୩ଟି ବିମାନ ବିମାନରେ କିଛି ଦିନ ଭିତରେ ଫେରିବେ ୟୁଏଇ, ଦୁବାଇ ଓ ମାଲେସିଆରେ ଥିବା ପବାସୀ ଓଡିଆ, ସେମାନଙ୍କ ପାଇଁ ଜାରି ହେଲା ଗାଇଡଲାଇନ

କେନ୍ୟୁଜ୍ (ବ୍ୟୁରୋ): ବିଦେଶରୁ ଭାରତ ଫେରୁଛନ୍ତି ପ୍ରବାସୀ ଭାରତୀୟ । କିଛି ଦିନ ଭିତରେ ୟୁଏଇ, ଦୁବାଇ ଓ ମାଲେସିଆରୁ ସିଧା ଓଡ଼ିଶା ଆସିବ ତିନିଟି ବିମାନ । ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ । ବିଦେଶ ଫେରନ୍ତା ପ୍ରଥମେ ପଞ୍ଜିକରଣ କରିବେ । ପଞ୍ଜିକରଣ କରିନଥିଲେ ସରକାରଙ୍କୁ ଜଣାଇବୋ ଯାତ୍ରୀଙ୍କ ତଥ୍ୟ ଭାରତ ସରକାର ଦେବେ । ଯାତ୍ରୀଙ୍କୁ ଏକ ସଙ୍ଗରେ ବିମାନରୁ ଓହ୍ଲାଇବାକୁ ଦିଆଯିବ ନାହିଁ। ୨୦ ଜଣିଆ ବ୍ୟଚ୍‌ରେ ଯାତ୍ରୀ ଓହ୍ଲାଇବେ। ବିଦେଶ ଫେରନ୍ତାଙ୍କ ଡାହାଣ ହାତରେ ଅଲିଭା କାଳିରେ ଷ୍ଟାମ୍ପ୍‌ ବାଜିବ । ଏହାସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଯଦି କାହା ପାଖରେ କୋଭିଡ୍‌ ୧୯ର ଲକ୍ଷଣ ଦେଖାଯିବ, ସେହି ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ରିଲଫ କମିଶନର କହିଛନ୍ତି ଯେ  ବିମାନରେ ଆସିବାକୁଥିବା ପ୍ରବାସୀମାନେ ପ୍ରଥମେ କୋଭିଡ୍‌ ୱେବସାଇଟ୍‌ରେ ପଞ୍ଜୀକରଣ କରିବେ। ସେହି ତଥ୍ୟକୁ ପ୍ରଥମେ ଯାଞ୍ଚ କରାଯିବ। ଯଦି ଠିକ୍‌ ତଥ୍ୟା ନଥିବ, ତାହାହେଲେ ସେମାନଙ୍କୁ ଫୋନ୍‌ କରାଯାଇ ସମ୍ପୂର୍ଣ୍ଣ ତଥ୍ୟ ମଗାଯିବ। ତା’ପରେ ସେହି ତଥ୍ୟକୁ ସମ୍ପୃକ୍ତ ଜିଲ୍ଲା ଓ ପଞ୍ଚାୟତକୁ ପଠାଯିବ। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ବିମାନବନ୍ଦରରେ ବିମାନ ପହଞ୍ଚିବା ପରେ ଥରକେ ୨୦ ଜଣିଆ ଗ୍ରୁପରେ ଯାତ୍ରୀଙ୍କୁ ଓହ୍ଲାଯିବ। ସେମାନଙ୍କୁ ଟର୍ମିନାଲ ବାହାରେ ସ୍କ୍ରିନିଂ କରାଯିବ। ସେମାନଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ। କାହା ଦେହରେ ‘କରୋନା’ ଲକ୍ଷଣ ଦେଖାଦେଲେ କୋଭିଡ ହସ୍ପିଟାଲ ପଠାଯିବ। ଲକ୍ଷଣ ନଥିବା ଯାତ୍ରୀମାନେ ନିଜ ଗାଡ଼ିରେ ଯିବେ। କଟକ ଓ ଭୁବନେଶ୍ୱର ଯାତ୍ରୀମାନେ ଓବେର ଏବଂ ଓଲା ଗାଡ଼ିରେ ଘରକୁ ଯାଇପାରିବେ। ଏହାଛଡ଼ା ଦୁଇ ସହର ଭିତରେ ଚାଲୁଥିବା ମୋ’ ବସ୍‌ରେ ମଧ୍ୟ ଯାଇପାରିବେ।

ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନେ ଘରେ ପହଞ୍ଚି ହୋମ୍‌ ବା ପେଡ୍‌ କ୍ୱାରେଣ୍ଟାଇନରେ ରହିପାରିବେ। କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ଏପିଡେମିକ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ। କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଘର ଆଗରେ ଷ୍ଟିକର ଲଗାଯିବ। କାହାରି ଦେହ ଖରାପ ହେଲେ ନିଜେ ହସ୍ପିଟାଲ ଯିବେନି, ୧୦୪କୁ କହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.