ରାଜ୍ୟରେ ଗ୍ରୀଷ୍ମଲହରି, ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା

ସାରା ରାଜ୍ୟରେ ଗ୍ରୀଷ୍ମଲହରି । ଆକାଶରୁ ଅଗ୍ନିବର୍ଷା। ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା। ଆହୁରି ତିନି ଦିନ ଏଭଳି ସ୍ଥିତି ଲାଗି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍‌େଓ୍ଵଭ୍ କଣ୍ଡିସନ ଜାରି ରହିଛି। ଆଗାମୀ ତିନି ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରି ଅଧିକ ରହିବ। କିଛି ସ୍ଥାନରେ ତାପମାତ୍ରା ଡେଇଁବ ୪୦ ଡିଗ୍ରୀ ସେଲସିୟସ। ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରି କମ୍ ରହିବ। ସେହିପରି ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କେତକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବାନା ରହିଛି। ମାଲକାନାଗିରି, ମୟୂରଭଞ୍ଜ, ବାଲେଶ୍ୱର ଆଦି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୩୦ ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.