ମହାମାରୀରୁ ବଞ୍ଚିବା ପାଇଁ ଖୋଲିବ ଅଦ୍ଭୁତ ରେଷ୍ଟୁରାଣ୍ଟ ‘ଟେବୁଲ ଫର ଓ୍ଵାନ’, ଯେଉଁଠି ଖାଇବେ ଦିନକୁ ଜଣେ ଗ୍ରାହକ

କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଏଥିପାଇଁ ଚାରିଆଡେ ହାହାକାର। ଏମିତି ସଂକ୍ରମଣୁ ବଞ୍ଚିବା ପାଇଁ ସାମାଜିକ ଦୂରତା ସହିତ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଯାଉଛି। ଏହାମଧ୍ୟରେ ସ୍ୱିଡେନରେ ଏମିତି ଏକ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ ଖୋଲାଯାଇଛି। ସଂକ୍ରମଣରୁ ବଞ୍ଚିବା ପାଇଁ ଖୋଲା ପଡିଆରେ ରେଷ୍ଟୁରାଣ୍ଟ ଖୋଲାଯାଇଛି। ଏଠାରେ ସାମାଜିକ ଦୂରତ୍ୱ ନିୟମ ଲାଗୁ ହୋଇଛି।

restu

ସଂକ୍ରମଣରୁ ବଞ୍ଚିବା ପାଇଁ ଏଠାରେ ଦିନକୁ କେବଳ ଜଣେ ହିଁ ଗ୍ରାହ ଖାଦ୍ୟ ଖାଇପାରିବ। ଏହି ରେଷ୍ଟୁରାଣ୍ଟରେ କେବଳ ଗୋଟିଏ ଟେବୁଲର ବ୍ୟବସ୍ଥା ରହିବ। ଏହି ଟେବୁଲରେ ବସିଥିବା ଗ୍ରାହକଙ୍କୁ ଖାଦ୍ୟ କୌଣସି େଓ୍ଵଟର ନୁହେଁ ବରଂ ରଶି ସାହାଯ୍ୟରେ ଖାଦ୍ୟ ପହଞ୍ଚାଯିବ। ଏହି ରେଷ୍ଟୁରାଣ୍ଟର ନାମ ରଖାଯାଇଛି ‘ଟେବଲ ଫର ଓ୍ଵାନ’। ଏଠାକୁ ଆସୁଥିବା ଗ୍ରାହକ ଖୋଲା ପଡିଆରେ ଖାଦ୍ୟ ଖାଇବାକୁ ବାଧ୍ୟ ହେବ।

one

ଏହି ରେଷ୍ଟୁରାଣ୍ଟ ୧୦ ମଇକୁ ଉଦ୍‌ଘାଟନ ହେବ ଏବଂ ୧ ଅଗଷ୍ଟ ପର୍ଯ୍ୟନ୍ତ ଗ୍ରାହକ ଏଠାକୁ ଆସିପାରିବେ। କରୋନା ଭାଇରସରୁ ବଞ୍ଚିବା ପାଇଁ ଅନେକ ପ୍ରକାର ଏବଂ ସୁରକ୍ଷାତ୍ମକ ଉପାୟ ଆପଣାଯାଇଛି। ଏଠାକୁ ଆସି ଖାଇଥିବା ଗ୍ରାହକଙ୍କ ବାସନକୁ ଦୁଇଥର ଧୁଆଯିବା ସହିତ ଟେବୁଲକୁ ସାନିଟାଇଜ କରାଯିବ। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ସ୍ୱିଡେନରେ କରୋନା ଭାଇରସ ସଂକ୍ରମଣ ମାମଲା ୨୨ ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ୨୭୬୯ ଲୋକ ମୃତ୍ୟୁବରଣ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.