ସ୍ୱାମୀଙ୍କ ମୃତ୍ୟୁ ପରେ ଷ୍ଟେସନର ଭିକାରୀ ପାଲଟିଥିଲେ ଇଣ୍ଟରନେଟ ସେନ୍ସେସନ ରାନୁ ମଣ୍ଡଳ

‘ଏକ ପ୍ୟାର କା ନଗ୍‌ମା ହୈ’ ଗୀତ ଜରିଆରେ ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ ଷ୍ଟେସନର ଗୀତ ଗାଉଥିବା ରାନୁ ମଣ୍ଡଳ। ଆଜି ସମଗ୍ର ଦେଶର ହୃଦୟରେ ରାଜ କରୁଛି ରାନୁଙ୍କ ଗୀତ। ରାନୁଙ୍କୁ ବଲିଉଡ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ ରେସେମିୟାଁ ମଧ୍ୟ ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି। କିନ୍ତୁ ଏପରି ଦିନ ଥିଲା ଯେତେବେ ଳେ ରାନୁ ସମସ୍ତଙ୍କ ପାଇଁ ଜଣେ ଭିକାରୁଣୀ ଥିଲେ। ସେ ଷ୍ଟେସନରେ ଗୀତ ଗାଇ ନିଜ ପେଟ ପୋଷୁଥିଲେ। କିପରି ରାନୁ ଜିରୋରୁ ହିରୋ ବନିଛନ୍ତି ତାହାର କାହାଣୀ ..

ରାନୁ ମଣ୍ଡଳ ଘର ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ରାଣାଘାଟରେ। ରାନୁଙ୍କୁ ଛୋଟ ବେଳରୁ ଗୀତ ଗାଇବାର ବହୁତ ସଉକ ରହିଥିଲା। ୨୦ ବର୍ଷ ବୟସରୁ ଏକ କ୍ଲବରେ ଗୀତ ଗାଉଥିଲେ ରାନୁ। ଲୋକେ ତାଙ୍କୁ ରାନୁ ବେବି ବୋଲି ଡାକୁଥିଲେ। ସେଠାରେ ଗୀତ ଗାଇ ଭଲ ପଇସା ମଧ୍ୟ ରୋଜଗାର କରୁଥିଲେ ରାନୁ। କିନ୍ତୁ ସମାଜ ଏବଂ ପରିବାରର ଚାପ ପଡିବା ଯୋଗୁଁ ସେହି କାମକୁ ଛାଡିଦେଇଥିଲେ।

ରାନୁ ମୁମ୍ବାଇ ବାସିନ୍ଦା ବାବୁଲ ମଣ୍ଡଳକୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ଦୁହିଁଙ୍କର ଏକ ଝିଅ ଜନ୍ମ ହୋଇଥିଲା। କିନ୍ତୁ କିଛି ଦିନ ପରେ ରାନୁଙ୍କ ସ୍ୱାମୀ ବାବୁଲଙ୍କ ମୃତ୍ୟୁ ହୋଇଥିଲା। ତେଣୁ ସ୍ୱାମୀଙ୍କ ମୃତ୍ୟୁ ପରେ ରାନୁ ନିଜ ଘର ରାଣାଘାଟ ଫେରିଆସଥିଲେ।

ଘରକୁ ଫେରିବା ପରେ ରାନୁଙ୍କୁ ପରିବାର ଲୋକେ ସମର୍ଥନ କଲେ ନାହିଁ, ତେଣୁ ରାନୁ ଷ୍ଟେସନରେ ବସି ଗୀତ ଗାଇ ନିଜର ପେଟ ପୋଷୁଥିଲେ। ମା’ର ଏପରି ଅବସ୍ଥା ଝିଅଙ୍କୁ ବିଲକୁଲ ପସନ୍ଦ ନଥିଲା। ଝିଅକୁ ଲାଜ ଲାଗୁଥିବାରୁ ମା’ ରାନୁଙ୍କ ସହିତ କଥାବର୍ତ୍ତା ବନ୍ଦ କରି ସମ୍ପର୍କ ଛିନ୍ନ କରିଥିଲେ ତାଙ୍କ ଝିଅ।

himesh-2

ରାନୁଙ୍କୁ ଅନ୍ୟ କୌଣସି କାମରେ ମନ ଲାଗୁନଥିବାରୁ ସେ ଷେ୍ଟସନରେ ବସି ଗୀତ ଗାଉଥିଲେ। ରାନୁଙ୍କ ଅତି ଚମତ୍କାର ଗୀତ ଶୁଣି ରାଣାଘାଟ ଷ୍ଟେସନରେ ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଯୁବକ ସୁଟିଂ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା ୨୧ ଜୁଲାଇରେ ବେଶ ଭାଇରାଲ ହୋଇଥିଲା।

ଅତିନ୍ଦ୍ରଙ୍କର ଏହି ଭିଡିଓ ରାନୁଙ୍କ ଜୀବନର ବଦଳାଇ ଦେଇଥିଲା। ଯେଉଁଥିପାଇଁ ସେ ସବୁବେଳେ ଅତିନ୍ଦ୍ରଙ୍କ ପାଖରେ ଋଣୀ ରହିବେ।

ଏହାପୂର୍ବରୁ ରାନୁଙ୍କ ଆଉ ଏକ ଭିଡିଓ ଗତବର୍ଷ ତାଙ୍କ ପଡୋଶୀ ତପନ ଦାସ ସୋସିଆଲ ମିଡିଆରେ ସେୟାର କରିଥିଲେ। କିନ୍ତୁ ସେତେବେଳେ ଏହାକୁ କେହି ଧ୍ୟାନ ଦେଇନଥିଲେ।

ranu-mandol

କେବଳ ଏତିକି ନୁହେଁ, ରାନୁଙ୍କୁ ଅନେକ ସଂଗୀତଭିତ୍ତିକ ଶୋରୁ ମଧ୍ୟ ନିମନ୍ତ୍ରଣ ମିଳିଛି। କିନ୍ତୁ ଏବେ ରାନୁ ନିଜ ଗୀତ ବୋଲିବାକୁ ନେଇ ପରିଶ୍ରମ କରୁଛନ୍ତି। ମାଙ୍କର ଏପରି ଲୋକପ୍ରିୟତା ଦେଖି ଝିଅ ମଧ୍ୟ ଏବେ ତାଙ୍କ ସହିତ ସମ୍ପର୍କ ଯୋଡିଛନ୍ତି।

ଜୁଲାଇରେ ରାନୁଙ୍କ ଭିଡିଓ ଭାଇରାଲ ହେବା ପରେ ରାତରାତି ଲାଇମଲାଇଟକୁ ଆସିଥିଲେ। ଏହାପରେ ତାଙ୍କୁ ଅନେକ ପ୍ରଡକ୍ସନ ହାଉସ, ବଙ୍ଗଳା ଲୋକାଲ କ୍ଲବ, ବ୍ୟାଣ୍ଡ୍‌, କେରଳର ଏକ ଲୋକ ହିତକାରୀ ସଂଗଠନ ମଧ୍ୟ ଗୀତ ଗାଇବା ପାଇଁ ସୁଯୋଗ ଦେଇଛି। ଏହା ତାଙ୍କର ଦ୍ୱିତୀୟ ଜନ୍ମ ବୋଲି ରାନୁ କହିଛନ୍ତି।

ranu

ବଲିଉଡ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ ରେସେମିୟାଁଙ୍କର ନୂଆ ଫିଲ୍ମ ‘ହେପି ହାର୍ଡ଼ି ଆଣ୍ଡ ହୀର’ ଆସୁଛି। ଏଥିରେ ରାନୁ ମଣ୍ଡଳ ‘ତେରୀ ମେରୀ କାହାନୀ’ ଗୀତ ଗାଇଛନ୍ତି। ଯାହା ଏବେ ଇଣ୍ଟରନେଟରେ ଧମାଲ ମଚାଉଛି ।