ଭାଗ୍ୟର ଦ୍ୱାର ଖୋଲି ଦେଇଥାଏ ଏହି ଭାଗ୍ୟୋନ୍ନତି ମନ୍ତ୍ର, ଜାଣନ୍ତୁ କେମିତି କରିବେ ଏହାର ଜପ

ବ୍ୟକ୍ତିକୁ ତା’ର କର୍ମ ହିସାବରେ ଫଳ ମିଳିଥାଏ । କିଛି ଲୋକଙ୍କ ଭାଗ୍ୟ ଏତେ ପ୍ରଖର ହୋଇଥାଏ ଯେ ବିନା ପ୍ରୟାସରେ ତାଙ୍କୁ ସଫଳତା ମିଳିଥାଏ । ଜ୍ୟୋତିଷ ବିଦ୍ୟାରେ କିଛି ଏମିତି ଉପାୟ କୁହାଯାଇଛି,ଯାହା ଭାଗ୍ୟକୁ ବଦଳାଇବା ବା ଭାଗ୍ୟୋଦୟ କରିବାରେ ସହାୟକ ହୋଇଥାଏ । ଜ୍ୟୋତିଷରେ ଏପରି ଏକ ଚମତ୍କାରୀ ମନ୍ତ୍ର କୁହାଯାଇଛି ଯାହା ଭାଗ୍ୟକୁ ଚମକାଇବାରେ କାମ କରିଥାଏ ।

ଏହି ମନ୍ତ୍ର ଏତେ ପ୍ରଭାବଶାଳୀ ଯେ ଏହାର ଜପ ଦ୍ୱାରା ସବୁ ଦୁଃଖର ଅନ୍ତ ଘଟିଥାଏ ଓ ଜୀବନରେ ସୁଖ ଶାନ୍ତି ଫେରିଥାଏ । ବିଧି ପୂର୍ବକ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଚମତ୍କାର ଭାବେ ଧନ ସମ୍ପର୍କିତ ସବୁ ସମସ୍ୟା ଦୂର ହୋଇଯାଇଥାଏ । ଆସନ୍ତୁ ଜାଣିବା ଏହି ଭାଗ୍ୟୋଦୟ ମନ୍ତ୍ର ଓ ଏହାର ଜପ ବିଧି ସମ୍ପର୍କରେ ।

ଭାଗ୍ୟୋଦୟ ମନ୍ତ୍ର ଓ ଏହାର ଜପ ବିଧି :

ଭାଗ୍ୟୋଦୟ ମନ୍ତ୍ର ବନ୍ଦ ଭାଗ୍ୟକୁ ଖୋଲିବାର ସବୁଠୁ ପ୍ରଭାବଶାଳୀ ମନ୍ତ୍ର । ଏହା ଗ୍ରହ ଦଶାକୁ ଠିକ୍‌ କରିଥାଏ ଓ ଜୀବନରେ ଆସୁଥିବା ବାଧାକୁ ଦୂର କରିଥାଏ । ଭାଗ୍ୟୋଦୟ ମନ୍ତ୍ର ଏପରି – ‘ଓଁ ଐଂ ଶ୍ରୀଂ ଭାଗ୍ୟୋଦୟଂ କୁରୁ କୁରୁ ଶ୍ରୀଂ ଐଂ ଫଟ୍‌ ।’

ଏହି ମନ୍ତ୍ର ବହୁତ ଶକ୍ତିଶାଳୀ ଓ ଚମତ୍କାରୀ ଅଟେ । ହେଲେ ଏହାର ଜପର ଉଚିତ୍‌ ନିୟମ ରହିଛି । ଏହି ମନ୍ତ୍ରର ଜପ ସର୍ବଦା ଶୋଇବା ପୂର୍ବରୁ କରିବା ଉଚିତ୍‌ । ଏହି ମନ୍ତ୍ରର ଜପ ଅତି କମରେ ୧୧ ଥର କରିବା ଜରୁରୀ । ଆପଣଙ୍କ ଇଚ୍ଛା ମୁତାବକ ଆପଣ ୨୧ ବା ୫୧ ଥର ବି କରିପାରିବେ ।

ଏହି ଭାଗ୍ୟୋନ୍ନତି ମନ୍ତ୍ରର ଜପ ଲଗାତାର ୨୧ ଦିନ ପର୍ଯ୍ୟନ୍ତ କରିବା ଉଚିତ୍‌ । ଏହି ମନ୍ତ୍ରର ଜପ କରିବା ପୂର୍ବରୁ ପ୍ରଥମେ ହାତ ଗୋଡ ଧୋଇ ନିଅନ୍ତୁ । ଏହି ମନ୍ତ୍ରର ଜପ କରିବା ପରେ ଭଗବାନଙ୍କୁ ଧନ୍ୟବାଦ ଅବଶ୍ୟ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.