Below header

ବିଶ୍ୱରେ କିପରି ସୃଷ୍ଟି ହେଲେ ମନୁଷ୍ୟ, ଜାଣନ୍ତୁ ଏନେଇ କଣ ଉଲ୍ଲେଖ ରହିଛି ଆମ ଧର୍ମଶାସ୍ତ୍ରରେ

ବିଶ୍ୱରେ ବିଜ୍ଞାନ ଯେତେ ଉପାୟ ବାହାର କରିଲେ ମଧ୍ୟ ବର୍ତ୍ତମାନ ଏହି ସଂସାରର ସୃଷ୍ଟି ବିଷୟରେ କୌଣସି ସନ୍ଧାନ ମିଳିନାହିଁ। ସଂସାରରେ ମନୁଷ୍ୟ କିପରି ଆସିଲା ଏବଂ କିପରି ଧୀରେ ଧୀରେ ଏହି ବିଶ୍ୱର ରଚନା ହେଲା ଏହିସବୁ ପ୍ରଶ୍ନ ନିଶ୍ଚୟ ଆପଣଙ୍କ ମନରେ ଉଠୁଥିବ। ଏହାର ଉତ୍ତର ଆମକୁ ଅନେକ ଧାର୍ମିକ ପୁସ୍ତକ ଏବଂ ବିଜ୍ଞାନ ଦ୍ୱାରା ମିଳିଥିଲେ ମଧ୍ୟ ପ୍ରକୃତରେ କଣ ରହିଛି ଏହା ପଛର ସତ୍ୟତା, ତାହା ଜାଣିବା ନିହାତି ଜରୁରୀ।

2

ଜାଣନ୍ତୁ ଆମକୁ ସୃଷ୍ଟି ହେଲା କିପରି

ହିନ୍ଦୁ ମାନ୍ୟତା ଅନୁଯାୟୀ ଈଶ୍ଵର ହିଁ ସୃଷ୍ଟିର ରଚନା କରିଛନ୍ତି। କିନ୍ତୁ ଏକ ଯୁଗ ପରେ କିପରି ମନୁଷ୍ୟ ଜାତିର ଜନ୍ମ ହେଲା ଏବଂ କିପରି ଏହି ଜାତି ପୃଥିବୀରେ ନିଜର ବାସ ସୃଷ୍ଟି କରିଥିଲା ଏହା ଏକ ବଡ ପ୍ରଶ୍ନ। କିନ୍ତୁ ସେ କିଏ ଥିଲେ, ଯିଏ ମାନବ ଜାତିକୁ ଏହି ସଂସାରକୁ ଆଣିଥିଲେ।

3

କିଏ ଥିଲେ ପ୍ରଥମ ମାନବ

ହିନ୍ଦୁ ଧର୍ମ ଅନୁଯାୟୀ ସଂସାରରେ ସବୁଠାରୁ ପ୍ରଥମେ ଜନ୍ମ ନେଇଥିବା ମନୁଷ୍ୟ ହେଉଛନ୍ତି ‘ମନୁ’। ପଶ୍ଚିମୀ ସଭ୍ୟତା ଅନୁସାରେ ‘ଏଡେମ’ ଦୁନିଆରେ ଜନ୍ମ ନେଇଥିବା ପ୍ରଥମ ମାନବ, ଯାହାପରେ ମନୁଷ୍ୟ ଜାତିର ଆରମ୍ଭ ହୋଇଥିଲା।

1

ଜାଣନ୍ତୁ ମନୁ କିଏ

ପୌରାଣିକ ମାନ୍ୟତା ଅନୁଯାୟୀ ମନୁଙ୍କ ରଚନା ସ୍ୱୟଂ ଭଗବାନ ବ୍ରହ୍ମା କରିଥିଲେ। କୁହାଯାଏ କି ମାନବ ସଂସାରର ରଚନା ପାଇଁ ଭଗବାନ ବ୍ରହ୍ମାଙ୍କ ଦ୍ୱାରା ୨ଟି ଲୋକ ସୃଷ୍ଟି କରାଯାଇଥିଲା। ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ। ମାନବ ସଂସାରକୁ ଆଗକୁ ବଢ଼ାଇବା ପାଇଁ ଭଗବାନ ବ୍ରହ୍ମା ଜଣେ ନାରୀଙ୍କ ସହ ପୁରୁଷଙ୍କ ରଚନା କରିଥିଲେ।

4

ଭଗବାନ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ପୁରୁଷ ମନୁ ଏବଂ ସ୍ତ୍ରୀ ସତରୂପା। ଆଜି ଆମ ସାଂସାରିକ ଦୁନିଆରେ ଯେତେ ଲୋକ ରହିଛନ୍ତି ସମସ୍ତେ ମନୁଙ୍କ ସୃଷ୍ଟି। ସଂସାରରେ ସର୍ବ ପ୍ରଥମେ ମନୁଷ୍ୟ ଥିଲେ ମନୁ। ଏହିକାରଣରୁ ଏହି ଜାତିର ନାଁ ‘ମାନବ’ ରଖାଯାଇଛି। ସଂସ୍କୃତରେ ଏହାକୁ ମନୁଷ୍ୟ କୁହାଯାଉଥିବା ବେଳେ ଇଂରାଜୀ ଭାଷାରେ ମ୍ୟାନ କୁହାଯାଇଛି। ଏହି ସମସ୍ତ ନାଁ ମନୁଙ୍କ ସହ ଯୋଡି ହୋଇରହିଛି।

5

ଏହି ସମସ୍ତ ତଥ୍ୟ ମଧ୍ୟରେ ସବୁଠାରୁ ଖାସ କଥା ହେଉଛି, ହିନ୍ଦୁ ପୁରାଣ ଅନୁଯାୟୀ କେବଳ ଜଣେ ନୁହଁନ୍ତି ବରଂ ଗୋଟିଏ ରୁ ଅଧିକ ମନୁ ଜନ୍ମ ନେଇଥିଲେ। ଯଦି ସଂଖ୍ୟା ହିସାବରେ କୁହାଯାଏ ତେବେ ପୁରାଣରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ ସେହି ସମୟରେ ୧୦ଜଣ ମନୁ ଜନ୍ମ ନେଇଥିଲେ। ସେ କେବଳ ଜଣେ ଏକୁଟିଆ ପୁରୁଷ ନଥିଲେ ବରଂ ୧୦ ଜଣଙ୍କର ସମୂହ ଥିଲେ। ଯାହାଙ୍କର ଜନ୍ମ ଗୋଟିଏ ଉଦେଶ୍ୟରେ ହୋଇଥିବା କାରଣରୁ ତାଙ୍କୁ ମନୁ ନାମରେ ଡକାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.