ଅନ୍ୟ ଅଙ୍ଗ ଭଳି ଚର୍ମ ଦାନ ବି ସମ୍ଭବ, ଜାଣନ୍ତୁ ସ୍କିନ୍‌ ଡୋନେସନ୍‌ର ସମ୍ପୂର୍ଣ୍ଣ ପ୍ରକ୍ରିୟା

କେବଳ ରକ୍ତ ଦେଇ ନୁହେଁ ଚର୍ମ ଦେଇ ମଧ୍ୟ ଆପଣ କାହା ଜୀବନ ବଞ୍ଚାଇପାରିବେ। ଅଙ୍ଗଦାନକୁ ମହାଦାନ ବୋଲି କୁହାଯାଏ। ସବୁ ପ୍ରକାରର ଅଙ୍ଗଦାନ ଭଳି ସ୍କିନ୍‌ ଡୋନେସନ୍‌ ବା ତ୍ୱଚା ଦାନ ମଧ୍ୟ ଜୀବନ ବଞ୍ଚାଇବାରେ କାମରେ ଆସିଥାଏ। ଚିକିତ୍ସା ବେଳେ ଠିକ୍‌ ସମୟରେ ଚର୍ମ ନ ମିଳିବା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ନଜିର ରହିଛି। ବିକାଶଶୀଳ ଦେଶ ତୁଳନାରେ ଗରିବ ଦେଶରେ ଏହା ଅଧିକ ବ୍ୟୟବହୁଳ ହୋଇଥାଏ। କିନ୍ତୁ ସ୍କିନ୍‌ ଡୋନେସନ୍‌ ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ଓ ପୋଡ଼ି ଯାଇଥିବା ରୋଗୀଙ୍କୁ ନୂଆ ଜୀବନ ଦେଇ ହେବ।

ତ୍ୱଚା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମ ଶରୀର ପାଇଁ ଏହା ସୁରକ୍ଷା କବଚ ଭାବେ କାମ କରିଥାଏ। ଏହା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ। ଚିକିତ୍ସା ବେଳେ ଯଦି କୌଣସି ରୋଗୀଙ୍କୁ ତ୍ୱଚା ଦରକାର ପଡ଼େ ତେବେ ଅନ୍ୟ ଭାଗରୁ ଚର୍ମ ଆଣି ବ୍ୟବହାର କରାଯାଇଥାଏ। ତେବେ କେବଳ ନିଜ ଶରୀରରୁ ନୁହେଁ, ଅନ୍ୟମାନଙ୍କ ଶରୀରରୁ ତ୍ୱଚା ନେଇ ମଧ୍ୟ ଚିକିତ୍ସା ସମ୍ଭବ। ଏଣୁ ଲୋକଙ୍କୁ ମୃତ୍ୟୁ ପରେ ତ୍ୱଚା ଦାନ କରିବାକୁ ମଧ୍ୟ ଉତ୍ସାହିତ କରାଯାଏ।

skin

କିଡ୍‌ନୀ, ହାର୍ଟ, ଲିଭର ଭଳି ଚର୍ମ ପ୍ରତିରୋପଣ ମଧ୍ୟ ସମ୍ଭବ। ମାତ୍ର ଏହି ତ୍ୱଚା ସବୁ ଦିନ ପାଇଁ ବ୍ୟକ୍ତିର ଶରୀରରେ ରହିନଥାଏ। ଏହାକୁ ଅସ୍ଥାୟୀ ଭାବେ କ୍ଷତ ପୂରଣ ପାଇଁ ବ୍ୟବହାର କରାଯାଏ। ଚାରି ସପ୍ତାହ ପରେ ରୋଗୀର ଶରୀର ଏହାକୁ ଅସ୍ୱୀକାର କରିଥାଏ। ତ୍ୱଚା ଦାନ ପ୍ରକ୍ରିୟା ବେଳେ ରକ୍ତ ବୋହିନଥାଏ ଓ ବ୍ଲଡ୍‌ ଗ୍ରୁପ୍‌ ମଧ୍ୟ ଯାଞ୍ଚ କରିବା ଆବଶ୍ୟକତା ନଥାଏ।

skin

କେଉଁମାନେ କରିପାରିବେ ଚର୍ମଦାନ:

୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ହିଁ ଚର୍ମ ଦାନ କରିପାରିବେ। ମୃତ୍ୟୁର ୧୨ ଘଣ୍ଟା ମଧ୍ୟରେ ଏହା ସମ୍ଭବ। ମୃତ ଶରୀରକୁ ଯଦି କୋଲ୍ଡ ଷ୍ଟୋରେଜ୍‌ରେ ରଖାଯାଏ ତେବେ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରତିରୋପଣ ସମ୍ଭବ। ଚର୍ମକୁ ବାହାର କରିସାରିବା ପରେ ୫ ବର୍ଷ ଯାଏଁ ଫ୍ରିଜ୍‌ରେ ରଖିହେବ। ମାତ୍ର ଚର୍ମ କର୍କଟ, ଚର୍ମ ସଂକ୍ରମଣ ରୋଗୀ ଚର୍ମ ଦାନ କରିପାରିବେ।

Leave A Reply

Your email address will not be published.