ଦୁନିଆର ସବୁଠୁ ବିଚିତ୍ର ପ୍ରାଣୀ ; କେବଳ ବର୍ଷା ଜଳ ପିଇ ମେଣ୍ଟାଏ ଶୋଷ

ପୃଥିବୀ ପୃଷ୍ଠରେ ଅନେକ ପ୍ରକାରର ପକ୍ଷୀ ବାସ କରନ୍ତି। ସାଧାରଣତଃ ପକ୍ଷୀ ମାନଙ୍କର ଗଠନ, ଆକାର, ଖାଦ୍ୟ ଓ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଧରଣର। ଏଭଳି ଏକ ପକ୍ଷୀ ଅଛି ଯିଏ କେବଳ ବର୍ଷା ଜଳ ପିଇ ନିଜର ଶୋଷ ମେଣ୍ଟାଏ। ବର୍ଷା ଜଳକୁ ଛାଡି ଦେଲେ ସେ କେବେବି ପୋଖରୀ, ଝରଣା କିମ୍ବା ନଦୀ ପାଣି ପିଏ ନାହିଁ। ଏହାର ଶୋଷ କେବଳ ବର୍ଷାର ପ୍ରଥମ ବୁନ୍ଦାରେ ମେଣ୍ଟିଥାଏ।

ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରାଣୀଙ୍କର ବଞ୍ଚି ରହିବା ପାଇଁ ଖାଦ୍ୟ ଓ ଜଳ ନିତ୍ୟାନ୍ତ ଆବଶ୍ୟକ। ଖାଦ୍ୟ ଓ ଜଳ ବିନା ବଞ୍ଚି ରହିବା କଷ୍ଟସାଧ୍ୟ। କେତେକ ଜୀବ ଅଛନ୍ତି ଯେଉଁମାନେ ଅଳ୍ପ ପାଣି ପିଇଥାନ୍ତି କିନ୍ତୁ ସମସ୍ତଙ୍କ ପାଇଁ ଜଳ ନିହାତି ଦରକାର। ପୃଥିବୀରେ ଏଭଳି ଏକ ପକ୍ଷୀ ଅଛି କେବଳ ବର୍ଷା ପାଣି ପିଇକି ବଞ୍ଚିଥାଏ। ଏହି ପକ୍ଷୀ କେବେବି ପୋଖରୀ, ଝରଣା କିମ୍ବା ନଦୀ ପାଣି ପିଏ ନାହିଁ। କେବଳ ବର୍ଷାର ପ୍ରଥମ ବୁନ୍ଦା ପାଣିରେ ଏହି ପକ୍ଷୀ ନିଜର ଶୋଷ ମେଣ୍ଟାଏ। ଏହି ପକ୍ଷୀକୁ ଆପଣ ଅନ୍ୟ ଯେକୌଣସି ପାତ୍ରରେ ପାଣି ଦେଲେ, ସେ ପାଣି ପିଇବ ନାହିଁ।

ଏହାର ନାମ ଚାତକ ପକ୍ଷୀ। ଚାତକ ପକ୍ଷୀ ପୋଖରୀ, ଝରଣା କିମ୍ବା ନଦୀ ପାଣି ପିଏ ନାହିଁ। ଯେତେବେଳେ ବର୍ଷା ହୁଏ, ଚାତକ ପକ୍ଷୀ ବର୍ଷା ପାଣିପିଇ ନିଜର ଶୋଷ ମେଣ୍ଟାଏ। ପାଣି ଅଭାବରେ ଏହି ପକ୍ଷୀ ମରିଯିବ ପଛେ କିନ୍ତୁ ବର୍ଷା ପାଣି ବ୍ୟତୀତ ଅନ୍ୟ କୌଣସି ଜଳ ପିଇବ ନାହିଁ। ଚାତକ ପକ୍ଷୀ ଅତ୍ୟନ୍ତ ସ୍ୱାଭିମାନୀ। ଏହି ପକ୍ଷୀ ଅନ୍ୟ କୌଣସି ଉପାୟରେ ଜଳ ଗ୍ରହଣ କରେନାହିଁ। ଚାତକ ପକ୍ଷୀକୁ ମାରଓ୍ଵାଡୀ ଭାଷାରେ ମଘବା ଓ ପପିତା କୁହାଯାଏ। ଏହି ପକ୍ଷୀ ନିଜର ବସା ତିଆରି କରେ ନାହିଁ କିମ୍ବା ନିଜ ଛୁଆକୁ ପାଳେ ନାହିଁ। ଏଥିପାଇଁ ଚାତକ ପକ୍ଷୀକୁ ପରୋପଜୀବିରେ ଶ୍ରେଶୀବିଭାଗ କରାଯାଇଛି।

ଏହି ପକ୍ଷୀର ଉପରି ଭାଗ ଗାଢ କଳା ରଙ୍ଗ, ତଳ ଭାଗ ଧଳା ରଙ୍ଗ। ଏହାର ପର କଳା ଓ ଧଳା ମିଶ୍ରିତ ଛିଟ ରଙ୍ଗ। ଏହି ପକ୍ଷୀର ଭ୍ରୁଲତାର ରଙ୍ଗ କଳା କିମ୍ବା ନାଲି ରଙ୍ଗ। ପୌରାଣିକ କଥା ଅନୁସାରେ ଦର୍ଶାଯାଇଛି ଏହି ପକ୍ଷୀ ସ୍ୱାତୀ ନକ୍ଷତ୍ରରେ ବର୍ଷାହେଲେ, ସେହି ବର୍ଷାର ପ୍ରଥମ ବୁନ୍ଦା ଜଳକୁ ସିଧା ନିଜ ପାଟିରେ ନେଇଥାଏ। ଉତ୍ତରାଖଣ୍ଡର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ପକ୍ଷୀ ଆକାଶକୁ ବର୍ଷା ଜଳ ପାଇଁ ଚାହିଁ ରହିଥାଏ। ବର୍ଷା ହେଲେ ମଧ୍ୟ ଏହି ପକ୍ଷୀ କେବଳ ସ୍ୱାତୀ ନକ୍ଷତ୍ରର ବର୍ଷା ଜଳକୁ ଅପେକ୍ଷା କରିଥାଏ। ସ୍ୱାତୀ ନକ୍ଷତ୍ରରବର୍ଷା ଜଳ ପିଇ ନିଜର ଶୋଷ ମେଣ୍ଟାଏ। ଚାତକ ପକ୍ଷୀର ଏହି ବିଶେଷ ଗୁଣ ପାଇଁ, ଏହା ଅନ୍ୟ ପକ୍ଷୀ ମାନଙ୍କ ଠାରୁ ଭିନ୍ନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.