୧୦ମ ଶ୍ରେଣୀ ପିଲାଙ୍କୁ ପଢାଉଥିଲେ ଶିକ୍ଷକ, ହଠାତ୍‌ ଷ୍ଟଡବିନ ନେଇ ଦୁଷ୍ଟ ପିଲା କଲେ ଏମିତି ଲଜ୍ଜାଜନକ କାମ

ଆପଣ ସୋସିଆଲ ମିଡିଆରେ ଅନେକ ପ୍ରକାର ଭାଇରଲ ଭିଡିଓ ନିଶ୍ଚିତ ଦେଖୁଥିବେ। ଏଥିରେ ଏମିତି କିଛି ଭିଡିଓ ରହିଥାଏ, ଯାହାକୁ ଲୋକେ ଦେଖି ମଧ୍ୟ ବିଶ୍ୱାସ କରିପାରନ୍ତି ନାହିଁ। ଆଉ ଭାଇରଲ ହେଉଥିବା ଏହି ଭିଡିଓ ଯୋଗୁଁ କିଏ ରାତାରାତି ଷ୍ଟାର ପାଲଟିଯାଏ ତ ଆଉ କେଉଁଠି ଚୋର ଧରାପଡିଯାଏ। ଏବେ ଯେଉଁ ଭିଡିଓ ଭାଇରଲ ହେଉଛି, ଯାହାକୁ ଆପଣ ହୁଏତ କେବେ ଦେଖିନଥିବେ। ଆଉ ଏହି ଲଜ୍ଜାଜନକ ଘଟଣା ଅନ୍ୟ ପିଲାଙ୍କ ଉପରେ ନିଶ୍ଚିତ କିଛି ନା କିଛି ପ୍ରଭାବ ପକାଇପାରିବ। ଏହି ଭିଡିଓକୁ ଦେଖି ସମସ୍ତେ ନିନ୍ଦା କରୁଛନ୍ତି।

ଏମିତି ଏକ ଭିଡିଓ କର୍ଣ୍ଣାଟକର ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓ କର୍ଣ୍ଣାଟକର ଦେବନାଗରୀ ଜିଲ୍ଲାର ଚେନ୍ନାଗିରି ତାଲୁକର ନେଲ୍ଲାରୁ ସରକାରୀ ହାଇସ୍କୁଲର ବୋଲି ଜଣାପଡିଛି। ଯେଉଁଥିରେ ୧୦ମ ଶ୍ରେଣୀର ଛାତ୍ର ପଢିବା ସମୟରେ ନିଜ ଶିକ୍ଷକଙ୍କ ସହିତ ଲଜ୍ଜାଜନକ କାମ କରିଛନ୍ତି। ଖୁବଶୀଘ୍ର ଅବସର ନେବାକୁ ଥିବା ଶିକ୍ଷକ ପ୍ରକାଶ ୧୦ମ ଶ୍ରେଣୀର ପିଲାଙ୍କୁ ହିନ୍ଦୀ ପଢାଇବା ସମୟରେ କିଛି ବଦମାସ୍‌ ପିଲା ଡଷ୍ଟବିନ ନେଇ ଶିକ୍ଷକଙ୍କ ମୁଣ୍ଡରେ ଘୋଡାଇଦେଉଛନ୍ତି। ସାର୍‌ ପଢାଇବା ସମୟରେ ବ୍ଲାକବୋର୍ଡରେ କିଛି ଲେଖୁଥିବା ବେଳେ ଦୁଷ୍ଟ ପିଲାମାନେ ଡଷ୍ଟବିନ ବାଲଟିକୁ ନେଇ ସାରଙ୍କ ମୁଣ୍ଡରେ ଘୋଡାଇ ଦେଇ ପୁଣି ଚୁପ୍‌ଚାପ ହୋଇ ବସିଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। କିଏ ସାରଙ୍କ ମୁଣ୍ଡରେ ହାତ ମାରୁଛି ତ ଆଉ କିଏ ସାର୍ଟ ଭିଡି ଦେଉଛି। ଆଉ ଜଣେ ପିଲାଙ୍କ ଡଷ୍ଟବିନ ବାଲଟି ଉଠାଇ ମାରିବାକୁ ଚେଷ୍ଟା କରୁଛି। ତଥାପି ଶିକ୍ଷକ ପିଲାଙ୍କର ଏପରି ଔଦ୍ଧତ୍ୟରେ କିଛି ନ କହି ପଢାଇବାକୁ ଚେଷ୍ଟା କରୁଛନ୍ତି।

ଦୁଷ୍ଟ ପିଲାଙ୍କ ଏପରି କାରନାମା ପରେ ମଧ୍ୟ ଶିକ୍ଷକ କିଛି ନ କହି, ପିଲାଙ୍କୁ ପଢଉଛନ୍ତି। ଏହି ଘଟଣା ପରେ ଭିଡିଓଟି ଭାଇରଲ ହେଉଛି। ଭିଡିଓ ଭାଇରଲହେବା ପରେ ସ୍ଥାନୀୟ ବିଧାୟକ ସ୍କୁଲ ପରିଦର୍ଶନ କରିବା ସହିତ ପିଲାମାନଙ୍କୁ ତାଗିଦ କରିଛନ୍ତି। ସେହିପରି ଛାତ୍ର ସଂଘ ଏହି ଘଟଣାକୁ ଗମ୍ଭୀରତା ସହିତ ଗ୍ରହଣ କରି ପିଲାଙ୍କୁ ଶିକ୍ଷକଙ୍କୁ ସମ୍ମାନ କରିବା ପାଇଁ କହିଛନ୍ତି। ଏହି ଭିଡିଓକୁ ଶରଭ ବିଷ୍ଣୁ ନାମକ ଜଣେ ବ୍ୟକ୍ତି ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ପୂର୍ବରୁ ପିଲାମାନେ ସ୍କୁଲରେ ଶିକ୍ଷକଙ୍କୁ ଦେଖି ମାଡ ଭୟରେ ହେଉ ପଛେ ସମ୍ମାନ କରୁଥିଲେ। କିନ୍ତୁ ସ୍କୁଲ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ହେବା ପରେ କିଛି ଦୁଷ୍ଟ ପିଲାଙ୍କର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.