ଆଜି ପ୍ରେମ ପାଇଁ ଦିନଟିଏ ବା ଭାଲେଣ୍ଟାଇନ୍ସ ଡେ’, ଜାଣିଛନ୍ତି କି ଏଦିନରେ ଲୁଚି ରହିଥିବା କାହାଣୀ ବିଷୟରେ ?

କେନ୍ୟୁଜ୍(ବ୍ୟୁରୋ):  ଆଜି ଭାଲେଣ୍ଟାଇନ୍ସ ଡେ’ । ପ୍ରେମ ପାଇଁ ଦିନଟିଏ । ଫେବ୍ରୁଆରି ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରେମର ପ୍ରତିକ ରୂପେ ବିଚାର କରାଯାଉଥିବା ଜଣେ ପ୍ରସିଦ୍ଧ ସନ୍ଥଙ୍କ ନାମାନୁସାରେ ଏହା ନାମିତ । କୁହାଯାଏ, ରୋମାନରେ କ୍ଲାଉଡିୟସ୍‌ ଦ୍ୱିତୀୟ ନାମକ ରାଜା ଶାସନ କରୁଥିଲେ । ସେ ପ୍ରେମ ଓ ବିବାହକୁ ପସନ୍ଦ କରୁନଥିଲେ । କାରଣ ପ୍ରେମ ଓ ବିବାହ ଯୋଗୁଁ ଯୋଦ୍ଧାମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ । ଏଥିପାଇଁ ରୋମାନ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେନି ବୋଲି ସେ ନିର୍ଦ୍ଦେଶ ଦେଇଥିଲେ ।

Saint Valentines ସେହି ରାଜ୍ୟରେ ଭାଲେଣ୍ଟାଇନ ନାମକ ସନ୍ଥ ରହୁଥିଲେ । ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ ଲାଗି ପ୍ରେରିତ କରୁଥିଲେ । ରାଜାଙ୍କୁ ମଧ୍ୟ ଖ୍ରୀଷ୍ଟିଆନ୍‌ ଧର୍ମ ଛାଡି ରୋମାନ ଧର୍ମ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ । ରାଜା ଏହାକୁ ଅସ୍ୱୀକାର କରିବା ସହ ସନ୍ଥଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ସେହି ଦିନ ଥିଲା ଫେବ୍ରୁଆରି ୧୪ ତାରିଖ । ପ୍ରତିବର୍ଷ ଫେବ୍ରୁଆରି ୧୪ ତାରିଖକୁ ପ୍ରେମ ପାଇଁ ଦିନଟିଏ ପାଳନ କରାଯାଉଛି । ଏହି ଦିନ ଦୁଇ ପ୍ରେମୀ ଯୁଗୋଳ ପ୍ରେମର ବାର୍ତ୍ତା ସହ କାର୍ଡ, ଫୁଲ କିମ୍ବା ଚକୋଲେଟ୍‌ ଦେଇ ଅନ୍ୟ ଜଣଙ୍କ ପ୍ରତି ନିଜର ଭଲପାଇବା ପ୍ରଦର୍ଶନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.