Below header

ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇବାକୁ ଚାହୁଁଛନ୍ତି କି ? ଫଲୋ କରନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଲାଇକ କମେଣ୍ଟ ଅଧିକ ମିଳିବା ପାଇଁ  ଏକ ପ୍ରକାର ରେସ ଲାଗିରହିଛି ।ଫେସବୁକ,ଟ୍ଵିଟର,ଇଂଷ୍ଟାଗ୍ରାମ ଆଦି ସୋସିଆଲ ସାଇଡରେ ଏନେଇ ୟୁଜର୍ସ ସଂଖ୍ୟା ବଢିବାରେ ଲାଗିଛି । ସବୁ ବ୍ୟବହାରକାରୀ ଚାହୁଛନ୍ତି ତାଙ୍କୁ ଅଧିକରୁ ଅଧିକ ଲାଇକ ଏବଂ କମେଣ୍ଟ ମିଳୁ । ସେଥିପାଇଁ ସେମାନେ ସେୟାର କରୁଥିବା ଫଟୋ ଓ ଭିଡିଓକୁ ହ୍ୟାସ୍‌ଟ୍ୟାଗ ଠାରୁ ଆରମ୍ଭ କରି ଫଟୋ ଫିଲଟର ଆଦି ବ୍ୟବହାର କରୁଛନ୍ତି । କିନ୍ତୁ ମନମୁତାବକ ଲାଇକ ଏବଂ କମେଣ୍ଟ ମିଳୁ ନାହିଁ । ଯୁବପିଢିଙ୍କ ଏହି ସମସ୍ୟାର ଆମେ ନେଇ ଆସିଛୁ ସମାଧାନ। ଆଜି ଆମେ ଆପଣଙ୍କୁ ସୋସିଆଲ ମିଡିଆରେ ଲାଇକ ଏବଂ କମେଣ୍ଟ ବଢାଇବାର ଏକ ସରଳ ସୂତ୍ର କହିବାକୁ ଯାଉଛୁ। ଯାହା ଆପଣଙ୍କ ପୋଷ୍ଟକୁ ସର୍ବାଧିକ ଲୋକପ୍ରିୟ କରାଇ ପାରିବ।

SOCIAL MEDIA-2

କେମିତି ବଢ଼ିବ ଲୋକପ୍ରିୟତା

ଆପଣ ପୋଷ୍ଟ କରୁଥିବା ବେଳେ ସମୟର ଗଣିତକୁ ଟିକେ ବୁଝିବାକୁ ପଡିବ । ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା କଣ୍ଟେଣ୍ଟ୍‌ ଲାଇକ ଓ କମେଣ୍ଟର ସମୟ ସହିତ ଖୁବ ନିବିଡ ସମ୍ପର୍କ ରହିଛି ।ଯଦି ସୋାସିଆଲ ମିଡିଆରେ ଲୋକପ୍ରିୟ ହେବାକୁ ଚାହୁଁଛନ୍ତି ତେବେ ସମୟର ଜ୍ଞାନ ରହିବା ଆବଶ୍ୟକ ।ଏଥିପାଇଁ ଦିନର ଆରମ୍ଭରେ ଆମେ ଯାହା ପୋଷ୍ଟ କରୁଥାଉ ତାକୁ ସବୁଠାରୁ ଅଧିକ ଲାଇକ କମେଣ୍ଟ ମିଳିଥାଏ ।

SOCIAL MEDIA-3

କେଉଁ ସମୟରେ ପୋଷ୍ଟ କରିବେ

ଅନେକ ଗବେଷଣାରୁ ଏହାର ପ୍ରମାଣିତ ହୋଇଛି ଯେ, ସୋସିଆଲ ମିଡିଆରେ ହିଟ୍‌ ହେବା ପଛରେ ସବୁଠାରୁ ଅଧିକ ସମୟର ହାତ ରହିଥାଏ । ଏକ୍ସପୋର୍ଟଙ୍କ ମୁତାବକ ଗୁରୁବାର ଓ ଶୁକ୍ରବାର ଦ୍ଵିପ୍ରହରରେ ୧ରୁ ୩ ମଧ୍ୟର ସମୟ ଠିକ ହୋଇଥାଏ । କିଛି ଦିନ ପୋଷ୍ଟ କରିବାର ସବୁଠାରୁ ଭଲ ସମୟ ହେଉଛି ଗୁରୁବାର ୮ଟା ।ସପ୍ତାହର ଶେଷ ଦିନ କହିବାକୁ ଗଲେ ଦିନ ୧ଟାରୁ ୪ଟା ମଧ୍ୟର ସମୟ ଠିକ୍‌ ହୋଇଥାଏ । ଯଦି ପୁରା ସପ୍ତାହ କଥା ଦେଖାଯାଏ ତେବେ ଦ୍ୱିପହର ପରର ସମୟ ଲାଇକ୍‌ ପାଇବାର ଉପଯୁକ୍ତ ସମୟ ହୋଇଥାଏ ।

SOCIAL MEDIA

ସବୁ ବ୍ୟବହାରକାରୀଙ୍କ ଉତ୍ତମ ସମୟ ଅଲଗା ହୋଇଥାଏ

ସବୁ ବ୍ୟବହାର କାରୀଙ୍କ ଉତ୍ତମ ସମୟ ଅଲଗା ହୋଇଥାଏ । ଆପଣଙ୍କ ଉତ୍ତମ ସମୟ ନିର୍ଭର କରିଥାଏ ଆପଣଙ୍କ ଫ୍ରେଣ୍ଡ୍‌ ଲିଷ୍ଟରେ କେତେଜଣ ଆକ୍ଟିଭ ଅଛନ୍ତି ତା ଉପରେ । ଆପଣ ଥରେ ଯଦି ସମୟର ଜ୍ଞାନ ପାଇଗଲେ ତେବେ ଆପଣ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଯିବେ ।

Social media

ପ୍ରସଙ୍ଗ ମଧ୍ୟ ରଖିଥାଏ ମାନ୍ୟତା

ଅନେକ ସମୟରେ କିଛି ପୋଷ୍ଟର ସମୟ ଠାରୁ ଆପଣଙ୍କ ବିଷୟ ମାନ୍ୟତା ରଖିଥାଏ । ଧରିନିଅନ୍ତୁ ଦୀପାବଳୀର ପର୍ବ ଆଗକୁ ଅଛି ଏଥିପାଇଁ ଦୀପାବଳୀ ସମ୍ପର୍କିତ କିଛି ଫଟୋ କିମ୍ବା କଣ୍ଟେଣ୍ଟ୍‌ ଆପଣ ପୋଷ୍ଟ କରିଛନ୍ତି ତେବେ ଏହି ପୋଷ୍ଟ ଆପଣଙ୍କ ସାଙ୍ଗ ମାନଙ୍କ ଧ୍ୟାନ ଆକର୍ଷଣ କରିବ ନିଶ୍ଚୟ ।ସେହିଭଳି ଆପଣଙ୍କ ଅଞ୍ଚଳରେ କିଛି ପ୍ରସଙ୍ଗକୁ ନେଇ ଗରମ ସ୍ଥିତି ଅଛି ତେବେ ସେହି ସମ୍ପର୍କିତ ଆପଣଙ୍କ ବିଚାରକୁ ପୋଷ୍ଟ କଲେ ଲୋକ ଆପଣଙ୍କ ପୋଷ୍ଟକୁ ପସନ୍ଦ କରିବେ । ଅନେକ ସମୟରେ ପୋଷ୍ଟଟି ମନଛୁଆଁ ହୋଇଥିଲେ ଆପଣଙ୍କ ସାଙ୍ଗମାନେ ମଧ୍ୟ ଏହାକୁ ସେୟାର କରିଦିଅନ୍ତି । ଯାହା ଫଳରେ ଆପଣ ଲୋକପ୍ରୀୟ ହୋଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.