Below header

ପ୍ରସବ ପରେ ପ୍ରସୂତିଙ୍କୁ ଛୁଆଁ ଯାଏ ନାହିଁ କାହିଁକି, ଜାଣନ୍ତୁ ଏମିତି ଆହୁରି କିଛି ଜଣାଶୁଣା ରୋଚକ ତଥ୍ୟ ବିଷୟରେ

ମହିଳାଙ୍କ ପ୍ରସବ ପରେ ପରେ କିଛି ଦିନ ପାଇଁ ଉଭୟ ମା’ ଓ ଶିଶୁଙ୍କ ଠାରେ ସାଧାରଣତଃ ରୋଗ ପ୍ରତିରୋଧ ଶକ୍ତି କମିଯାଏ । ତେଣୁ କରି ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ଦାଉରୁ ରକ୍ଷା ପାଇବା ପାଇଁ କାହିଁ କେଉଁ କାଳରୁ ନିର୍ଦ୍ଧିଷ୍ଟ ନିୟମ ଜାରି କରାଯାଇଥିଲା । ପ୍ରସୂତି ଥିବା ଗୃହକୁ କାହାକୁ ବି ଯିବାକୁ ଅନୁମତି ମିଳୁନଥିଲା । ଗୃହରେ ମଶା ନହେବା ଓ ବାୟୁ ବିଶୋଧନ କରିବା ପାଇଁ ଝୁଣା ଧୁଆ ଆଦି ଦିଆଯାଉଥିଲା ।

facts

ସାଧାରଣତଃ ଆମେ କୌଣସି ଏକ ଶୁଭ କାମ ପାଇଁ ଯାତ୍ରା ଆରମ୍ଭ କରିଥାଉ | କାହିଁ କେଉଁ କାଳରୁ ଲୋକେ ଶୁଭଲଗ୍ନ ଦେଖି ହିଁ ନିଜ ନିଜ ଯାତ୍ରା ଅନୁକୂଳ କରୁଥିଲେ । କୌଣସି ଏକ କର୍ମର ସଫଳତା ପଛରେ ଲକ୍ଷ ଓ ଶୁଭ ମୁହୂର୍ତ୍ତର ଗୁରୁତ୍ୱ ଥିବା ବିଶ୍ୱାସ କରାଯାଏ । ସମୟ ଅନୁଯାୟୀ କର୍ମ ନକଲେ ବି ସଫଳତା ମିଳିବା ଖୁବ କଷ୍ଟ ବୋଲି ବିଶ୍ଵାସ କରାଯାଏ । ତେଣୁ କରି ହିନ୍ଦୁ ଶାସ୍ତ୍ରରେ ଯାତ୍ରା ଆରମ୍ଭ କରୁଥିଲେ ପଛରୁ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ପଛରୁ ଡାକିବାକୁ ଖୁବ ଅଶୁଭ ଧରାଯାଏ ।

ପୂର୍ବ କାଳରେ ମୁନି ରୁଷି ମାନେ ନିଜ ପାଦକୁ ସୁରକ୍ଷା ଦେବା ପାଇଁ କାଠରେ ତିଆରି କଠଉ ପିନ୍ଧୁଥିଲେ । ଆଜିକା ସମୟରେ ବି ଅନେକ ରୁଷି ମୁନି ପାଦରେ କଠଉ ପିନ୍ଧୁଥିବାର ଦେଖାଯାଉଛି । ଏହା ସହ ଅନେକେ ପଥୁରୀ ଓ କଂସା ବାସନକୁ ଶୁଦ୍ଧ ଭାବେ ଧରିଥାନ୍ତି । ମାଟି ହାଣ୍ଡି ରନ୍ଧା ଖାଦ୍ୟକୁ ପବିତ୍ର କୁହାଯାଏ । ଦେଶର ଅନେକ ସ୍ଥାନରେ ଏବେବି ପତ୍ରରେ ଖାଦ୍ୟ ବାଢି ଖାଇବା ପ୍ରଥା ପ୍ରଚଳିତ ରହିଛି ।

 

facts ହିନ୍ଦୁ ଧର୍ମରେ ତୁଳସୀର ଏକ ଭିନ୍ନ ମାନ୍ୟତା ରହିଛି ।  ଏହି ଧର୍ମାବଲମ୍ବୀଙ୍କ ଘର ସାମ୍ନାରେ ନିଶ୍ଚିତ ରୂପେ ଏକ ତୁଳସୀ ଚଉରା ଥାଏ । ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଶେଷ ଭାବେ ବୃକ୍ଷଲତା ଉପରେ ହିଁ ନିର୍ଭର କରି ଆସୁଛନ୍ତି । ତୁଳସୀ ଏକ ଗୁଳ୍ମଜାତୀୟ ଉଦ୍ଭିଦ ହୋଇଥିବାରୁ ଏହାକୁ ବଞ୍ଚାଇ ରଖିବା ପାଇଁ ନିୟମିତ ଭାବେ ପାଣି ଦେବା ଆବଶ୍ୟକ । ଆହୁରି ମଧ୍ୟ ଧର୍ମ ମତରେ ତୁଳସୀ, ଭଗବାନ ବିଷ୍ନୁଙ୍କର ଅତି ପ୍ରିୟ । ଏହାକୁ ପୂଜା କରିବା, ଦର୍ଶନ କରିବା ବା ତୁଳସୀ ଗଛ ମୂଳରେ ବସିବାକୁ ବି ଖୁବ ଶୁଭ ଧରାଯାଏ ।

ଅଧିକାଂଶ ଫଳରେ ସାଇଟ୍ରିକ ଅମ୍ଳ ଥାଏ | ଏହା ଛଡ଼ା ଫଳରେ ଜଳୀୟ ଅଂଶ ବି ପ୍ରଚୁର ପରିମାଣରେ ଥାଏ । ଫଳ ଖାଇ ପାଣି ପିଇବା ଦ୍ୱାରା ପାକସ୍ଥଳୀରେ ଅମ୍ଳତ୍ବ ବୃଦ୍ଧି ହୋଇ ହଜମ ହେବାରେ ବାଧା ସୃଷ୍ଟି ହେବା ସହ ବାନ୍ତି ହେବାର ବି ଭୟ ରହିଛି । ତେଣୁ ଫଳ ଖାଇ ପାଣି ପିଇବାକୁ ମନା କରାଯାଏ । ଏମିତିକି ତେଲ ଚଣା ଖାଦ୍ୟ ଖାଇ ବି ସଂଗେ ସଂଗେ ପାଣି ପିଇବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.