Below header

ଏହି ହୋଟେଲର ପଞ୍ଚମ ମହଲାକୁ ଯିବା ମନା, ନିୟମ ନମାନିଲେ ସରକାର ଦିଅନ୍ତି କଠୋର ଦଣ୍ଡ

ଉତ୍ତର କୋରିଆରେ ଅନେକ ରହସ୍ୟ ଲୁଚି ରହିଛି ଯାହା ଆଜି ବି ଦୁନିଆ ସାମ୍ନାକୁ ଆସି ପାରିନାହିଁ ।  ମୋଟାମୋଟି ଭାବେ ଏହି ଦେଶକୁ ବାକି ଦୁନିଆ ଲୋକେ ଏକ ରହସ୍ୟମୟ ଦେଶ ଭାବରେ ହିଁ ଜାଣନ୍ତି । ଏହି ଦେଶରେ ଏମିତି ଏକ ହୋଟେଲ ଅଛି ଯାହାର ପଞ୍ଚମ ମହଲାକୁ କାହାକୁ ବି ଯିବାକୁ ଅନୁମତି ମିଳିନଥାଏ ।  ଏହା ପଛରେ ଏକ ଗହୀର ରହସ୍ୟ ବି ଲୁଚି ରହିଛି ।  ଦେଶର ରାଜଧାନୀ ପୋଙ୍ଗୟାଙ୍ଗରେ ଅବସ୍ଥିତ ଏହି ହୋଟେଲଟିର ପ୍ରକୃତ ନାଁ ହେଉଛି ‘ୟଙ୍ଗକଡା ହୋଟେଲ’ ।  ଏହାକୁ ଉତ୍ତରକୋରିଆର ସବୁଠୁ ବଡ ହୋଟେଲ ଭାବେ ବି ଜଣାଯାଏ ।  ହୋଟେଲ କୋଠାରେ ସମୁଦାୟ ୪୭ ଟି ମହଲା ଥିବା ବେଳେ ପାଖାପାଖି ୧୦୦୦ ଟି ରୁମ ଅଛି ।

north

ନାଯ୍ୟଦାଙ୍ଗ ନଦୀ କୂଳରେ ଅବସ୍ଥିତ ୟାଙ୍ଗଗ ଆଇଲ୍ୟାଣ୍ଡ ଉପରେ ହିଁ ଏହାକୁ ସ୍ଥାପିତ କରାଯାଇଥିଲା ।  ଚାରୋଟି ରେଷ୍ଟରୁରାଣ୍ଟ, ସ୍ୱଇମିଙ୍ଗ ପି ଉଲ, ଗୋଟେ ମସାଜ ପାର୍ଲର ଥିବା ଏହାକୁ ଦେଶର ସର୍ବ ପ୍ରଥମ ଲଜ୍ଜରି ହୋଟେଲ ଭାବେ ବି ଜଣାଯାଏ ।  ଗୋଟେ ରାତି ପାଇଁ ୨୫ ହଜାର ଟଙ୍କା ଦେବାକୁ ପଡେ ।  ୧୯୮୬ ମସିହାରେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟ ୬ ବର୍ଷରେ ହିଁ ଶେଷ ହୋଇଥିଲା ।  ଫ୍ରାନ୍ସର ଏକ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିବା ଏହି ହୋଟେଲକୁ ୧୯୯୬ ମସିହାରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା ।  କିନ୍ତୁ ଏହି ହୋଟେଲ ପଛର ଏକ ରହସ୍ୟ ହେଉଛି ଏଠାକାର ପଞ୍ଚମ ମହଲାକୁ ସର୍ବସାଧାରଣାଙ୍କୁ ଯିବାକୁ ଅନୁମତି ମିଳିନଥାଏ ।

north

ଏଠିକା ଲିଫ୍ଟରେ ବି ପଞ୍ଚମ ମହଲା ବଟନ ନାହିଁ ।  ଏହାକୁ ନେଇ ଖୋଦ ଉତ୍ତରକୋରିଆ ସରକାର କଠିନ ନିୟମ ଜାରି କରିଛନ୍ତି ।  ଯଦି ବି କୌଣସି ବ୍ୟକ୍ତି ପଞ୍ଚମ ମହଲାକୁ ଯାଆନ୍ତି ତାଙ୍କୁ ଜେଲ ହୋଇଥାଏ ।  ୨୦୧୬ ରେ ଅତଃ ବର୍ମବୀୟର ନାମକ ଜଣେ ଆମେରିକୀୟ ଛାତ୍ର ହୋଟେଲର ପଞ୍ଚମ ମହଲାକୁ ଚାଲିଯାଇଥିଲେ ।  ଏହା ପରେ କୋରିଆ ପୋଲିସ ତାଙ୍କୁ ଗିରଫ କରି ନେଇ ଥିଲେ ।  ଟଙ୍କା ନାଁରେ କେଶ ଚାଲିବା ସହ ୧୫ ବର୍ଷ ପାଇଁ ଜେଲ ସଜା ଶୁଣାଯାଇଛି ।  ଏକ ସାକ୍ଷାତକାରରେ ସେ କହିଛନ୍ତିକି ତାଙ୍କୁ ଜେଲ ଭିତରେ ନିର୍ଯ୍ୟାତନା ଦିଆଯାଇଥିଲା ।  ଅବଶ୍ୟ କିଛି ଦିନ ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ୨୦୧୭ରେ ହିଁ ଏହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

north

 

ଆଉ ଜଣେ ଗ୍ରାହକଙ୍କ କହିବା ଅନୁଯାୟୀ, ଏହି ମହଲାରେ ଛୋଟ ଛୋଟ ରୁମ ହୋଇଥିବା ବେଳେ ଅଧିକାଂଶ ରୁମରେ ତାଲା ପଡିଛି ।  ଏହି ରୁମ ଗୁଡିକର କାନ୍ଥରେ ଆମେରିକା ଓ ଜାପାନ ବିରୋଧି ଲେଖା ମାନ ଲେଖାଯାଇଥିବା ଜଣାଯାଇଛି ।  ସେଠି ମଧ୍ୟରୁ କେତେ ଗୁଡିଏ ଏବେକା ଶାସକ କିମ ଜଙ୍ଗ ଉନଙ୍କ ପିତା କିମ ଜଙ୍ଗ ଇଲଙ୍କ ନାଁରେ ବି ଲେଖାଯାଇଛି ।  ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ସେଠିକା ସରକାରଙ୍କ ଧାରଣା ଯେ ହୋଟେଲ ଟିରେ ପଞ୍ଚମ ମହଲା ହିଁ ନାହିଁ ।  ଉତ୍ତରକୋରିଆ ସରକାରଙ୍କ ଏହି ଦାବି ଯେମିତି ଏକ ରହସ୍ୟ ହୋଇ ରହିଯାଇଛି ।  ଏହା ଶୁଣି ସେଠାକ ଲୋକ ବି ଦ୍ବନ୍ଦରେ ପଡ଼ିଯାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.