ଆଜି ନିର୍ଜଳା ଏକାଦଶୀ, ଜାଣନ୍ତୁ ଏହି ଦିନ କ’ଣ ଦାନ କଲେ ଦୂର ହୋଇଥାଏ ଦୁଃଖ-ଯନ୍ତ୍ରଣା

ଆଜି ନିର୍ଜଳା ଏକାଦଶୀ। ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଇଥାଏ। ପ୍ରତ୍ଯେକ ମାସରେ ଦୁଇଥର ଏକାଦଶୀ ପଡିଥାଏ। ଗୋଟିଏ କୃଷ୍ଣପକ୍ଷ ଏବଂ ଅନ୍ଯଟି ଶୁକ୍ଳପକ୍ଷ। ବର୍ଷକରେ ସମୁଦାୟ ୨୪ଟି ଏକାଦଶୀ ପଡିଥାଏ। ମାନ୍ଯତା ରହିଛି ସମସ୍ତ ଏକାଦଶୀ ମଧ୍ଯରେ ନିର୍ଜଳା ଏକାଦଶୀର ମହତ୍ବ ଶ୍ରେଷ୍ଠ ହୋଇଥାଏ। ଏହି ଦିନ ବ୍ରତ କରିବା ଦ୍ବାରା ସବୁ ଏକାଦଶୀର ଫଳ ପ୍ରାପ୍ତି ହୋଇଥାଏ। ଧାର୍ମିକ ମାନ୍ଯତା ଅନୁଯାୟୀ ଏହିଦିନ ଦାନ କରିବା ଦ୍ବାରା ମଧ୍ଯ ଅନେକ ଲାଭ ମିଳିଥାଏ। ଶାସ୍ତ୍ରରେ ଦାନକୁ ଅନେକ ମହତ୍ତ୍ବପୂର୍ଣ୍ଣ ବୋଲି ଉଲ୍ଲେଖ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ଦିନରେ କେଉଁ ଜିନିଷ ଦାନ ଦେବା ଶୁଭ ହୋଇଥାଏ।

bishnu-ଦାନର ମହତ୍ବ

ଧାର୍ମିକ ମାନ୍ଯତା ଅନୁଯାୟୀ ଦାନର ଅଧିକ ମହତ୍ବ ରହିଛି। ନିଜର କ୍ଷମତା ଅନୁସାରେ ଅବଶ୍ଯ ଦାନ କରିବା ଉଚିତ। ଏକାଦଶୀ ଦିନ ଦାନ କରିବା ଦ୍ବାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି। ଏହିଦିନ ଗରିବ ଲୋକଙ୍କୁ ସାହାଯ୍ଯ କରିବା ଦ୍ବାରା ସମସ୍ତ ପ୍ରକାର ସମସ୍ଯାରୁ ମୁକ୍ତି ମିଳିବା ସହ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

-ଧାର୍ମିକ ମାନ୍ଯତା ଅନୁଯାୟୀ ଆଜିର ଦିନରେ ଲୁଣ ଦାଦନ କରିବା ଦ୍ବାରା କେବେ ବି ଭୋଜନର ଅଭାବ ହୋଇନଥାଏ।

-ରାଶି ଦାନ କରିବା ମଧ୍ଯ ଶୁଭ ହୋଇଥାଏ। ଧାର୍ମିକ ମାନ୍ଯତା ଅନୁଯାୟୀ ରାଶି ଦାନ କରିବା ଦ୍ବାରା ପୁରୁଣା ରୋଗରୁ ମୁକ୍ତି ମିଳିଥାଏ।

dana-ଧାର୍ମିକ ମାନ୍ଯତା ଅନୁଯାୟୀ କପଡା ଦାନ କରିବା ମଧ୍ଯ ଶୁଭ ହୋଇଥାଏ। କପଡା ଦାନ କରିବା ଦ୍ବାରା ଦାର୍ଘ ଆୟୁଷର ବରଦାନ ମିଳିଥାଏ।

– ଏକାଦଶୀ ଦିନ ଶସ୍ଯ ଦାନ କରିବା ମଧ୍ଯ ଶୁଭ ହୋଇଥାଏ। ଯଦି ଆପଣଙ୍କ ପାଖରେ ସମ୍ଭବ ହୋଇପାରୁଛି ତେବେ ଏକାଦଶୀ ଦିନ ଶସ୍ଯ ଦାନ କରନ୍ତୁ। ମାନ୍ଯତା ରହିଛି ଶସ୍ଯ ଦାନ କରୁଥିବା ବ୍ଯକ୍ତିଙ୍କ ଜୀବନରେ କେବେ ବି କୌଣସି ପ୍ରକାର ଅଭାବ ଦେଖାଯାଇନଥାଏ। ଏହିଭଳି ଲୋକଙ୍କ ଉପରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିଥାଏ।

-ଏହାବ୍ଯତୀତ ଧାର୍ମିକ ମାନ୍ଯତା ଅନୁଯାୟୀ ଏହି ଦିନ ଫଳ ଦାନ କରିବା ମଧ୍ଯ ଶୁଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.