ଏହି ଗାଁରେ ନାହିଁ ଗୋଟିଏ ବି ସଡକ, ଆଜି ବି ସେଠାକୁ ଯିବାକୁ ହେଲେ ନେବାକୁ ପଡେ ନୌକାର ସାହାରା

ବିଶ୍ୱରେ ଏମିତି ଅନେକ ଗାଁ ବା ସ୍ଥାନ ରହିଛି ଯାହା କୌଣସି ନା କୌଣସି କାରଣରୁ ସୁଖ୍ୟାତି ଅର୍ଜନ କରିଛି । କିଏ ସଫାସୁତରା ପାଇଁ ଲୋକଲୋଚନକୁ ଆସି ପାରିଛି ତ କେଉଁଟା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ନାଁ କମେଇ ପାରିଛି । ଆଜି ଆମେ ଆପଣଙ୍କୁ ଆଜି ଏମିତି କେତେକ ଗାଁ ବିଷୟରେ କହିବାକୁ ଯାଉଛୁ, ଯାହା ଅଜବ କାରଣ ଯୋଗୁଁ ହିଁ ବିଶ୍ୱ ସାମ୍ନାକୁ ଆସି ପାରିଛି । ଏଗୁଡିକ ବିଷୟରେ ଜାଣିବା ପରେ ହୁଏତ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ ।

ଗୋଟିଏ କିଡ୍ନୀ ଵାଲା ଗାଁ:

ନେପାଳର ହୋକସେ ଗାଁକୁ “ଗୋଟିଏ କିଡ୍ନୀ ବିଶିଷ୍ଟ ଗାଁ” ନାମରେ ନାମିତ କରାଯାଇଛି । ଏଠାକାର ପ୍ରାୟ ପ୍ରତ୍ୟକ ଲୋକ ଗୋଟିଏ କିଡ୍ନୀ ସାହାରରେ ହିଁ ଜୀବନ ଅତିବାହିତ କରିଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠିକା ବାସିନ୍ଦା ମାନେ ନିଜର ଗୋଟିଏ କିଡ୍ନୀ ବିକ୍ରି କରି ଦେଇଥାନ୍ତି । ଅଙ୍ଗ କାରବାର କରୁଥିବା ତସ୍କର ମାନେ ସେମାନଙ୍କ କିଡ୍ନୀ ଧୋକାରେ କିଣି ନେଇଥିଲେ । ଏହି କାରଣରୁ ଏହାକୁ “କିଡ୍ନୀ ବେଲି” ଗାଁ ଭାବରେ ଜଣା ଯାଇଥାଏ ।

 

ଏହି ଗାଁରେ ନାହିଁ ଗୋଟିଏ ବି ସଡକ:

ନେଦରଲ୍ୟାଣ୍ଡର “ଗିଏଥୁର୍ଣ୍ଣ” ନାଁରେ ଜଣାଯାଏ । ନିଜ ସୌନ୍ଦର୍ଯ୍ୟ ବାଦ ଏକ ଅଜବ କାରଣ ଯୋଗୁଁ ବି ଏହାକୁ ଜଣାଯାଏ । ଏଠି ଗୋଟିଏ ବି ସଡକ ନାହିଁ ।ଏହି କାରଣରୁ ହିଁ ଏଠିକା ଲୋକେ ଗାଡି କିଣନ୍ତି ନାହିଁ । ସମ୍ପୂର୍ଣ୍ଣ ରୂପେ ପାଣି ଉପରେ ହିଁ ଏହି ଗାଁଟି ଅବସ୍ଥାପିତ ହୋଇଛି । ଯିବା ଆସିବା କରିବା ପାଇଁ ନୌକାର ସାହାରା ନେଇଥାନ୍ତି ଏଠିକା ଲୋକେ ।

village କୁଙ୍ଗ ଫୁ ଭିଲେଜ:

ଚୀନର ଏକ ଗାଁ ଲୋକେ “କୂଂଗ ଫୁ” ଖେଳ ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି । ଏହି ଗାଁର ପ୍ରତ୍ୟକ ଲୋକେ କୁଙ୍ଗ ଫୁ ଖେଳରେ ବେଶ ପାରଙ୍ଗମ ।

ନୀଳ ରଙ୍ଗର ଗାଁ:

ସ୍ପେନରେ “ଜୁଜକାର” ନାମକ ଏକ ଗାଁ ଅଛି । ଏହି ଗାଁର ଏକ ବିଶେଷତା ହେଉଛିକି, ଏଠାକାର ସବୁ ଘରକୁ ନୀଳ ରଙ୍ଗ ଦିଆଯାଇଥାଏ । କୁହାଯାଏକି ୨୦୧୧ ମସିହାରେ ଏକ ଥ୍ରୀଡି ସିନେମା ସୁଟିଙ୍ଗ ପାଇଁ ହିଁ ଏଠିକାର ଘର ଗୁଡିକୁ ନୀଳ ରଙ୍ଗ ଦିଆଯାଇଥିଲା ।

village

ଏଠି ପଡେ ନାହିଁ ସୂର୍ଯ୍ୟଙ୍କ କିରଣ:

ସୌନ୍ଦର୍ଯ୍ୟ ପାଇଁ ଇଟାଲୀ ଖୁବ ପ୍ରସିଦ୍ଧି ଲାଭ କରିଛି । ଏଠିକାର ଏକ ଗାଁ ହେଉଛି “ବିଗାନେଲା” । ଯାହାକି ମିଳନ ସହରର ଏକ ଗଭୀର ଘାଟି ତଳେ ହିଁ ଅବସ୍ଥିତ । ଏପରି ଅବସ୍ଥିତି କାରଣରୁ ବର୍ଷର ତିନି ମାସ ଏଠି ସୂର୍ଯ୍ୟକିରଣ ଜମା ବି ପଡ଼ିନଥାଏ । ଏହି କାରଣରୁ କିଛି ବିଶିଷ୍ଟ ଇଂଜିନିୟର ଓ ବାସ୍ତୁକାର ଏକ ବଡ ଆଇନା ନିର୍ମାଣ କରିଥିଲେ । ଯେଉଁଥିରେ ସୂର୍ଯ୍ୟ କିରଣ ରିଫ୍ଲେକଟ ହେଇ ଗାଁ ଉପରେ ପଡିଥାଏ । ଏହା ସାହାଯ୍ୟରେ ହିଁ ଗାଁ ଲୋକଙ୍କୁ ସୂର୍ଯ୍ୟକିରଣ ମିଳିପାରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.