Below header

କଣ ଆପଣଙ୍କୁ ଜଣାଅଛି ଜାତୀୟ ଗୀତ ଏବଂ ଜାତୀୟ ସଂଗୀତ ମଧ୍ୟରେ ଥିବା ପାର୍ଥକ୍ୟ

ଗୋଟେ ଦେଶ ପାଇଁ ତାର ଜାତୀୟ ଗୀତ ବା ଜାତୀୟ ସଙ୍ଗୀତର ମହତ୍ତ୍ୱ କେତେ ଯେ ଅଧିକ ତାହା ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ପ୍ରତ୍ୟେକ ଦେଶ ପ୍ରେମୀଙ୍କର ହୃଦୟରେ ନିଜ ଦେଶର ଜାତୀୟ ଗୀତ ବା ସଙ୍ଗୀତ ପ୍ରତି ଯଥେଷ୍ଟ ସମ୍ମାନ ରହିଥାଏ । ଆଜି ବି ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ହୃଦୟରେ ଦେଶ ପାଇଁ ଭଲ ପାଇବା ଅଛି ସତ କିନ୍ତୁ ତାଙ୍କୁ ଜାତୀୟ ଗୀତ ଓ ଜାତୀୟ ସଙ୍ଗୀତ ମଧ୍ୟରେ ତଫାତ ଜଣାନାହିଁ । ତେବେ ଆଜିର ଏହି ୭୪ତମ ସ୍ୱାଧୀନତା ଦିବସରେ ଆମେ ଆପଣଙ୍କୁ ଆମ ଦେଶ ଭାରତର ଜାତୀୟ ଗୀତ ଓ ଜାତୀୟ ସଙ୍ଗୀତ ମଧ୍ୟରେ ଥିବା ଅନ୍ତର ଏବଂ ତାର ମହତ୍ତ୍ୱ ବିଷୟରେ କହିବୁ ।

ଜଣ-ଗଣ-ମନ ଅଧିନାୟକ ଜୟ ହେ…ଭାରତ ଭାଗ୍ୟ ବିଧାତା। ଏହା ହେଉଛି ଆମ ଭାରତର ଜାତୀୟ ସଙ୍ଗୀତ । ଏହାକୁ ପ୍ରଖ୍ୟାତ କବି ରବୀନ୍ଦ୍ରନାଥ ଟାଗୋର ୧୯୧୧ ମସିହାରେ ପ୍ରଥମେ ବଙ୍ଗଳା ଭାଷାରେ ରଚନା କରିଥିଲେ । ପରେ ଏହାକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦ କରାଯାଇଥିଲା। ରବୀନ୍ଦ୍ରନାଥ ଟାଗୋରଙ୍କ ଜାତୀୟ ସଙ୍ଗୀତର ରଚନା ପରେ ଏହାକୁ ପ୍ରଥମ ଥର ପାଇଁ ଏହାକୁ ୧୯୧୧ ମସିହା ଡିସେମ୍ବର ୨୭ ରେ ଜାତୀୟ କଂଗ୍ରେସର ଏକ ଅଧିବେଶନରେ ଗାନ କରାଯାଇଥିଲା । ତେବେ ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଏହି ଜାତୀୟ ଗୀତକୁ ସମ୍ବିଧାନ ଦ୍ବାରା ସ୍ବୀକାର କରାଯାଇଥିଲା । ଏହାକୁ ସମ୍ବୂର୍ଣ୍ଣ ରୂପରେ ଗାଇବାକୁ ୫୨ ସେକଣ୍ଡ ସମୟ ଲାଗିଥାଏ ।

flagବର୍ତ୍ତମାନ ଜାଣିବା ଜାତୀୟ ସଙ୍ଗୀତ ବିଷୟରେ

ଅନେକ ଲୋକଙ୍କୁ ଜାତୀୟ ସଙ୍ଗୀତ ଗାଇବା ସମୟରେ କରିବାକୁ ଥିବା ସାବଧାନତା ବିଷୟରେ ଜଣା ନଥାଏ । ସାଧାରଣତଃ ଜାତୀୟ ସଙ୍ଗୀତ ଗାଇବା ବା ଶୁଣିବା ସମୟରେ ପ୍ରତେକ ବ୍ୟକ୍ତିଙ୍କୁ ଛିଡା ହୋଇ ସମ୍ମାନ କରିବା ଆବଶ୍ୟକ । ବଙ୍ଗଳା ଭାଷାରେ ଜାତୀୟ ସଙ୍ଗୀତର ରଚନା ହେଲା ସମୟରେ ସେଥିରେ ସିନ୍ଧ ଶବ୍ଦର ପ୍ରୟୋଗ ହୋଇଥିଲା । କିନ୍ତୁ ଏହାକୁ ପରେ ସଂଶାଧିତ କରି ସିନ୍ଧୁ କରିଦିଆଗଲା କାରଣ ଦେଶର ବିଭାଜନ ସମୟରେ ସିନ୍ଧ ପାକିସ୍ତାନର ଏକ ଅଙ୍ଗ ପାଲଟିଲା ।

ବର୍ତ୍ତମାନ ଜାଣିବା ଜାତୀୟ ଗୀତ ବିଷୟରେ

flagଭାରତର ଜାତୀୟ ଗୀତ ହେଉଛି “ବନ୍ଦେ ମାତରମ” । ଯାହାକୁ ବଙ୍କିମ ଚନ୍ଦ୍ର ଚୋଟୋପାଧ୍ୟାଏ ୧୮୮୨ ମସିହାରେ ରଚନା କରିଥିଲେ । ଏହାକୁ ସେ ବଙ୍ଗଳା ଓ ସସ୍କ୍ରୁତ ଭାଷାର ମିଶ୍ରଣରେ ଲେଖିଥିଲେ । ସ୍ବାଧୀନତା ସଂଗ୍ରାମର ଲଢେଇ ସମୟରେ ଏହି ଗୀତ ଲୋକଙ୍କୁ ପ୍ରେରଣା ଯୋଗାଇଥିଲା । ଏହାକୁ ମଧ୍ୟ ପ୍ରଥମେ 1896 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନରେ ଗାନ କରାଯାଇଥିଲ ଓ ଜାତୀୟ ଗୀତର ଅବଧି ପ୍ରାୟ 52 ସେକେଣ୍ଡ ଅଟେ ।

କଥାହେବା ବନ୍ଦେ ମାତରମ ଉପରେ ଉପୁଜିଥିବା ବିବାଦ ଉପରେ । ବନ୍ଦେ ମାତାରାମ’କୁ ନେଇ ବିବାଦ ଦୀର୍ଘ ଦିନରୁ ଚାଲିଆସୁଛି। ଏହାକୁ ଜାତୀୟ ସଂଗୀତ ଭାବରେ ଚୟନ କରାଯାଇ ପାରିଥାନ୍ତା, କିନ୍ତୁ କିଛି ମୁସଲମାନଙ୍କ ବିରୋଧ ଯୋଗୁଁ ଏହା ଜାତୀୟ ସଂଗୀତ ପାଇପାରି ନଥିଲା। ବାସ୍ତବରେ ମୁସଲମାନମାନେ କହୁଥିଲେ ଯେ ଏହି ଗୀତରେ ମା ଦୁର୍ଗାଙ୍କୁ ପୂଜା କରାଯାଏ ଏବଂ ଏକ ରାଷ୍ଟ୍ର ଭାବରେ ଦେଖାଯାଏ, କିନ୍ତୁ ଇସଲାମରେ କୈଣସି ବ୍ୟକ୍ତି କିମ୍ବା ଜିନିଷକୁ ପୂଜା କରିବା ଭୁଲ ବୋଲି ବିବେଚନା କରାଯାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.