ଆଇଟିଆଇ ଛାତ୍ରଛାତ୍ରୀ ତିଆରି କଲେ ଇ-ସାଇକେଲ, ଥରେ ଚାର୍ଜ କଲେ ଯାଏ ୨୦ କିଲୋମିଟର

ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଇ-ସାଇକେଲକୁ ନେଇ କ୍ରେଜ୍‌ ବଢ଼ିବାରେ ଲାଗିଛି। । ବିଶେଷ କରି ଡିଜାଇନ ସାଙ୍ଗକୁ ଅଳ୍ପ ପରିଶ୍ରମରେ ଏହି ସାଇକେଲ ଚଳାଇହେଉଥିବାରୁ ଏବେ ଅଧିକାଂଶ ଯୁବପିଢ଼ି ଇ-ସାଇକେଲକୁ ଆପଣାଉଛନ୍ତି । ଏହାକୁ ନଜରରେ ରଖି ଆଇଟିଆଇ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଇ-ସାଇକେଲ ।

ନୟାଗଡ(ନୟାଗଡ଼): ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଇ-ସାଇକେଲକୁ ନେଇ କ୍ରେଜ୍‌ ବଢ଼ିବାରେ ଲାଗିଛି। । ବିଶେଷ କରି ଡିଜାଇନ ସାଙ୍ଗକୁ ଅଳ୍ପ ପରିଶ୍ରମରେ ଏହି ସାଇକେଲ ଚଳାଇହେଉଥିବାରୁ ଏବେ ଅଧିକାଂଶ ଯୁବପିଢ଼ି ଇ-ସାଇକେଲକୁ ଆପଣାଉଛନ୍ତି । ଏହାକୁ ନଜରରେ ରଖି ଆଇଟିଆଇ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଇ-ସାଇକେଲ ।

ପୁରୁଣା ସାଇକେଲକୁ ଇ ସାଇକେଲରେ ପରିଣତ କରି ଏବେ ଚର୍ଚ୍ଚାରେ ନୟାଗଡ଼ ଜିଲ୍ଲା ଖୁଣ୍ଟୁବନ୍ଧ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ। ମଟର ମେକାନିକ ଭେଇକିଲ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଏହା କମାଲ କରି ଦେଖାଇଛନ୍ତି। ଏହି ଇ ସାଇକେଲ ତିଆରି କରିବା ପଛରେ ରହିଛି ଆଇଟିଆଇ ଛାତ୍ରଛାତ୍ରୀଙ୍କ ମହତ ଉଦ୍ଦେଶ୍ୟ । କେବଳ ଯେ ଇ ସାଇକେଲରେ ବାଇକର ସୁବିଧା ମିଳିବ ତାହା ନୁହେଁ, ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହ ପେଟ୍ରୋଲ ସଞ୍ଚୟ କରିବ। ପରିବେଶକୁ ସୁସ୍ଥ ରଖିବା ସହିତ ନିଜ ସ୍‌ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା । ଏଥିପାଇଁ ଏହି ଇ ସାଇକେଲରେ ଖର୍ଚ୍ଚ ହୋଇଛି ୧୫ ହଜାର ଟଙ୍କା । ଥରେ ଚାର୍ଜ କଲେ ଏହି ସାଇକେଲ ୨୦ ସ୍ପୀଡ଼ରେ ୨୦ କିଲୋମିଟର ଗଡିଥାଏ।

ecycle

ଏଥିପାଇଁ ୨ ଘଣ୍ଟା ଚାର୍ଜ କରିବାକୁ ପଡୁଥିବା ବେଳେ ଏଥିରେ ବିଦ୍ୟୁତ ଖର୍ଚ୍ଚ ହୁଏ ମାତ୍ର ଦଶ ଟଙ୍କା। ପ୍ରଥମେ ଏହି ପୁରୁଣା ସାଇକେଲକୁ ଇ ସାଇକେଲରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଲାଗିଥିଲା ୧୫ଦିନ । ଏବେ ଦୁଇ ଦିନ ମଧ୍ୟରେ ସାଇକେଲକୁ ଇ ସାଇକେଲରେ ପରିଣତ କରିବାରେ ଛାତ୍ରଛାତ୍ରୀ ମାନେ ସକ୍ଷମ ହୋଇପାରିଥିବା କହିଛନ୍ତି । ସାଇକେଲଟି ଶସ୍ତା ସୁନ୍ଦର ମଜଭୁତ ଥିବାରୁ ଏହାକୁ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ଆରାମରେ ଚଳାଇ ପାରିବେ। କମ ଖର୍ଚ୍ଚରେ ସାଇକେଲରେ ବାଇକର ମଜା ମିଳିପାରୁଥିବାରୁ ସମସ୍ତଙ୍କ ପାଇଁ ଯାତାୟାତ ଦିଗରେ ବେଶ ସହାୟକ ହେବ । ଆଗକୁ ଏଥିରେ ପେଡାଲ ଏବଂ ସୋଲାର ସଂଯୋଗ କରି ହାଇବ୍ରିଡ଼ ସାଇକେଲ ର୍ନିମାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି।

ମାର୍କେଟରେ ମିଳୁଥିବା ବିଭିନ୍ନ କମ୍ପାନୀର ଇ ସାଇକେଲର ମୂଲ୍ୟ ୪୦ ହଜାର ଟଙ୍କାରୁ ଅଧିକ ହୋଇଥିବାରୁ ଏହାକୁ କିଣି ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ ସକ୍ଷମ ନୁହେଁ। ତେଣୁ କମ୍ ଖର୍ଚ୍ଚରେ କିଭଳି ପୁରୁଣା ସାଇକେଲକୁ ଇ ସାଇକେଲରେ ପରିଣତ କରି ବିନା ପେଡାଲ ବାଇକର ମଜା ଉଠାଇ ହେବ। ଏଥିପାଇଁ ନୟାଗଡ଼ ଖୁଣ୍ଟୁବନ୍ଧ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। କାମରେ ନ ଆସି କବାଡ଼ିଆରେ ପଡିରହିଥିବା ଭଙ୍ଗା ପୁରୁଣା ସାଇକେଲକୁ ସଂଗ୍ରହ କରି ଛାତ୍ରଛାତ୍ରୀ ମାନେ ଇ ସାଇକେଲ ତିଆରି କରିବା କାର୍ଯ୍ୟ ଆରମ୍ଭ କରିଥିଲେ।

student

ଏଥିରେ ଗୋଟିଏ ୨୪ ଭୋଲଟ ୧୦ ଆମ୍ପିଆର ଆୟନ ବ୍ୟାଟେରୀ ସହିତ ୨୦/୧୫ ୱାଟର DC ମୋଟର ଲାଗିଛି । ଗତ ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ରାଜ୍ଯସ୍ତରୀୟ ସ୍କିଲ କଂକ୍ଲେଭ ପ୍ରତିଯୋଗିତାରେ ଖୁଣ୍ଟୁବନ୍ଧ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଇ ସାଇକେଲ ପୋଜେକ୍ଟଟି ତୃତୀୟ ସ୍ଥାନ ପାଇ ପୁରସ୍କୃତ ମଧ୍ୟ ହୋଇଛି । ଆଗାମୀ ଦିନରେ ଏଭଳି ଏକ ଚାରି ଚକିଆ ଯାନ ତିଆରି କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ଆଇ ଟି ଆଇ ଛାତ୍ରଛାତ୍ରୀ ।

ବଜାରରେ ତୈଳଦର ବୃଦ୍ଧି ଯୋଗୁଁ ନିୟମିତ ଭାବରେ ଦେଶରେ ତୈଳର ଅହେତୁକ ବୃଦ୍ଧି ସାଙ୍ଗକୁ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଦିନକୁ ଦିନ ଇ-ମୋଟର ସାଇକେଲର ଚାହିଦା ବୃଦ୍ଧି ପାଉଛି । ଆଉ ଏଭଳି ସମୟରେ ମଧ୍ୟବିତ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ପୁରୁଣା ସାଇକେଲ ଏଭଳି ଇ-ସାଇକେଲରେ ପରିଣତ କରିବା ପାଇଁ ଆଇ ଟି ଆଇ ଛାତ୍ରଛାତ୍ରୀଙ୍କ ଉଦ୍ୟମ ସତରେ ଅତ୍ୟନ୍ତ ପ୍ରଶଂସନୀୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.