ଜାଣନ୍ତୁ କେବେ ପଡୁଛି ବିଶ୍ୱକର୍ମା ପୂଜା, କ’ଣ ରହିଛି ଏହାର ଧାର୍ମିକ ମହତ୍ତ୍ୱ

ଆସନ୍ତା ୧୬ ସେପ୍ଟେମ୍ବରରେ ପାଳିତ ହେବ ବିଶ୍ୱକର୍ମା ପୂଜା। ହିନ୍ଦୁ ପଞ୍ଚାଗ ଅନୁଯାୟୀ ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜା କନ୍ୟା ସଂକ୍ରାନ୍ତିରେ ପଡିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା। ବିଶ୍ୱର ପ୍ରଥମ ଇଞ୍ଜିନିୟର ବିଶ୍ୱକର୍ମାଙ୍କୁ କୁହାଯାଇଥାଏ। କୁହାଯାଇଥାଏ ପ୍ରାଚୀନ କାଳରେ ସମସ୍ତ ରାଜଧାନୀର ନିର୍ମାଣ ଭଗବାନ ବିଶ୍ୱକର୍ମା ହିଁ କରିଥିଲେ। ସ୍ୱର୍ଗ ଲୋକ, ଲଙ୍କାପୁରୀ, ଦ୍ୱାରିକା ଏବଂ ହସ୍ତିନାପୁରୀ ମଧ୍ୟ ବିଶ୍ୱକର୍ମାଙ୍କ ଦ୍ୱାରା ରଚିତ। ଏହିକାରଣରୁ ବିଶ୍ୱକର୍ମା ପୂଜା ଦିନ ଉଦ୍ୟୋଗ, ଫ୍ୟାକ୍ଟ୍ରି ଏବଂ ମେସିନ୍‌ ପୂଜା କରାଯାଇଥାଏ।

vishwakarmaକଳାକାର, ଶିଳ୍ପକାର ଏବଂ ବ୍ୟବସାୟୀମାନଙ୍କ ପାଇଁ ଏହି ପୂଜା ବହୁତ ମହତ୍ତ୍ୱପୂର୍ଣ୍ଣ। ମାନ୍ୟତା ରହିଛି ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ। ଧନ-ଧାନ୍ୟ ଏବଂ ସୁଖ-ସମୃଦ୍ଧିର ଅଭିଳାଷା ରଖୁଥିବା ଲୋକଙ୍କ ପାଇଁ ଭଗବାନ ବିଶ୍ୱକର୍ମା ପୂଜା କରିବା ମଙ୍ଗଳଦୀୟୀ ହୋଇଥାଏ।

ବିଶ୍ୱକର୍ମା ପୂଜାର ପୌରାଣିକ ମହତ୍ତ୍ୱ

Vishwakarma_ପୌରାଣିକ କଥା ଅନୁଯାୟୀ ବିଶ୍ୱକର୍ମା ବ୍ରହ୍ମାଣ୍ଡର ସୃଷ୍ଟି କରିଛନ୍ତି। ରୁକ୍‌ ବେଦର ୧୦ମ ଅଧ୍ୟାୟର ୧୨୧ତମ ସୂତ୍ରରେ ଲେଖାଯାଇଛି, ବିଶ୍ୱକର୍ମାଙ୍କ ଦ୍ୱାରା ହିଁ ଧରିତ୍ରୀ, ଆକାଶ ଏବଂ ଜଳର ସୃଷ୍ଟି କରାଯାଇଛି। ପୁରାଣ ଅନୁଯାୟୀ ଆଦି ନାରାୟଣ ପ୍ରଥମେ ବ୍ରହ୍ମା ଏବଂ ବିଶ୍ୱକର୍ମାଙ୍କ ରଚନା କରିଥିଲେ।

vishwakarma1କୁହାଯାଇଥାଏ ସମସ୍ତ ପୌରାଣିକ ସଂରଞ୍ଚନା ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ। ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନରୁ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ବୋଲି କୁହାଯାଇଥାଏ। ପୌରାଣିକ ଯୁଗର ଅସ୍ତ୍ରଏବଂ ଶସ୍ତ୍ର ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ। କେବଳ ଏତିକି ନୁହେଁ ଭଗବାନ ଶଙ୍କର ମଧ୍ୟ ମାତା ପାର୍ବତୀଙ୍କ ପାଇଁ ଏକ ସୁନାର ମହଲ ନିର୍ମାଣ କରିବା ଦାୟିତ୍ୱ ବିଶ୍ୱକର୍ମାଙ୍କୁ ଦେଇଥିଲେ। ପରେ ଏହି ମହଲର ପୂଜା କରିବା ପାଇଁ ଭଗବାନ ଶିବ ରାବଣଙ୍କୁ ଡାକିଥିଲେ କିନ୍ତୁ ରାବଣ ଏହି ସ୍ୱର୍ଣ୍ଣ ମହଲକୁ ଦେଖି ମନମୁଗ୍ଧ ହେବାରୁ ସେ ପୂଜା ପରେ ଦକ୍ଷିଣା ସ୍ୱରୂପରେ ରାଜପ୍ରସାଦ ମାଗିଥିଲେ।

ଉଲ୍ଲେଖ ଅନୁଯାୟୀ ଭଗବାନ ଶଙ୍କର ରାଜପ୍ରସାଦକୁ ରାବଣକୁ ଦେଇ କୈଳାଶ ପର୍ବତ ଚାଲିଯାଇଥିଲେ। ଏହାବ୍ୟତୀତ ଭଗବାନ ବିଶ୍ୱକର୍ମା ପାଣ୍ଡବଙ୍କ ପାଇଁ ଇନ୍ଦ୍ରପ୍ରସ୍ଥ ନଗରର ନିର୍ମାଣ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ ହସ୍ତିନାପୁର ଏବଂ ଭଗବାନ କୃଷ୍ଣଙ୍କ ଦ୍ୱାରିକା ମଧ୍ୟ ବିଶ୍ୱକର୍ମା ନିର୍ମାଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.