୨୦ ବର୍ଷରେ ୩୬ହଜାର କିଲୋମିଟର. . . . ପାଦରେ ଚାଲି ଦୃଷ୍ଟିହୀନ ମା’ଙ୍କୁ ତୀର୍ଥଯାତ୍ରା କରାଇଛନ୍ତି କଳିଯୁଗର ଏହି ଶ୍ରବଣ କୁମାର 

୫୦୦୦ ହଜାର ବର୍ଷ ତଳର ଶ୍ରବଣ କୁମାରଙ୍କ ବିଷୟରେ ଆପଣ ଜାଣିଥିବେ । ଯିଏ ନିଜ ମାତୃ ପିତୃ ଭକ୍ତି ପାଇଁ ପରିଚିତ । ଜଣେ ଆଦର୍ଶ ପୁତ୍ର ଭାବେ, ଲୋକଙ୍କ ମନରେ ସଦା ସ୍ମରଣୀୟ । ନିଜ ଦୃଷ୍ଟିହୀନ ବାପା ମାଆଙ୍କୁ ଭାର କରି କାନ୍ଧରେ ବୋହି ତୀର୍ଥରେ ନେବା ଘଟଣା କାହାକୁ ବା ଅଜଣା । ଶ୍ରବଣ କୁମାରଙ୍କ ମାତା ପିତା ଯଦିଓ ଦୃଷ୍ଟିହୀନ ଥିଲେ , କିନ୍ତୁ ସେ କେବେ ବି ତାଙ୍କୁ ଏହା ଅନୁଭବ କରିବାକୁ ଦେଇନଥିଲେ । ଦଶରଥଙ୍କ ବାଣରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଆଜି ଆମେ କଳିଯୁଗର ଶ୍ରବଣ କୁମାରଙ୍କ ବିଷୟରେ କହିବୁ ଯିଏ ଦୀର୍ଘ ୨୦ବର୍ଷ ହେବ ନିଜ ମା’କୁ କାନ୍ଧରେ ବସାଇ ତୀର୍ଥ ଯାତ୍ରା କରାଇଛନ୍ତି ।

Kailash-Giri-Brahmchariଏହି ଶ୍ରବଣ କୁମାର ହେଉଛନ୍ତି ୟୁପି ଜବଲପୁରର କୈଳାଶ ଗିରି । ପ୍ରାୟ ୨୦ ବର୍ଷ ପୂର୍ବେ କୈଳାଶଙ୍କ ମା’ ଚାରିଧାମ ଯାତ୍ରା କରିବାର ଇଛା ଯାହିର୍ କରିଥିଲେ । ବାସ୍ ଦୃଷ୍ଟିହୀନ ମା’ର ଏହି ଇଛାକୁ ପୁରା କରିବା ପାଇଁ ବାହାରିପଡିଲେ କୈଳାଶ । ଦୀର୍ଘ ୨୦ ବର୍ଷ ହେବ ମା’କୁ କାନ୍ଧରେ ବସାଇ କରିଥିଲେ ତୀର୍ଥଯାତ୍ରା । ଏ ପର୍ଯ୍ୟନ୍ତ ନିଜ ମାଙ୍କୁ କାନ୍ଧରେ ବସାଇ ପ୍ରାୟ ୩୬ହଜାର କିଲୋମିଟର ପାଦରେ ଯାତ୍ରା କରିସାରିଛନ୍ତି ।

kailash giriଏହା ମଧ୍ୟରେ ବଦ୍ରିନାଥ,ଦ୍ବାରିକା,ଜଗନ୍ନାଥ,ରାମେଶ୍ବରମ୍ ସହ ଗଙ୍ଗାସାଗର, ତିରୁପତି, ବାଲାଜୀ, ଋଷିକେଶ, ହରିଦ୍ବାର, କେଦାରନାଥ, ଅଯୋଧ୍ୟା, ଚିତ୍ରକୁଟ ଏବଂ ପୁଷ୍କର ଆଦି ପବିତ୍ର ସ୍ଥାନ ଯାତ୍ରା କରାଇସାରିଛନ୍ତି କୈଳାଶ ।

କୈଳାଶଙ୍କୁ ଯେତେବେଳେ ମାତ୍ର ୨୫ ବର୍ଷ ହୋଇଥିଲା ସେତେବେଳେ ସେ ମା’ଙ୍କୁ ଧରି ଏହି ଯାତ୍ରା ଆରମ୍ଭ କରିଥିଲେ । ମା’ଙ୍କର ଗୋଟିଏ ଇଛା ପୁରା କରିବା ପାଇଁ ନିଜର ପୁରା ଜୀବନ ଲଗାଇ ଦେଇଛନ୍ତି ପୁଅ । କୈଳାଶଙ୍କ ଏପରି ମାତୃ ଭକ୍ତି ଦେଖି ଅନେକ ଲୋକ ରାମାୟଣର ଶ୍ରବଣ କୁମାରଙ୍କୁ ମନେ ପକାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.