ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ, ସନ୍ଧ୍ୟା ଧୂପ ପରେ ମାଜଣା ମଣ୍ଡପ ନିକଟରେ ପଡିବ ହାତଗଣ୍ଠି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ। ବିବାହ ଉତ୍ସବର ସମସ୍ତ ନୀତି ଶେଷ ହେବା ପରେ ମାଜଣା ମଣ୍ଡପ ନିକଟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ପରେ ମହାପ୍ରଭୁ ଋକ୍ମଣଙ୍କ ହରଣ କରି ବିବାହ କରିବେ।

ଅପରପଟେ ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥି ପାଇଁ ଏଥିପାଇଁ ରଥଖଳାରେ ଦୃତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ୩ ରଥରେ ୪ ନାହାକ ଲଗାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ୧୪ ନାହାକ ପାଇଁ ଆରମ୍ଭ ହୋଇଛି କାମ । ୪ ନାହାକର ଢମକ ପ୍ରସ୍ତୁତି ସହ ଭୁଇଁ ନିର୍ମାଣ ପାଇଁ ବ୍ୟସ୍ତ ଅଛନ୍ତି ବିଶ୍ୱକର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.