Below header

କାହିଁକି ଦୀପାବଳିରେ ଖେଳାଯାଏ ଜୁଆ,କଣ ରହିଛି ଏହା ପଛର କାରଣ

ଭାରତରେ ବହୁ ପୁରାତନ କାଳରୁ ଜୁଆ ଖେଳିବାର ପ୍ରଥା ଚାଲି ଆସିଛି। ପ୍ରଥମେ ପ୍ରଥମେ ଏହା ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକେ ଖେଳୁଥିବା ବେଳେ ଏବେ କିନ୍ତୁ ସମୟାନୁକ୍ରମେ ଏହା ପ୍ରାୟ ସବୁ ବର୍ଗର ପ୍ରିୟ ଖେଳ ପାଲଟିଲା । ଏହା ମଧ୍ୟରୁ କେତେ ଜଣ ଦୀପାବଳି ଦିନ ଜୁଆ ଖେଳନ୍ତି ତ ଆଉ କିଛି ଲୋକ ଅନ୍ୟ ଉତ୍ସବ ମାନଙ୍କରେ ଜୁଆ ଖେଳିଥାନ୍ତି। କିନ୍ତୁ ଭାରତରେ ଏହି ଜୁଆ ଖେଳ ପଛର ଇତିହାସ ବିଷୟରେ ହୁଏତ ଆପଣ ଜାଣି ନଥିବେ । ଆଜି ଆମେ ଆପଣଙ୍କୁ କହିବୁ ଜୁଆ ଖେଳିବା ପଛର କାରଣ ଓ ଏହାର ଇତିହାସ ବିଷୟରେ କହିବାକୁ ଯାଉଛୁ ।jua2

କାହିଁ କେଉଁ କାଳରୁ ଅନ୍ନକୁଟ ପର୍ବ ବା ଧ୍ରୁତକ୍ରିଡା ଦୀବସ ଏବଂ ଦୀପାବଳି ଦିନ ଜୁଆ ଖେଳିବାର ପରମ୍ପରା ରହିଛି । ବର୍ଷସାରା ଭାଗ୍ୟର ପରୀକ୍ଷା କରିବା ପାଇଁ ଲୋକମାନେ ଏହି ଖେଳକୁ ଖେଳିଥାନ୍ତି । ଭଗବାନ ଶଙ୍କର ଓ ମାତା ପାର୍ବତୀଙ୍କର ଜୁଆ ଖେଳିବା କଥାକୁ ମଧ୍ୟ ଏହି ପ୍ରସଙ୍ଗ ସହିତ ଜୋଡା ଯାଇଥାଏ।  ବିଶ୍ୱାସ ଅଛି କି  ଏହି ଦୀପାବଳି ଦିନ ମହାଦେବ ଏବଂ ମାତା ପାର୍ବତୀ ଏକାଠି ମିଶି ଜୁଆ ଖେଳିଥିଲେ। କିନ୍ତୁ ଏହି କଥାର ସଠିକ୍‌ ତଥ୍ୟ କୌଣସି ଗ୍ରନ୍ଥରେ ଉଲ୍ଲେଖ ନାହିଁ।

ଇତିହାସ ସାକ୍ଷୀ ଅଛି ଯେ ଏହି ଜୁଆ ସମସ୍ତଙ୍କ ବିନାଶର କାରଣ ପାଲଟିଥିଲା । ମହାଭାରତ କାଳରେ ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ମୁଳ କାରଣ ଏହି ଜୁଆ ଖେଳ ଥିଲା। ସେହିପରି ଏହି ଜୁଆ ପାଇଁ ରାଜା ନଳ ନିଜ ସର୍ମ୍ପକୀୟଙ୍କ ଛଳ ଦ୍ୱାରା ନିଜ ରାଜତ୍ୱ ହରାଇଥିଲେ। ଭଗବାନ ବଳରାମ ମଧ୍ୟ ଦୁର୍ଯ୍ୟଧନ ସହିତ ଜୁଆରେ ହାରି ତାଙ୍କ ସହିତ ସୁଭଦ୍ରାଙ୍କ ବିବାହ କରିବା ପାଇଁ କଥା ଦେଇଥିଲେ।

jua3

ଜୁଆ ଏମିତି ଏକ ଖେଳ ଯାହାକୁ ଖେଳି ମଣିଷ ତ ମଣିଷ ଦେବତା ମାନେ ମଧ୍ୟ ଅସୁବିଧାରେ ପଡିଛନ୍ତି । ଏତେ ଖରାପ ଗୁଣ ଭରି ରହି ମଧ୍ୟ ଜୁଆ ଭାରତୀୟ ସମାଜରେ ଏକ ଗଭୀର ସ୍ଥାନ ପ୍ରସ୍ତୁତ କରିଛି। ସମାଜରେ ଲୋକମାନେ ଶାସ୍ତ୍ରରେ ଉଲ୍ଲେଖ ଥିବା ଭଲ ଗୁଣକୁ ନ ଆପଣେଇ ଏହିଭଳି ଖରାପ ଗୁଣକୁ ତୁରନ୍ତ ଆପଣେଇ ନେଉଛନ୍ତି। ଆଇନଗତ ଦୃଷ୍ଟିରୁ ମଧ୍ୟ ଏହା ଏକ ଭୁଲ କାର୍ଯ୍ୟ ଏଥିପାଇଁ ଦଣ୍ଡ ବିଧାନ ମଧ୍ୟ ରହିଛି।କେବେବେ ଏହିଭଳି ଖରାପ ଖେଳକୁ ଶୁଭ କାମରେ ଖେଳିବା ଉଚିତ୍‌ ନୁହେଁ ନଚେତ୍‌ କେବେ ବି ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.