ଭାରତୀୟ ରେଲେଓ୍ଵକୁ ଭାରତର ଲାଇଫଲାଇନ୍ କୁହାଯାଏ। ଭାରତୀୟ ରେଳରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ଟ୍ରେନ ଯାତ୍ରା ଆପଣ ପ୍ରାୟ ସମସ୍ତେ କରିଥିବେ ଯେଉଁଥିରେ ଅନେକ ପ୍ରକାର ବଗି ମହଜୁଦ ଥାଏ। ଯାତ୍ରୀମାନେ ନିଜ ସୁବିଧା ଅନୁଯାୟୀ ଜେନେରାଲ, ସ୍ଲିପର, ଥାର୍ଡ କ୍ଲାସ ଏସି, ସେକେଣ୍ଡ କ୍ଲାସ ଏସି ଏବଂ ଫାଷ୍ଟ କ୍ଲାସ ଏସିର ବ୍ୟବହାର କରନ୍ତି। ଆଜିକାଲି ଅଧିକାଂଶ ଯାତ୍ରୀ ଏସି ବଗିରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ଆଜିକାଲି ତ ଆଧୁନିକ ଟେକନିକ୍ ଆସିଗଲାଣି କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି ଯେ ପୂର୍ବରୁ ଯେତେବେଳେ ଦୁନିଆ ଏତେ ଡେଭଲପ୍ ହେଇନଥିଲା ସେତେବେଳେ ଏସି ଟ୍ରେନକୁ ଥଣ୍ଡା କରିବା ପାଇଁ କଣ କରାଯାଉଥିଲା। ଆଜି ଏହା ସହ ଜଡିତ କିଛି ରୋଚକ କଥା ବିଷୟରେ ଜାଣିବେ ଯେ ପୂର୍ବ କାଳରେ ଏସି ଟ୍ରେନକୁ କେମିତି ଥଣ୍ଡା କରାଯାଉଥିଲା।
ପୂର୍ବକାଳରେ ଏସି ଟ୍ରେନକୁ ଥଣ୍ଡା କରିବା ପାଇଁ ବରଫ ଏବଂ ପଙ୍ଖାର ବ୍ୟବହାର କରାଯାଉଥିଲା। ଭାରତର ପ୍ରଥମ ଏସି ଟ୍ରେନ୍ ଯାହାର ଆରମ୍ଭ ୯୩ ବର୍ଷ ପୂର୍ବରୁ ୧ ସେପ୍ଟେମ୍ବର ୧୯୨୮ ରେ ହୋଇଥିଲା ଏବଂ ଏହାର ନାମ ଫ୍ରେଣ୍ଟିୟା ମେଲ୍ ଥିଲା। ପ୍ରଥମେ ଏହି ଟ୍ରେନର ନାମ ପଞ୍ଜାବ ଏକ୍ସପ୍ରେସ ଥିଲା। ଏହି ଟ୍ରେନରେ ୧୯୩୪ ମସିହାରେ ଏସି କୋଚ୍ ଜୋଡାଗଲା ଯାହାପରେ ଏହାର ନାମ ପରିବର୍ତ୍ତନ କରାଯାଇ ଫ୍ରେଣ୍ଟିୟର ମେଲ୍ କରିଦିଆଗଲା। ସେହି ସମୟରେ ଏହା ରାଜଧାନୀ ଟ୍ରେନ ଭଳି ଥିଲା।
ବର୍ତ୍ତମାନ ସମୟରେ ଏସି କୋଚକୁ ଥଣ୍ଡା କରିବା ପାଇଁ ଆଧୁନିକ ଟେକନିକର ବ୍ୟବହାର କରାଯାଉଥିଲା କିନ୍ତୁ ସେହି ସମୟରେ ଏମିତି ନଥିଲା। ସେହି ସମୟରେ ବରଫକୁ ଏସି କୋଚର ତଳ ବାକ୍ସରେ ରଖାଯାଉଥିଲା ଏବଂ ପରେ ପଙ୍ଖେ ଲଗାଇ ଦିଆଯାଉଥିଲା। ଆଉ ଏହି ପଙ୍ଖା ସାହାଯ୍ୟରେ ଏସି କୋଚକୁ ଥଣ୍ଡା କରାଯାଉଥିଲା। ଭାରତର ପ୍ରଥମ ଏସି ଟ୍ରେନ ଫ୍ରେଣ୍ଟିୟର ମେଲ ମୁମ୍ବାଇରୁ ଆଫଗାନିସ୍ତାନ ସୀମା ପର୍ଯ୍ୟନ୍ତ ଯାଉଥିଲା। ଏହି ଟ୍ରେନରେ ଇଂଗ୍ରେଜ୍ ଅଧିକାରୀଙ୍କ ବ୍ୟତୀତ ସ୍ୱତନ୍ତ୍ରତା ସେନାନୀ ମଧ୍ୟ ଯାତ୍ରା କରୁଥିଲେ।
ଏହି ଟ୍ରେନ ଦିଲ୍ଲୀ, ପଞ୍ଜାବ ଏବଂ ଲାହୋର ରାସ୍ତାକୁ ୭୨ ଘଣ୍ଟାରେ ପେଶାବର ପର୍ଯ୍ୟନ୍ତ ଯାଉଥିଲା। ଯାତ୍ରା ସମୟରେ ପାଣି ତରଳି ଯାଇଥିବା ବରଫକୁ ଅଲଗା ଅଲଗା ଷ୍ଟେସନରେ ବାହାର କରିଦିଆଯାଉଥିଲା। ଏବଂ ସେଥିରେ ଆହୁରି ବରଫ ଭର୍ତ୍ତି କରିଦିଆଯାଉଥିଲା। ଏହି ଟ୍ରେନରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋସ ମଧ୍ୟ ଯାତ୍ରା କରିଛନ୍ତି। ଏହି ଟ୍ରେନର ସବୁଠାରୁ ବଡ ଖାସିୟତ ଏହା ଯେ ଏହା ଠିକ ସମୟରେ ଗନ୍ତବ୍ୟସ୍ଥଳରେ ପହଁଚୁଥିଲା କେବେବି ବିଳମ୍ବରେ ପହଁଚୁନଥିଲା। ଆଉ ଯଦି ଥରେ ଟ୍ରେନ ବିଳମ୍ବରେ ପହଁଚୁଥିଲା ତାହେଲେ ଡ୍ରାଇଭରକୁ ଏହାର ଜବାବ ରଖିବାକୁ କୁହାଯାଉଥିଲା। ୧୯୪୦ ପର୍ଯ୍ୟନ୍ତ ଏହି ଟ୍ରେନରେ ୬ଟି କୋଚ୍ ରହୁଥିଲା ଏବଂ ପ୍ରାୟ ୪୫୦ ଜଣ ଲୋକ ଯାତ୍ର କରିପାରୁଥିଲେ। ସ୍ୱାଧୀନତା ପରେ ଏହି ଟ୍ରେନ୍ ମୁମ୍ବାଇରୁ ଅମ୍ରିତସର ପର୍ଯ୍ୟନ୍ତ ଚାଲିବାକୁ ଲାଗିଲା। ୧୯୯୬ରେ ଏହି ଟ୍ରେନର ନାମ ବଦଳାଇ ଗୋଲଡେନ ଟେମ୍ପଲ ମେଲ୍ କରିଦିଆଗଲା।