Below header

ଅଭିନେତାକୁ ୟୁପି ପୋଲିସର ନିସ୍ତୁକ ମାଡ, ଏବେ ICUରେ କରାଗଲା ଭର୍ତ୍ତି

ମୁମ୍ବାଇ : ଟେଲିଭିଜନ ଧାରାବାହିକ ‘କସମ ତେରେ ପ୍ୟାର କି’ରୁ ଲୋକପ୍ରିୟତା ସାଉଁଟି ଥିବା ଅଂଶ ଅରୋଡା ଏବଂ ତାଙ୍କ ସାନ ଭାଇଙ୍କୁ ଗାଜିୟାବାଦର ପୋଲିସ ରାତି ତମାମ ମାରପିଟ କରିଥିବା ଜଣାପଡିଛି। ଦୁହିଁଙ୍କ ଉପରେ ଥାର୍ଡ ଡିଗ୍ରୀର ବ୍ୟବହାର କରାଯାଇଥିବା କୁହାଯାଇଛି। ଏହି ଘଟଣା ୧୨ ମେରେ ଘଟିଥିଲା। ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା।

ସୂଚନା ଅନୁଯାୟୀ, ରାତି ସମୟରେ ଅଂଶଙ୍କର ଏକ ଦୋକାନୀଙ୍କ ସହ ଯୁକ୍ତିତର୍କ ହୋଇଯାଇଥିଲା। ଝଗଡ଼ା ପରେ ସେ ତାଙ୍କ ଭାଇ ସହ ଦୋକାନରେ କ୍ଷମା ମାଗିବାକୁ ପହଞ୍ଚିଥିଲେ। ସେହି ସମୟରେ ତାଙ୍କର ଦେଖା ଗାଜିଆବାଦର ପୋଲିସ ଅଫିସରଙ୍କ ସହ ହୋଇଥିଲା। ପୋଲିସ କିଛି ନଶୁଣି ଅଂଶ ଏବଂ ତାଙ୍କ ଭାଇକୁ ଗିରଫ କରିଦେଇଥିଲେ। ଏହାପରେ ଦୁହିଁଙ୍କୁ ରାତି ତମାମ୍ ନିସ୍ତୁକ ପିଟିବା ସହ ଜେଲରେ ବନ୍ଦ କରିଦେଇଥିଲେ। ସୋସିଆଲ ମିଡିଆରେ ଅଂଶ ଏନେଇ କିଛି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାରର ଖଣ୍ଡିଆ ହୋଇଥିବା ଦେଖାଯାଇଛି।

ansh actor

କଣ ରହିଥିଲା ଦୋକାନୀ ସହ ଝଗଡ଼ାର କାରଣ

୧୧ମେ ଦିନ ଅଂଶ ଏବଂ ତାଙ୍କ ଭାଇ ଦୋକାନୀଙ୍କୁ ହଟଡଗ ଏବଂ ଆଉ କିଛି ଖାଇବା ଜିନିଷ ଅର୍ଡର କରିଥିଲେ। ଦୋକାନୀ ସମସ୍ତ ଜିନିଷ ଦେଇଥିବା ବେଳେ ହଟଡଗ ପାଇଁ ଅପେକ୍ଷା କରିବାକୁ ପଡିବ ବୋଲି କହିଥିଲେ। ଯେଉଁଥିରେ କ୍ରୋଧିତ ହୋଇ ଅଂଶ ସବୁ ଅର୍ଡରକୁ କ୍ୟାନ୍ସଲ କରିଦେଇଥିଲେ। କିନ୍ତୁ ଦୋକାନର କର୍ମଚାରୀ ତାଙ୍କୁ ସଠିକ ଭାବେ କୌଣସି ସୂଚନା ପ୍ରଦାନ କରିନଥିଲେ। ଯାହା ଫଳରେ ଉଦ୍ଭୟଙ୍କ ମଧ୍ୟରେ ପାଟିତୁନ୍ଦ ହୋଇଥିଲା। ଯେଉଁଥିପାଇଁ ଅଂଶ ତାଙ୍କ ବ୍ୟବହାରର କ୍ଷମା ମାଗିବା ପାଇଁ ପୁଣି ସେହି ଦୋକାନରେ ପହଞ୍ଚିଥିଲେ କିନ୍ତୁ ସେଠାରେ ତାଙ୍କୁ ପୋଲିସ ଗିରଫ କରି ନେଇଥିଲା।

ansh actor 2

ତେବେ ପୋଲିସଙ୍କ ମାଡରେ ଅଂଶ ଏବଂ ତାଙ୍କ ଭାଇଙ୍କର ଅବସ୍ଥା ସଂଙ୍ଗୀନ ହୋଇଯାଇଛି। ଫଳରେ ଦୁହିଁଙ୍କୁ ଆଇସିୟୁରେ ଆଡମିଟ କରାଯାଇଛି। ଅଭିନେତା ଜଣଙ୍କ ଏବେ National Commission of Human Rights ଜରିଆରେ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.