ଜାଣନ୍ତୁ କେଉଁ ମାର୍ଗ ମଣିଷକୁ ପରମାତ୍ମାଙ୍କ ସହ ଯୋଡିଥାଏ

ଭଗବାନଙ୍କ ଆରାଧନା ପାଇଁ ମନ୍ଦିର, ତୀର୍ଥ ଆଦି ସ୍ଥାନ କେନ୍ଦ୍ର ହୋଇଥାଏ ହୋଇଥାଏ ବୋଲି ଏଥିରେ କୌଣସି ସନ୍ଦେହ ନାହିଁ। ଶ୍ରଦ୍ଧାଳୁମାନେ ଏହି ତୀର୍ଥସ୍ଥାନମାନଙ୍କରେ ନିଜ ନିଜର ଇଷ୍ଟ ଦେବାତାଙ୍କ ଚରଣରେ ଭାବ-ବିଭୋର ହୋଇ ଆରାଧନା କରିଥାନ୍ତି। କିନ୍ତୁ ପୂଜା ଆରାଧନା କେବଳ ମନ୍ଦିରରେ ନୁହେଁ ଜୀବନର ବ୍ୟବହାରରେ ମଧ୍ୟ ହେବା ଉଚିତ। ଯେପରି କ୍ରୋଧ ପରିବର୍ତ୍ତେ କ୍ଷମା, ବିରୋଧ ପରିବର୍ତ୍ତେ ପ୍ରେମ ଓ ସଦ୍‌ଭାବନା ଏବଂ ହିଂସା ପରିବର୍ତ୍ତେ ଅହିଂସାର ପୂଜା କରିବା ଉଚିତ। ଦୁଃଖୀମାନଙ୍କର କଷ୍ଟ ଏବଂ ସମସ୍ୟା ନିବାରଣ ସମୟରେ ତାଙ୍କ ପ୍ରତି କରୁଣା ଏବଂ ସେବା କରିବା ହେଉଛି ପୂଜା।

religiousପରମାତ୍ମାଙ୍କ ସମ୍ମୁଖରେ ପୂଜା-ଆରାଧନା କରିବା ସହଜ। କିନ୍ତୁ ଜୀବନ ବ୍ୟବହାରରେ ପୂଜା ଏବଂ ଭକ୍ତୀକୁ ଯୋଡିବା କଷ୍ଟକର। ଆମେ ଏହା ଭୁଲି ଯାଇଥାଉ କି ଭଗବାନଙ୍କ ସ୍ଥାନରେ ସେହି ଭକ୍ତିକୁ ସ୍ୱିକାର କରାଯାଇଥାଏ ଯାହା ଜୀବନ ସହ ଜଡିତ ହୋଇଥାଏ। ଆମର କାଯ୍ୟର୍, ଭାବନା ହିଁ ପୂଜା। କାରଣ ଏହି ସ୍ଥିତିରେ ପ୍ରତ୍ୟେକ ମୁହୂର୍ତ୍ତରେ ସ୍ୱୟଂ ଭଗବାନ ଆମ ସହିତ ରହିଥାନ୍ତି। ଆମେ ତାଙ୍କୁ ଡାକିବା ଆବଶ୍ୟକ ପଡ଼ିନଥାଏ, ସ୍ୱୟଂ ଭଗବାନ ନିଜେ ଆମମାନଙ୍କୁ ଡାକିଥାନ୍ତି। ଏହା ସେହି ମାର୍ଗ, ଯାହା ମନୁଷ୍ୟକୁ ମନୁଷ୍ୟ ରୂପେ ଗଢି ତୋଳିଥାଏ। ଆତ୍ମାକୁ ପରମାତ୍ମା ସହ ଜୋଡିଥାଏ।

ଏହାସହ ପଢନ୍ତୁ: ପୂର୍ଣ୍ଣିମା ଦିନ କରନ୍ତୁ ନାହିଁ ଏହି ସବୁ ଭୁଲ୍, ନଚେତ୍ ଭୋଗବାକୁ ପଡିପାରେ ଅନେକ ସମସ୍ୟା

ଆତ୍ମା ଏବଂ ପରମାତ୍ମା, ଭକ୍ତି ଏବଂ ପୂଜା ଶଦ୍ଦରେ ଭିନ୍ନ। ଶଦ୍ଦ ବୁଝାଇବାରେ କିମ୍ବା ଅଭିବ୍ୟକ୍ତିର ମାଧ୍ୟମ, କିନ୍ତୁ ଏହା ଯେତେବେଳେ ଆଗ୍ରହରେ ଢଳିଥାଏ ସେତେବେଳେ ମତବାଦ ସକ୍ରିୟ ହୋଇଥାଏ। ଶସ୍ତ୍ରାର୍ଥ ହେବା ଆରମ୍ଭ ହୋଇଥାଏ, ଗ୍ରନ୍ଥ ରଚନା ଆରମ୍ଭ ହୋଇଯାଇଥାଏ। ଯେତେବେଳ ଅନନ୍ତ ଆକାଶ ଆମ ସାମ୍ନାକୁ ଆସିଯାଇଥାଏ, କେହି କେହି ତାହାକୁ ଶୂନ୍ୟ କହିଥାନ୍ତି, କିଏ ଅନନ୍ତ କହିଥାନ୍ତି ତ କିଛି ଲୋକମାନେ ଏକ ପରମ ସତ୍ତା କହିଥାନ୍ତି। ଶଦ୍ଦକୁ ନେଇ ଯଦି ସମୀକ୍ଷା କରାଯାଏ ତେବେ ଆମକୁ ସର୍ବତ୍ର ଭେଦ ହିଁ ଦେଖାଯାଇଥାଏ। ଅଭେଦ ଦୃଷ୍ଟିରେ ଦେଖିଲେ ଅନନ୍ତରେ ଏବଂ ଶୂନ୍ୟରେ କୌଣସି ଭେଦ ନାହିଁ। ଯେଉଁମାନେ ଇନ୍ଦ୍ରିୟ ଜଗତକୁ ପାରି କରି ଚାଲିଯାଇଛନ୍ତି ସେହିମାନେ ହିଁ କେବଳ ଏହାର ଅନୁଭବ କରିପାରିବେ।

Leave A Reply

Your email address will not be published.