Below header

ପୁଅ ଅନ୍ତର୍ଜାତୀୟ କ୍ରିକେଟର, କିନ୍ତୁ ବାପା ଏବେ ବି ଷ୍ଟେସନ୍‌ରେ ବିକୁଛନ୍ତି ବିସ୍କୁଟ

ଆକାଶଠୁ ବି ବିଶାଳ ଯାହାର ହୃଦୟ, ସାଗରଠୁ ବି ବଡ଼ ଯାହାର ମନ; ସେ ହେଉଛନ୍ତି ବାପା। ବାପା ଜଣେ ଏମିତି ବ୍ୟକ୍ତି ଯିଏ ଛୁଆର ଖୁସି ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥା’ନ୍ତି। ପକେଟ୍‌ରେ ଟଙ୍କା ନଥିଲେ ମଧ୍ୟ ବାପା ହିଁ ଜଣେ ଯିଏ ଛୁଆକୁ ସବୁ ଜିନିଷ ଆଣି ଦେଇଥାନ୍ତି। ନିଜ ସାରା ଜୀବନର ପୁଞ୍ଜିକୁ କେବଳ ଛୁଆ ପାଇଁ ହିଁ ସାରି ଦେଇଥାନ୍ତି ବାପା। ପ୍ରତିବଦଳରେ କେବେ ବି ମୁହଁ ଖୋଲି କିଛି ମାଗି ନଥାନ୍ତି କି ଚାହିଁ ନଥାନ୍ତି। ସେହିଭଳି ଜଣେ ବାପା ହେଉନ୍ତି ସିନ୍ନାସାମି ମୁଥିୟା।

Meet This Biscuit Manufacturer From Kandy Who Also Happens To Be ...

ଏହି ନାଁକୁ ବୋଧେ କେହି ଜାଣି ନଥିବେ। କିନ୍ତୁ ଏହି ବ୍ୟକ୍ତିଙ୍କ ପୁଅକୁ ଆଜି ସାରା ଦୁନିଆ ଚିହ୍ନିଛି। କାରଣ ସେ ହେଉଛନ୍ତି ଜଣେ ଲୋକପ୍ରିୟ କ୍ରିକେଟର। ତାଙ୍କ ନାଁ ହେଉଛି ମୁଥୈୟା ମୁରଲିଧରନ୍‌। କ୍ରିକେଟ ଜଗତରେ ବୋଲିଂ କରି ଲୋକପ୍ରିୟତା ହାସଲ କରିଥିବା ଶ୍ରୀଲଙ୍କାର ସ୍ପିନର ମୁଥୈୟା ମୁରଲିଧରନ୍‌ଙ୍କ ବାପା ହେଉଛନ୍ତି ସିନ୍ନାସାମି। ପୁଅ ଜଣେ କ୍ରିକେଟର ଭାବେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ମଧ୍ୟ ମୁଥୈୟାଙ୍କ ବାପା ଏବେ ବି ଷ୍ଟେସନ୍‌ରେ ବିସ୍କୁଟ ବିକ୍ରି କରୁଛନ୍ତି। ଏକ ଇଣ୍ଟରଭ୍ୟୁରେ ଖୋଦ୍‌ ସିନ୍ନାସାମି ଏହା କହିଥିଲେ।

Murali bowls a doosra for Gota | Siyatha News - English

ସିନ୍ନାସାମି କହିଥିଲେ ଯେ ସେ ଏବେ ବି ବିସ୍କୁଟ ବିକୁଛନ୍ତି। ବିସ୍କୁଟ ବିକ୍ରି କରୁଥିବା ସମୟରେ ସେ କେବେ ବି ନିଜକୁ ଜଣେ କ୍ରିକେଟର ବାପା ବୋଲି ପରିଚୟ ଦେଇନାହାନ୍ତି। ସେ ଚାହିଁଥିଲେ ପୁଅ ଠାରୁ ସାହାଯ୍ୟ ନେଇ ବେପାରକୁ ଆଗକୁ ବଢ଼ାଇପାରିଥାନ୍ତେ, କିନ୍ତୁ ସେ ସେଭଳି କରିବାକୁ ଚାହିଁଲେ ନାହିଁ। ନିଜ ପୁଅ ନାଁରେ ଜୀବନ ଜୀଇଁବାକୁ ସେ ଚାହାନ୍ତି ବୋଲି କହିଛନ୍ତି। ନିଜ ଲାଭ ପାଇଁ ସେ ପୁଅର କ୍ଷତି କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ସିନାସାମି। ଏତେ ବଡ଼ ବ୍ୟକ୍ତିତ୍ୱଙ୍କ ପିତା ହୋଇଥିଲେ ମଧ୍ୟ ତାଙ୍କ ଚାଲିଚଳଣି କିନ୍ତୁ ଖୁବ୍‌ ସାଧାରଣ। ଏବେ ବି ସେ ସାଧାରଣ ଲୋକଙ୍କ ଭଳି ଧଳା ଧୋତି ପିନ୍ଧିଥାନ୍ତି। ତାଙ୍କ ପରିପାଟୀ ହିଁ କୁହେ କେତେ ସାଧାରଣ ସେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.