Below header

ବହୁତ ଜଲଦି ଭାରତରେ ପ୍ରବେଶ କରିବ ସ୍ୱିଡେନର ଏହି ଇଲେକଟ୍ରିକ ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ଚଳିତ ବର୍ଷ ଆରମ୍ଭରେ ସ୍ୱିଡିସ ବାହନ ନିର୍ମାତା କମ୍ପାନୀ Husqvarna Motorcycles ନିଜର ଦୁଇ ମୋଟରସାଇକେଲ ସହିତ ଭାରତୀୟ ବଜାରରେ ଏଣ୍ଟ୍ରି କରିଥିଲା। ଯାହାପରେ ଏବେ କମ୍ପାନୀ ଭାରତରେ ବଢ଼ୁଥିବା ଇଲେକଟ୍ରିକ ବାହନର ଚାହିଦାକୁ ଦେଖି ନିଜର ପ୍ରଥମ ଇଲେକଟ୍ରିକ ସ୍କୁଟରକୁ ଲଞ୍ଚ୍‌ କରିବାପାଇଁ ଯୋଜନା କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ପକ୍ଷରୁ ଲଞ୍ଚିଂକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ ଭାରତରେ କମ୍ପାନୀ ଏହି ନୂଆ ସ୍କୁଟର ବଜାଜର ରେଟ୍ରୋ ଚେତକ ଉପରେ ବେସଡ୍‌ ହେବ।

ଇଲେକଟ୍ରିକ ବାଇକ ଉପରେ କମ୍ପାନୀ କରୁଛି କାମ

କମ୍ପାନୀର ଏହି ଇଲେକଟ୍ରିକ ସ୍କୁଟର ଆସନ୍ତା ବର୍ଷ ବିଶ୍ୱ ପ୍ରିମୟର କରାଯିବ। ଏହାସହିତ କମ୍ପାନୀ Husqvarna E-Pilen ଇଲେକଟ୍ରିକ ବାଇକକୁ ମଧ୍ୟ ୨୦୨୨ ଭିତରେ ଲଞ୍ଚ କରିବାକୁ ଯୋଜନା କରିଛି। କୁହାଯାଉଛି ଯେ କମ୍ପାନୀର ଦୁଇଟି ଇଲେକଟ୍ରିକ ବାହନକୁ ଗୋଟିଏ ପ୍ଲାଟଫର୍ମରେ ପ୍ରସ୍ତୁତ ରାଯିବ। ଯାହାର ପ୍ରଡକସନ Baja Auto ଚାକନ ପ୍ଳାଣ୍ଟରେ ହେବ।

chetakHusqvarna ଇଲେକଟ୍ରିକ ସ୍କୁଟର E-01 

କମ୍ପାନୀର ଇଲେକଟ୍ରିକ ସ୍କୁଟରର ଲିକ ହୋଇଥିବା ଫଟୋରୁ ଜଣାପଡୁଛି ଯେ ଏଥିରେ ଗୋଟିଏ ସାର୍ପ ଡିଜାଇନ ଦିଆଯାଇଛି। ଯେଉଁଥିରେ ଟେଲିସ୍କୋପିକ ଫ୍ରଣ୍ଟ ଫୋର୍କ୍ସ ଏବଂ ସିଙ୍ଗଲ ସାଇଡେଡ ରିୟର ସାର୍କ ଆବଜରଭର ସହିତ ଫ୍ରଣ୍ଟ ଏବଂ ରିୟରରେ ଡିସ୍କ ବ୍ରେକ ଦିଆଯାଇଛି। ଏଥିସହିତ ଅଲୟ ହ୍ଵିଲସ, ସସପେସନ ସେଟଅପ, ସ୍ମାର୍ଟଫୋନ କନେକ୍ଟିଭିଟୀ, କଲର ଇନସ୍ତୃମେଣ୍ଟ କନସୋଲ, ଫ୍ରଣ୍ଟ ଏବଂ ରିୟର ଡିସ୍କ ବ୍ରେକ ସହିତ ଡୁଆଲ-ଚ୍ୟାନେଲ ଏବିଏସ ସୁବିଧା ମଧ୍ୟ ଦିଆଯିବ।

ଭାରତରେ କେବେ ହେବ ଲଞ୍ଚିଂ

ଯେମିତିକି ଆମେ ସମସ୍ତେ ଜାଣିଛନ୍ତି ଏହି ଇଲେକଟ୍ରିକ ସ୍କୁଟରରେ ଚେତକ ସହିତ ସମାନ ର ଇଲେକଟ୍ରିକ ମୋଟର ଏବଂ ର ଲିଥିୟମ ଆୟନ ବ୍ୟାଟେରୀ ପ୍ୟାକର ପ୍ରୟୋଗ କରାଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବଜାଜ ଚେତକ ସିଙ୍ଗଲ ଚାର୍ଜରେ ୯୫ କିଲୋମିଟର ରେଞ୍ଜ ଦାବି କରୁଛି। ସେହିପରି ଇଲେକଟ୍ରିକ ସ୍କୁଟର ଭାରତରେ ପ୍ରସ୍ତୁତ ହେବା ସୁଦ୍ଧା ଏହି କଥାର କୌଣସି ଗ୍ୟାରେଣ୍ଟୀ ନାହିଁ କେବେ ଏହାକୁ ଭାରତରେ ବିକ୍ରି କରାଯିବ। କାହିଁକିନା ଦେଶରେ ପ୍ରିମିୟମ ଇଲେକଟ୍ରିକ ସ୍କୁଟର ସେଗମେଣ୍ଟର ଭବିଷ୍ୟ ଏବେ ଆରମ୍ଭ ବି ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.