶ୍ୟ ପାରିଲିକ୍ଷିତ ହେଉଥିଲା ମାଙ୍କଡ଼ଟି ନିଜକୁ ଭାରି ଅସହାୟ ମନେ କରୁଥିଲା l ଜଙ୍ଗଲର ପଶୁ ଏ ଡାଳରୁ ସେଡାଳ ବୁଲି ଫଳ ମୂଳ ଖାଇ ବିନ୍ଦାସ ବୁଲିବା ପରିବର୍ତ୍ତେ ଏ ସହରରେ ଏଣେ ତେଣେ କାହିଁକି ବୁଲୁଥିଲା ତାହା ହିଁ ଜାଣିବା କଥା l ମାଙ୍କଡ଼ ଟି ଯେତେ ବେଳେ ଗୋଟିଏ ଗୋଡ ଭଲ ଥିଲା ସେତେବେଳେ ପ୍ରଥମ ଦୁଇଟି ଗୋଡ଼ରେ ଏଡାଳ ସେଡ଼ାଳ ଡେଇଁ ଧରି ପାରୁଥିଲା l ଯେହେତୁ ଗୋଟିଏ ଗୋଡ଼ କୌଣସି କାରଣରୁ ଅଖଞ୍ଜ ହୋଇ ଯାଇଛି ତେଣୁ ମାଙ୍କଡ଼ଟି ଆଉ ଏ ଡାଳରୁ ସେ ଡାଳ ଡେଇଁ ପାରୁନି ଫଳରେ ତାକୁ ତଳେ ଚାଲିବାକୁ ପଡୁ଼ଛି ସେ ପୁଣି ଛୋଟେଇ ଛୋଟେଇ l ତେଣୁ ତା ପାଇଁ ଚିନ୍ତାର ବିଷୟ ମାଙ୍କଡ଼ ପାଇଁ l ତେଣୁ ଯେଉଁଠି ପାରୁଛି ସେଇଠି ଶୋଇ ଭାବୁଛି ଭଗବାନ ମୋତେ ଏମିତି ଦଣ୍ଡ କାହିଁକି ଦେଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.