Below header

ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜରେ ଶିଶୁ ବଦଳ ଘଟଣା, ଦୀର୍ଘ ୪ ମାସ ପରେ ମାଆ କୋଳକୁ ଫେରିଲା ଛୁଆ

ମୟୁରଭଞ୍ଜ: ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜରେ ଶିଶୁ ବଦଳ ଘଟଣା। ଦୀର୍ଘ ୪ ମାସ ପରେ, ମାଆ କୋଳକୁ ଫେରିଛି ଛୁଆ। ନିଜ ଛୁଆକୁ ଫେରି ପାଇ ଖୁସି ଅଛନ୍ତି ମାଆବାପା ରାଇବଣୀ ଓ ବ୍ରଜମୋହନ। ଏପ୍ରିଲ ୨୬ ତାରିଖ ଦିନ ହସ୍ପିଟାଲରେ ଶାମାଖୁଣ୍ଟା ବ୍ଲକ ଜାମବଣୀର କାର୍ତ୍ତିକ ସିଂହଙ୍କ ପତ୍ନୀ ରାଇବଣୀ ସିଂହ ଜଣେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।

ସେହି ତାରିଖରେ ହିଁ ସମାନ ବ୍ଲକର ପୋଡାଅସ୍ତିଆ ଗାଁର ବ୍ରଜମୋହନଙ୍କ ପତ୍ନୀ ରାଇବଣୀ ବି ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଅର୍ଥାତ ସମାନ ନାଁରେ ଥିବା ଦୁଇ ମହିଳା ସମାନ ତାରିଖରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। କିନ୍ତୁ ଡିସ୍‌ଚାର୍ଜ ହେବା ସମୟରେ ଜାମବଣୀର ରାଇବଣୀଙ୍କୁ ଭୁଲରେ ମେଡିକାଲ କର୍ତ୍ତୃପକ୍ଷ ପୋଡାଅସ୍ତିଆର ରାମବଣୀଙ୍କ ଶିଶୁ ଦେଇ ଦେଇଥିଲେ ।

ପରବର୍ତ୍ତୀ ସମୟରେ ପୋଡାଅସ୍ତିଆ ରାଇବଣୀଙ୍କ ପାଖରେ ଥିବା ଶିଶୁର ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଲା। ଶିଶୁ ବଦଳ ଅଭିଯୋଗ ହେଲା। କୋର୍ଟରେ ପହଞ୍ଚିଥିଲା ମାମଲା। ଶେଷରେ ଡିଏନ୍‌ଏ ଟେଷ୍ଟ ପରେ, କୋର୍ଟ ସଠିକ ମାତାପିତାଙ୍କୁ ଶିଶୁକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.