ଆଜି ଜାତୀୟ ଡାକ ସେବା କର୍ମଚାରୀ ଦିବସ, ଜାଣନ୍ତୁ ଏହାର ମହତ୍ତ୍ବ ଏବଂ କେବେଠୁ ହୋଇଥିଲା ଆରମ୍ଭ

ଭାରତରେ ପ୍ରତ୍ଯେକ ବର୍ଷ ଜୁଲାଇ ୧ ତାରିଖରେ ଜାତୀୟ ଡାକ କର୍ମଚାରୀ ଦିବସ ପାଳନ କରାଯାଇଥାଏ। ଏହି ଦିନ ଭାରତୀୟ ଡାକ କର୍ମଚାରୀଙ୍କୁ ସମର୍ପିତ କରାଯାଇଥାଏ। କାରଣ ଭାରତୀୟ ଡାକ ସହ ଜଡିତ ଲୋକମାନଙ୍କର ଆମମାନଙ୍କ ଜୀବନରେ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଜାତୀୟ ଡାକ କର୍ମଚାରୀ ଦିବସ ଅବସରରେ ଆଜି ଆମେ ଆପଣଙ୍କୁ ଭାରତୀୟ ଡାକ ସେବାର ମହତ୍ବ ଏବଂ ଇତିହାସ ସମ୍ପର୍କରେ ଜାଣାଇବୁ।

ରାଷ୍ଟ୍ରିୟ ଡାକ କର୍ମଚାରୀ ଦିବସର ମହତ୍ବ

postalରାଷ୍ଟ୍ରିୟ ଡାକ କର୍ମଚାରୀ ଦିବସର ଅନେକ ମହତ୍ତ୍ବ ରହିଥାଏ। ଭାରତୀୟ ଡାକ ସହ ଜଡିତ ଥିବା ଲୋକମାନଙ୍କ ଭୂମିକା ଆମ ଜୀବନରେ କେତେ ବଡ ଯୋଗଦାନ ରହିଥାଏ ତାହା ଆମକୁ ଆଜିଭଳି ଦିନରେ ମନ ପକାଇଥାଏ। ଏହି ଲୋକମାନେ ଆମ ପାଖରେ ଜରୁରୀ ଲେଟର, ପାର୍ସଲ ପହଞ୍ଚାଇଥାନ୍ତି। ଯେକୌଣସି ପରିସ୍ଥିତିରେ ବି ଏହି କର୍ମଚାରୀ ଆମମାନଙ୍କ ପାଇଁ ପ୍ରସ୍ତୁତ ରହିଥାନ୍ତି। ବର୍ତ୍ତମାନ ମଧ୍ଯ କରୋନା ଭଳି କଠିନ ପରିସ୍ଥିତିରେ ମଧ୍ଯ ଏହି କର୍ମଚାରୀ ଆମ ନିକଟରେ ଆବଶ୍ଯକୀୟ ସମାଗ୍ରୀ ପହଞ୍ଚାଇଥାନ୍ତି।

ରାଷ୍ଟ୍ରିୟ ଡାକ କର୍ମଚାରୀ ଦିବସର ଇତିହାସ

postal dayଭାରତରେ ୧୯୭୭ ମସିହାରେ ଭାରତୀୟ ଡାକ ସେବା ସହ ଜଡିତ ଲୋକଙ୍କୁ ସମ୍ମାନ ଦେବା ଉଦେଶ୍ଯରେ ଏହି ଦିବସ ପାଳନ କରାଯାଇଥାଏ।

ଭାରତରେ ଡାକ ସେବାର ଆରମ୍ଭ

postal1ଭାରତରେ ୧୮୫୪ ମସିହା ୧ ଅକ୍ଟୋବରରୁ ଏହି ଦିବସ ଆରମ୍ଭ ହୋଇଥିଲା। ଭାରତର କୋଲକାତାରେ ୧୭୭୪ରେ ପ୍ରଥମ ପୋଷ୍ଟ ଅଫିସର ସ୍ଥାପନା କରାଯାଇଥିଲା। ସୂଚନାଯୋଗ୍ଯ ୧୯୯୧ ମସିହା ୨୦ ଅଗଷ୍ଟରେ ସବୁଠାରୁ ବଡ ଡାକ ଟିକେଟ୍ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଉପରେ ଜାରି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.