Below header

କାହିଁକି ଆମ ମୋବାଇଲ ନମ୍ବର ସଂଖ୍ୟା ୧୦, ଜାଣି ରଖନ୍ତୁ ଏହା ପଛର କାରଣ

ପ୍ରକୃତରେ ମୋବାଇଲ ନମ୍ବର ସଂଖ୍ୟା ପରିବର୍ତନରେ ପ୍ରମୁଖ ହାତ “ରାଷ୍ଟ୍ରୀୟ ନବରିଂ ପ୍ରାଧିକରଣ” ବା ଏନଏନପିର ହିଁ ରହିଥାଏ । ଏପରି ନିଷ୍ପତ୍ତି ନେବା ପଛର ଅନ୍ୟ ଏକ କାରଣ ଭାରତର ଜନସଂଖ୍ୟାକୁ ବି ଧରା ହେଉଛି । ଦେଶର ଜନସଂଖ୍ୟା ଦିନ କୁ ଦିନ ବଢ଼ୁଥିବାରୁ ଏପରି ନିଷ୍ପତ୍ତି ହୋଇଥିବା ଅନୁମାନ କରାଯାଉଛି । ଯେମିତିକି ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ମୋବାଇଲ ନମ୍ବର ଏକ ଅଙ୍କ ବିଶିଷ୍ଟ ହୋଇଥାନ୍ତା,

mobile number

ତେବେ ଏହାକୁ କେବଳ ୧୦ ଜଣ (ଶୂନକୁ ମିଶାଇ) ହିଁ ବ୍ୟବହାର କରିପାରିଥାନ୍ତେ । ସେମିତି ଯଦି ଦୁଇ ଅଙ୍କ ବିଶିଷ୍ଟ ହୋଇଥାନ୍ତା ତେବେ କେବଳ ୧୦୦ ଲୋକ ହିଁ ହୁଏତ ବ୍ୟବହାର କରିପାରିଥାନ୍ତେ । ଆମଦେଶ ଭାରତରେ ଏବେ ଜନସଂଖ୍ୟା ୧୩୦ କୋଟିରେ ପହଂଚିଛି ।ଏହାମାନେ ଯଦି ଏହାକୁ ୯ ନମ୍ବର (ଶୂନକୁ ବାଦ ଦେଇ) ତେବେ ହୁଏତ ପ୍ରତିଟି ଲୋକଙ୍କୁ ନମ୍ବର ସୁବିଧା ଯୋଗାଯାଇ ପାରିନଥାନ୍ତା । ଯଦି ଭିନ୍ନ ଭିନ୍ନ ନମ୍ବରକୁ ନେଇ ହିସାବ କରାଯାଏ ତେବେ ଏହି ଅଙ୍କରେ ଏକ ହଜାର କୋଟିଟି ନମ୍ବର ହିଁ ବାହାରି ପାରିବ । ଯାହାଦ୍ୱାରା ସମସ୍ତ ଲୋକ ମୋବାଇଲ ସୁବିଧା ପାଇ ପାରିବେ ନାହିଁ ।

ତେଣୁ କରି ବଢୁଥିବା ଜନସଂଖ୍ୟାକୁ ଆଖି ଆଗରେ ରଖି ଏହି ସଂଖ୍ୟା ୧୦ ରୁ ୧୧କୁ ବୃଦ୍ଧି କରା ଯିବା ନେଇ ନିଷ୍ପତ୍ତି ହୋଇଥିଲା ।  ଦେଶ ବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ନିୟାମକ ପ୍ରାଧିକରଣ ବା ଟ୍ରାଇ ତରଫରୁ ଏହାକୁ ଖଣ୍ଡନ କରାଯାଇଛି । ଟ୍ରାଇ ତରଫରୁ କେବଳ ଏତିକି କୁହାଯାଇଛିକି, ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରୁଥିବା ସମୟରେ ନମ୍ବର ପୂର୍ବରୁ ଶୂନ ଲଗାଇବା ଉଚିତ । କହିରଖିବା ଉଚିତ ହେବକି, ୨୦୦୩ ମସିହା ପର୍ଯ୍ୟନ୍ତ ଗ୍ରାହକଙ୍କୁ ୯ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ସୁବିଧା ଦିଆଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.